• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚେସ୍ ପ୍ରତିଭା ରମେଶବାବୁ ପ୍ରଗନ୍ନାନନ୍ଦ ବିଶ୍ୱ ଚେସ୍ ଚାମ୍ପିଅନ୍ ଡିଙ୍ଗ ଲିରେନଙ୍କୁ ପରାସ୍ତ କରିବା ପରେ ଭରତର ନମ୍ବର ୱାନ୍ ଖେଳାଳି ବିବେଚିତ ହୋଇଛନ୍ତି । ୧୮ ବର୍ଷୀୟ ପ୍ରଗନ୍ନାନନ୍ଦ ବୁଧବାର ୨୦୨୪ ଟାଟା ଷ୍ଟିଲ୍ ଚେସ୍ ଟୁର୍ନାମେଣ୍ଟରେ ବିଶ୍ୱ ଚାମ୍ପିଅନ୍ ଡିଙ୍ଗ୍‌ ଲିରେନ୍‌ଙ୍କୁ ପରାସ୍ତ କରିବା ପରେ ମହାନ ଚେସ୍‌ ପ୍ଲେୟାର ବିଶ୍ୱନାଥ ଆନନ୍ଦଙ୍କୁ ମଧ୍ୟ ପରାଜିତ କରିଥିଲେ । ଆଉ ତା’ପରେ ତାଲିକାର ଶୀର୍ଷରେ ପହଞ୍ଚିଥିଲେ । ପ୍ରଗନ୍ନାନନ୍ଦ କହିଛନ୍ତି ତାଙ୍କର ବିଶ୍ୱାସ ହେଉନି ଯେ, ମହାନ ଚେସ୍‌ ପ୍ଲେୟାର ବିଶ୍ୱନାଥ ଆନନ୍ଦ ଏତେ ଶୀଘ୍ର ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛନ୍ତି ।

ପ୍ରଗନ୍ନାନନ୍ଦଙ୍କ ପକ୍ଷରୁ କୁହାଯାଇଛି, ‘ମୁଁ ଭାବିଥିଲି ଅତି ସହଜରେ ତାଙ୍କ ସହ ବରାବର କରିପାରିଛି । କିନ୍ତୁ ତାପରେ କ’ଣ ହେଲା କେଜାଣି, ତାଙ୍କର ସବୁ ଚାଲ ଓଲଟା ପଡ଼ିଲା । ଆଉ ସେ ହାରିବାକୁ ଲାଗିଲେ । ଚେସ୍‌ରେ ବିଜୟ ହେବା ପରେ ବି ମୋତେ ବିଶ୍ୱାସ ହେଉନଥିଲା ମୁଁ ମହାନ ଚେସ୍‌ ପ୍ଲେୟାରଙ୍କୁ ପରାସ୍ତ କରିଛି । ଏହି ବିଜୟ ପାଇଁ ନିହାତି ଭାବେ ଯୋଗ୍ୟ ହେବା ଦରକାର’ ।

ସେ ଆହୁରି କହିଛନ୍ତି, “ଏପରି ଶକ୍ତିଶାଳୀ ଖେଳାଳିଙ୍କୁ ପରାସ୍ତ କରିବା ସହଜ କଥା ନୁହେଁ, ତେଣୁ ଏହି ଦିନ ମୋ ଜୀବନରେ ସବୁବେଳେ ସ୍ମରଣୀୟ ହୋଇ ରହିବ । କ୍ଲାସିକାଲ୍ ଚେସରେ ମହାନ ଚେସ୍‌ ପ୍ଲେୟାର ବିପକ୍ଷରେ ପ୍ରଥମ ଥର ଜିତିଥିବାରୁ ଖୁବ୍‌ ଖୁସି ଲାଗିଲା । ”

୫ ବର୍ଷ ବୟସରେ ଖେଳିବା ଆରମ୍ଭ କରିଥିଲେ ପ୍ରଗନ୍ନାନନ୍ଦ । ୨୦୧୮ ରେ ମାତ୍ର ୧୨ ବର୍ଷ ବୟସରେ ଭାରତର ସର୍ବ କନିଷ୍ଠ ତଥା ବିଶ୍ୱର ଦ୍ୱିତୀୟ ସର୍ବ କନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇଥିଲେ ପ୍ରଗନ୍ନାନନ୍ଦ ।

OTV is now on Whatsapp

Join and get latest news update delivered to you via whatsapp

Join Now