Advertisment

ଦେଖନ୍ତୁ ଭିଡିଓ..! ଫ୍ରୁଟି ପାଇଁ କେମିତି ଆଇଫୋନ୍‌କୁ ଫିଙ୍ଗିଦେଲା ମାଙ୍କଡ଼...

ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Viral Video

Viral Video

ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ ଆପଣ । ହେଲେ ଏମିତି ମଜାଦାର ଭିଡିଓ କେବେ ଦେଖିନଥିବେ । ଆମେ ଆଜି ଆପଣଙ୍କୁ ଏମିତି କିଛି ମଜାଦାର ଭିଡିଓ ଦେଖାଇବୁ, ଯାହାକୁ ଆପଣ ବାରମ୍ବାର ଦେଖିବେ । ଆଉ ନିଜ ହସକୁ ରୋକିପାରିବେ ନାହିଁ । ଆପଣଙ୍କୁ ଏ ଭିଡିଓ ନିଶ୍ଚୟ ଭଲ ଲାଗିବ ।

Advertisment

ତେବେ ଅନେକ ପର୍ଯ୍ୟଟନସ୍ଥଳିରେ ମାଙ୍କଡ଼ମାନଙ୍କର ମିଠା ମିଠା ହରକତ ଆପଣ ଦେଖିଥିବେ ନିଶ୍ଚୟ। କାହାଠୁ ଫଳ ତ ଆଉ କାହାଠୁ ନଡିଆ ଛଡାଇ ନିଅନ୍ତି ମାଙ୍କଡ଼ । ଏହି ଭିଡିଓରେ କିନ୍ତୁ ଜଣେ ପର୍ଯ୍ୟଟକଙ୍କ ଆଇଫୋନ୍ ଛଡାଇ ନେଇଛି ମାଙ୍କଡ଼ । ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ମାଙ୍କଡ଼ଟି ଜଣେ ଯୁବକଙ୍କ ଆଇଫୋନକୁ ଛଡାଇ ନେଇ ପାଚେରୀ ଉପରକୁ ପଳାଉଛି। ପାଚେରୀ ଉପରେ ଆଉ ଦୁଇ ମାଙ୍କଡ଼ ଏକାଠି ହୋଇ ବସି ରହୁଛନ୍ତି। ଏହି ସମୟରେ ଲୋକଙ୍କ ଗହଳି ହୋଇଯାଇଥିଲା। ଯୁବକ ଜଣକ ଅତି ଚତୁରତାର ସହ ଏକ ଫ୍ରୁଟି ପ୍ୟାକେଟକୁ ମାଙ୍କଡ଼ ନିକଟକୁ ଫୋପାଡ଼ିଥିଲେ।

Advertisment

ଶେଷରେ ସୁନ୍ଦର ଭାବେ ମାଙ୍କଡ଼ଟି ଫ୍ରୁଟିକୁ ଧରିନେବା ସହ ଆଇଫୋନକୁ ତଳକୁ ପକାଇ ଦେଇଥିଲା। ଫଳରେ ତଳେ ଥିବା ଲୋକେ ଆଇଫୋନକୁ ଧରି ନେଇଥିଲେ। କୌତୁହଳପୂର୍ଣ୍ଣ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏହା ଜାନୁଆରୀ ୬ ତାରିଖର ଦୃଶ୍ୟ ବୋଲି କୁହାଯାଉଛି। ବୃନ୍ଦାବନରେ ଥିବା ଶ୍ରୀ ରଙ୍ଗାନାଥ ସ୍ୱାମୀ ମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଯୁବକଙ୍କ ଆଇଫୋନ୍ ଛଡାଇ ନେଇଥିଲା ମାଙ୍କଡ଼। 

Viral Video
Advertisment
Advertisment