Advertisment

ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ, ଇଣ୍ଡିଗୋକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍

ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Mumbai Airport Incident: Passengers eating on tarma

Indigo

ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ଯୋଗୁଁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀମାନେ ବସି ଖାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଇଥିଲା। ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

Advertisment

ଅଧିକ ପଢ଼ନ୍ତୁ: ସାବଧାନ ! ସିଲ୍‌ ଥାଇ ବି ବିମାନବନ୍ଦରରେ ବ୍ୟାଗ୍‌ରୁ ହୋଇପାରେ ଚୋରି...

Advertisment

ଏଥିସହ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌କୁ ମଧ୍ୟ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟି- BCAS ପକ୍ଷରୁ ଉଭୟଙ୍କୁ ନୋଟିସ୍ ପଠାଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ଏବଂ ସେଥିରେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଜରିମାନା କରାଯାଇଥିବା କହିଛି DGCA । ସେପଟେ ଘନ କୁହୁଡ଼ି ଓ ଲୋ-ଭିଜିବିଲିଟିରେ ବିମାନ ଉଡ଼ାଣର ତାଲିମ ପାଇନଥିବା ପାଇଲଟଙ୍କୁ ନିୟୋଜିତ କରାଯାଇଥିବାରୁ ଏୟାର ଇଣ୍ଡିଆ ଓ ସ୍ପାଇସଜେଟକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଲେଖାଏଁ ଫାଇନ୍ ହୋଇଛି ।

IndiGo Airlines India DGCA
Advertisment
Advertisment