Advertisment

ଆଶ୍ଚର୍ଯ୍ୟ ! ମ୍ୟାନ୍‌ ହୋଲରେ ପଡ଼ିଲା ଆମ୍ବୁଲାନ୍ସ, ଚେଇଁ ଉଠିଲା ଶବ...

ବୃଦ୍ଧଙ୍କ ଜୀବନ ଫେରିଲା ପରେ ପରିବାର ଲୋକେ ତାଙ୍କୁ ପୁଣି ଥରେ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ତାଙ୍କର ଚିକିତ୍ସା ଚାଲିଛି ।

author-image
Satyendu Shekher Mishra
Ambulance

Ambulance

ହରିୟାଣାର କରନାଲରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମୃତ ବ୍ୟକ୍ତି ଜୀବିତ ହୋଇଯାଇଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ । ପଟିଆଲା ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତି ପୁଣିଥରେ ଜୀବନ୍ତ ହୋଇଛନ୍ତି ।

Advertisment

ଏହାଠୁ ବଡ଼ ଆଶ୍ଚର୍ଯ୍ୟକର କଥା ହାଉଛି, ଯେତେବେଳେ ବୃଦ୍ଧଙ୍କ ମୃତଦେହକୁ ପଟିଆଲାରୁ କର୍ଣ୍ଣଲକୁ ନିଆଯାଉଥିଲା, ସେତେବେଳେ ଆମ୍ବୁଲାନ୍ସର ଚକ ଏକ ଖାଲରେ ପଡ଼ିଥିଲା, ଆଉ ତାପରେ ହଠାତ୍‌ ମୃତଦେହ ଜୀବତ ହୋଇଗଲା । ବୃଦ୍ଧ ଜଣଙ୍କ ପୁଣି ଥରେ ନିଶ୍ୱାସ ପ୍ରଶ୍ୱାସ ନେବା ଆରମ୍ଭ କରିଥିଲେ । ଏନେଇ ବୃଦ୍ଧଙ୍କ ପରିବାର ଲୋକ ଦାବି କରିଛନ୍ତି । ବୃଦ୍ଧଙ୍କ ଜୀବନ ଫେରିଲା ପରେ ପରିବାର ଲୋକେ ତାଙ୍କୁ ପୁଣି ଥରେ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ତାଙ୍କର ଚିକିତ୍ସା ଚାଲିଛି ।

୪ ଦିନ ଧରି ଭେଣ୍ଟିଲେଟରରେ ଥିଲେ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ୮୦ ବର୍ଷିୟ ଦର୍ଶନ ସିଂ ବରାଡ଼ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ପଟିଆଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ୪ ଦିନ ଧରି ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥାରେ କୌଣସି ପ୍ରକାର ଉନ୍ନତି ହୋଇନଥିଲା। ଏହା ପରେ ଗୁରୁବାର ସକାଳେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ଶୁଣି ପରିବାର ସଦସ୍ୟ ଦୁଃଖୀ ହୋଇ କାନ୍ଦିବାକୁ ଲାଗିଲେ।

Advertisment

ଖାଲରେ ପଡ଼ିବା ପରେ କ’ଣ ହେଲା?

ପରିବାର ଲୋକେ ଶବକୁ ଆମ୍ବୁଲାନ୍ସରେ ନେଇ ସତ୍କାର କରିବାକୁ କରନାଲ ଅଭିମୁଖେ ବାହାରିଥିଲେ । ଆମ୍ବୁଲାନ୍ସରେ ବୃଦ୍ଧଙ୍କ ମୃତଦେହ ସହ ତାଙ୍କ ନାତୀ ମଧ୍ୟ ରହିଥିଲେ । ଯେତେବେଳେ ରାସ୍ତାରେ ଅନେକ ଖାଲ ଆସିଲା, ସେତେବେଳେ ଏକ ବଡ଼ ଖାଲରେ ଆମ୍ବୁଲାନ୍ସ ଚକା ଧଡ଼ କି ଫଡ଼ିଲା । ଯାହାଫଳରେ ଏକ ବଡ଼ ଝଟକା ଲାଗିଲା । ଏଭଳି ଦୁର୍ଘଟଣା ଘଟିଲେ ସାଧାରଣତଃ ଲୋକଙ୍କୁ ଆଘାତ ଲାଗିଥାଏ । ଅନେକ ସମୟରେ ଲୋକଙ୍କ ଜୀବନ ବି ଚାଲିଯାଇଥାଏ । କିନ୍ତୁ ରାସ୍ତାରେ ଥିବା ଏହି ଖାଲ ବୃଦ୍ଧଙ୍କ ପାଇଁ ବରଦାନ ପାଲଟିଗଲା । ନୂଆ ଜୀବନ ପାଇଲେ ବୃଦ୍ଧ ।

କେମିତି ଫେରିଲା ଜୀବନ

ଦାର୍ଶନ ସିଂ ‍ବରାଡ଼ଙ୍କ ନାତିଙ୍କ କହିବାନୁଯାୟୀ, ଖାଲରେ ଚକା ପଡ଼ିବା ମାତ୍ରେ ଏକ ବଡ଼ ଝଟ୍‌କା ଲାଗିଥିଲା । ଏହାର କିଛି ସମୟପରେ ସେ ଦେଖିବାକୁ ପାଇଥିଲା ଯେ, ଜେଜେବାପାଙ୍କ ହାତ ସାମାନ୍ୟ ହଲୁଥିଲା । ତାପରେ ସେ ତାଙ୍କ ନାଡ଼ି ଓ ହୃଦ୍‌ସ୍ପନ୍ଦନ ଯାଞ୍ଚ କରିଥିଲା । ଯାହାକି ଧକ ଧକ ହେଉଥିଲା । ଏହାପରେ ନାତୀ ତୁରନ୍ତ ଜେଜେବାପାଙ୍କୁ ନେଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।

Ambulance
Advertisment
Advertisment