Advertisment

ସୁପର୍ ଓଭରରେ ଭାରତର ସୁପର୍ ବିଜୟ, ୩-୦ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ୍‌ ସ୍ୱିପ୍‌ କରିଛି ଭାରତ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
India vs Afghanistan 3rd T20 2024

India vs Afghanistan

ଦୁଇ ଦୁଇ ଥର ସୁପର ଓଭର, ଆଉ ଶେଷରେ ବିଜୟ ହାସଲ କଲା ଭାରତ। ବିଜୟ ସହ ସିରିଜକୁ ୩-୦ରେ କ୍ଲିନ୍‌ ସ୍ୱିପ୍‌ କଲା ଟିମ୍‌ ଇଣ୍ଡିଆ। ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ୍‌ ସ୍ୱିପ୍‌ କରିଛି ଭାରତ। ପରାଜୟ ସତ୍ତ୍ୱେ ନିଜର ଦମଦାର୍‌ ପ୍ରଦର୍ଶନ ପାଇଁ ସମସ୍ତଙ୍କ ହୃଦୟ ଜିତି ନେଇଛି ଆଫଗାନିସ୍ତାନ।

Advertisment

ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ଏକଦା ୨୨ ରନରେ ଭାରତର ୪ଟି ୱିକେଟ ଯାଇଥିବା ବେଳେ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ସହ ରିଙ୍କୁ ସିଂହଙ୍କ ବିସ୍ଫୋରକ ଇନିଂସ ଫଳରେ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୬୯ ବଲ୍‌ରେ ୧୨୧ ରନ୍‌ ଓ ରିଙ୍କୁ ସିଂ ୩୯ ବଲ୍‌ରେ ୬୯ ରନ୍‌ର ଧୁଆଁଧାର ଇନିଂସ ଖେଳିଥିଲେ। ଏହାର ଜବାବରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା । ଯାହାଫଳରେ ମ୍ୟାଚ୍‌ଟି ଡ୍ର’ ହୋଇଥିଲା।

ଅଧିକ ପଢ଼ନ୍ତୁ: ବିଶ୍ୱ ଚାମ୍ପିଅନ୍‌ଙ୍କୁ ହରାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଲେ ପ୍ରଗନ୍ନାନନ୍ଦ

Advertisment

ମ୍ୟାଚ ଡ୍ର’ ହେବାରୁ ସୁପର ଓଭର ଖେଳାଯାଇଥିଲା। ଯେଉଁଥିରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ବି ଗୋଟିଓ ୱିକେଟ ହରାଇ ୧୬ ରନ କରିଥିଲା। ଫଳରେ ଏହି ମ୍ୟାଚ୍‌ର ଫଳାଫଳ ପାଇଁ ଦ୍ୱିତୀୟ ଥର ଲାଗି ସୁପର ଓଭର ଖେଳାଯାଇଥିଲା। ଦ୍ୱିତୀୟ ସୁପର ଓଭରରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ ସଂଗ୍ରହ କରିଥିଲା। ମାତ୍ର ଆଫଗାନିସ୍ତାନ ସୁପର ଓଭରରେ ୧ ରନରେ ୨ଟି ୱିକେଟ ହରାଇ ମ୍ୟାଚ ହାରିଥିଲା। ଭାରତ ପକ୍ଷରୁ ଦ୍ୱିତୀୟ ସୁପର ଓଭରରେ ସ୍ପିନର ରବି ବିଷ୍ମୋୟୀ ୧ ରନ ଦେଇ ଦୁଇଟି ୱିକେଟ ନେଇ ବିଜୟର ହିରୋ ସାଜିଥିଲେ।

T20 International IND Vs AFG Rohit Sharma T20
Advertisment
Advertisment