/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705483322.jpg)
Iran Attack
ଗତକାଲି ପାକିସ୍ତାନର ବେଲୁଚିସ୍ତାନରେ ଆକ୍ରମଣ କରିଥିଲା ଇରାନ । ଆତଙ୍କବାଦୀ ଗୋଷ୍ଠୀ ଜୈଶ ଅଲ ଆଦିଲର ଦୁଇଟି ବେସକୁ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରି ଉଡ଼ାଇ ଦେଇଥିଲା ଇରାନ । ଇରାକ ଏବଂ ସିରିଆରେ ହୋଇଥିବା ଆକ୍ରମଣର ମାତ୍ର ଗୋଟାଏ ଦିନ ପରେ ଏହି ଆକ୍ରମଣ ହୋଇଛି ।
ତେବେ ଏହି ସନ୍ତ୍ରାସବାଦୀ ଗୋଷ୍ଠୀ ପୂର୍ବରୁ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଇରାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିସାରିଛି । ବର୍ତ୍ତମାନ ଆକ୍ରମଣ ଜରିଆରେ ଇରାନ ଏହାର ପ୍ରତିଶୋଧ ନେଇଛି । ଗତକାଲି ହୋଇଥିବା ଆକ୍ରମଣରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନର ବ୍ୟବହାର ହୋଇଥିବା ଜଣାପଡ଼ିଛି । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କବାଦୀଙ୍କର ବେସ କ୍ୟାମ୍ପ ଧ୍ୱଂସ ହୋଇ ଯାଇଥିବା ସୂଚନା ମିଳିଛି ।
ଆକ୍ରମଣ ନେଇ ପାକିସ୍ତାନ ପକ୍ଷରୁ କୁହା ଯାଇଛି ଯେ, ଦୁଇଜଣ ପିଲାଙ୍କର ମୃତ୍ୟୁ ଘଟିଛି । ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଇରାନକୁ କଡ଼ା ଚେତାବନୀ ଦେଇଛି ପାକିସ୍ତାନ । ଏପରି ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ । ଏହାର ପରିଣାମ ପାଇଁ ଇରାନକୁ ସତର୍କ କରିଛି ପାକିସ୍ତାନ ।
ଅନ୍ୟପଟେ ଇରାନ୍-ପାକିସ୍ତାନ ସୀମାରେ ବାଲୁଚି ବିଦ୍ରୋହୀ ସଂଗଠନକୁ ଟାର୍ଗେଟ୍ କରି ଏହି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା । ଆକ୍ରମଣରେ ଆତଙ୍କବାଦୀଙ୍କ ୩ଟି ଆଡ୍ଡା ଧ୍ୱଂସ ହୋଇଥିବା ଇରାନ୍ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।
ଅନ୍ୟପଟେ ବେଲୁଚିସ୍ତାନର ସୂଚନା ମନ୍ତ୍ରୀ ଜାନ ଆଚ୍କାଜି ଏହି ଆକ୍ରମଣକୁ ନିଶ୍ଚିତ କରିନାହାନ୍ତି କି ଅସ୍ୱୀକାର ମଧ୍ୟ କରି ନାହାନ୍ତି । ପାକିସ୍ତାନୀ ସେନା ସହ କଥାବାର୍ତ୍ତା ପରେ ସେ ଏହି ବିଷୟରେ କହିପାରିବେ ବୋଲି ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)