Advertisment

ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ଆର୍ମି ଚିଫ୍ INS ଚିଲିକା ଗସ୍ତ କରିଥିଲେ। ସେଠାରେ ଅଗ୍ନିବୀରଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣର ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଜେନେରାଲ ମନୋଜ ପାଣ୍ଡେ।

author-image
Santosh Kumar Sahoo
Army Chief In Odisha

Army Chief In Odisha

ଓଡ଼ିଶା ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ସେ ଆଜି ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କରିଛନ୍ତି। ସେଠାରେ ତାଙ୍କୁ କଲେଜରେ ଚାଲିଥିବା ଅତ୍ୟାଧୁନିକ ତାଲିମ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଥିଲା। ସେହିପରି ଏୟାର ଡିଫେନ୍ସ ୱିପେନ୍ ସିଷ୍ଟମ, ଏୟାର ସର୍ଭିଲାନ୍ସ ରାଡାର, ଏୟାର ଡିଫେନ୍ସ ମିସାଇଲ ଏବଂ ବନ୍ଧୁକ ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ବିଷୟରେ ମଧ୍ୟ ଅବଗତ ହୋଇଥିଲେ। ପରେ ଜେନେରାଲ ପାଣ୍ଡେ ଆର୍ମି ଏୟାର ଡିଫେନ୍ସ କଲେଜର ଅଧ୍ୟାପକ, ଛାତ୍ରଙ୍କ ସହ ପ୍ରଶିକ୍ଷଣ ନେଉଥିବା ଅଗ୍ନିବୀର ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Advertisment

ଏହାପୂର୍ବରୁ ଆର୍ମି ଚିଫ୍ INS ଚିଲିକା ଗସ୍ତ କରିଥିଲେ। ସେଠାରେ ଅଗ୍ନିବୀରଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣର ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଜେନେରାଲ ମନୋଜ ପାଣ୍ଡେ।

Advertisment
Gopalpur Odisha News Army Chief
Advertisment
Advertisment