/odishatv-khabar/media/post_attachments/uploadimage/library/16_9/16_9_0/Ram_Mandir_1705507941.jpg)
Ram Mandir
ଅଯୋଧ୍ୟା ମନ୍ଦିର ପରିସରରେ ପ୍ରବେଶ କଲେ ରାମଲାଲା। ରାମଲାଲାଙ୍କ ବିଗ୍ରହ ଏକ ଟ୍ରକ ସାହାଯ୍ୟରେ ରାମ ପଥ ଦେଇ ମନ୍ଦିର ପରିସରରେ ପ୍ରବେଶ କରିଛି। କୃଷ୍ଣଶିଳାରେ ନିର୍ମିତ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ୫୧ ଇଞ୍ଚ ଉଚ୍ଚ ଏବଂ ପ୍ରାୟ ୨ କୁଇଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଟ୍ରକରେ ଢାଙ୍କି ମନ୍ଦିର ପରିସରକୁ ନିଆଯାଇଛି। କଡ଼ା ସୁରକ୍ଷା ବଳୟରେ ମୂର୍ତ୍ତି ନିର୍ମାଣ ସ୍ଥଳରୁ ମନ୍ଦିର ପରିସରକୁ ନିଆଯାଇଛି । ଏ ଦୃଶ୍ୟ ଦେଖି ଭାବବିହ୍ୱଳ ହେବା ସହିତ ଜୟ ଶ୍ରୀରାମ ନାରା ଦେଇଥିଲେ ଅଯୋଧ୍ୟାବାସୀ। ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଏହାର ମନ୍ଦିର ପ୍ରବେଶ ହେବ ।
କଡ଼ା ସୁରକ୍ଷା ମଧ୍ୟରେ ଅଯୋଧ୍ୟା ଶ୍ରାରାମ ମନ୍ଦିରକୁ ଗଲା ରାମଲଲାଙ୍କ ପ୍ରତିମୂର୍ତ୍ତି....#SriRamTemple#Ramlala#Ayodhya#OTVpic.twitter.com/RvJSEyoFoh
— ଓଟିଭି (@otvkhabar) January 17, 2024
ସେପଟେ ଆଜି ଦିନବେଳା ରାମଲାଲାଙ୍କ ଏକ ସୁସଜ୍ଜିତ ରୌପ୍ୟ ବିଗ୍ରହକୁ ମନ୍ଦିର ପରିକ୍ରମା ଓ ପୂଜାର୍ଚ୍ଚନା କରାଯାଇଥିଲା । ରାମଲାଲାଙ୍କ ପଥର ପ୍ରତିମା ଖୁବ୍ ଓଜନିଆ ହୋଇଥିବାରୁ, ଏହି ରୂପାରେ ତିଆରି ମୂର୍ତ୍ତିକୁ ଚଳନ୍ତି ବିଗ୍ରହ ଭାବେ ଅନୁଷ୍ଠାନରେ ପୂଜାର୍ଚ୍ଚନା କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)