ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍ ଗେମ୍ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଲଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।
କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ? ରାଜ୍ୟରେ ୨୪ ବର୍ଷର ସରକାରୀ ଶାସନ କରିବା ପରେ ଗଣମାଧ୍ୟମ ଆଗରେ ନବୀନଙ୍କ ବିବୃତି ପରେ ବିଜେପି ରଖିଛି କଡ଼ା ଆଭିମୁଖ୍ୟ ।
ଏକାଠି କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କଲେ ଦୁଇ ପ୍ରତିଭାଶାଳୀ ବାଲ୍ୟ ବନ୍ଧୁ - ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀ । ତେବେ ସଚିନ ପହଞ୍ଚିଲେ ତୁଙ୍ଗ ଶିଖରରେ ଅଥଚ ପଥହୁଡ଼ା ହୋଇ କାମ୍ବଲୀ ପାଲଟିଗଲେ ଜଣେ ଅସଫଳ ଓ ଅସହାୟ ମଣିଷ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଏହା ଦ୍ୱାରା ହାର୍ଟଆଟାକ୍ ଓ ବ୍ରେନ୍ଷ୍ଟ୍ରୋକ୍ ଆଶଙ୍କା ବଢିଥାଏ। ତେବେ ସ୍ନାନ କରିବାର ଠିକ୍ ଉପାୟ କ’ଣ ଆସନ୍ତୁ ଜାଣିବା।
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଚନ୍ଦ୍ର- ମୀନ ଦିବା ୧୧.୪୭ ଗତେ ମେଷ। ତିଥି-୧୧ ଶୀ ରାତ୍ରି ୦୧.୦୯ ଗତେ ୧୨ଶୀ। ଘାତଚନ୍ଦ୍ର- ଧନୁ ରାଶିର, ଦିବା ୧୧.୪୭ ଗତେ ମେଷ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୧.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସ୍ର କନିଷ୍ଠ କିରାଣି ଦେବଯାନୀ କର । ଯାହାଙ୍କ ଚାକିରି କାଳକୁ ପୂରିଛି ମାତ୍ର ୪ ବର୍ଷ । ଅଥଚ ଗ୍ରାସିଥିଲା ଲାଞ୍ଚର ମୋହ ।
୯ ମାସର ବକେୟା ଦରମାକୁ ନେଇ ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ୬ଟି ସଙ୍ଘକୁ ନେଇ ଗଠନ ହୋଇଥିବା ଅଲ୍ ଓଡ଼ିଶା GPLF ବା ଗ୍ରାମ ପଂଚାୟତ ଲେଭେଲ୍ ଫେଡେରସନ୍ ।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।
ଭୁବନେଶ୍ବର ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ତାଳ ଦେଇ ଯେଉଁଭଳି ଯାନବାହନ ସଂଖ୍ୟା ବଢ଼ି ଚାଲିଛି, ସେଥିରେ ଲୋକେ କଲବଲ ହେଉଛନ୍ତି । ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦିନ ୧ଟାରୁ ସଂଧ୍ୟା ୫/୬ଟା ଯାଏଁ ମରାମତି କାମ ହେବ ।
ମୋ ମରଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ଦେବନି । କୋର୍ଟ ବାହାର ନାଳରେ ଭସାଇଦେବ ମୋ ଅସ୍ଥି । ଜୀବନ ହାରିବା ପୂର୍ବରୁ ବେଙ୍ଗାଳୁରୁର AI ଇଞ୍ଜିନିୟର ୩୮ ବର୍ଷୀୟ ଅତୁଲ ସୁଭାଷ ଛାଡିଯାଇଛନ୍ତି ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ।
ଯଦି ଆପଣ ପ୍ରେମରେ ପଡିଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରିବା ଉଚିତ୍ ନୁହେଁ, କାରଣ ସବୁକିଛି ପାଇଁ ଏକ ଉପଯୁକ୍ତ ସମୟ ଥାଏ। ବେଳେବେଳେ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ନିଜ ଲଭ୍ ପାର୍ଟନର୍ଙ୍କ କିଛି ସଙ୍କେତରୁ ବୁଝିପାରିବେ ଯେ ସେ ଆପଣଙ୍କୁ ବିବାହ କରିବାର ମୁଡ୍ରେ ଅଛନ୍ତି।
ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।
ଗଗନଯାନ ଶେଷ ପର୍ଯ୍ୟାୟରେ କ୍ରୁ ମଡ୍ୟୁଲ ସମୁଦ୍ରରେ ଖସିବା ପରେ, ଏହାକୁ କିପରି ଯଥାଶୀଘ୍ର ଉଦ୍ଧାର କରାଯାଇ ପାରିବ, ତାର ଅଭ୍ୟାସ କରାଯାଇଛି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ହେବ ।
ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାରେ ଅଭିଯୋଗକାରୀ କୋର୍ଟରେ ହାଜର ହୋଇ ବୟାନ ଦେଇଛନ୍ତି । ଚାପ ପକାଯାଇ ମାମଲା ରୁଜୁ କରାଯାଇଥିଲା ବୋଲି କୋର୍ଟରେ କହିଛନ୍ତି ଅଭିଯୋଗକାରୀ ।
ସବୁଠାରୁ ଧନୀ ଭିକାରୀର ସମ୍ପତ୍ତି ସାଢେ ୭ କୋଟି ଟଙ୍କା ! କେବଳ ଆମ ଦେଶର ସେ ଧନୀ ଭିକାରୀ ନୁହେଁ, ପୂରା ବିଶ୍ୱରେ ସେ ହେଉଛି ସବୁଠୁ ବଡ଼ ଧନୀ ଭିକାରୀ ।
‘ବାଗୀ ୪’ର ପୋଷ୍ଟର୍ ରିଲିଜ୍ ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ମାତା ଫିଲ୍ମର ଖଳନାୟକଙ୍କ ଖୁଲାସା କରିଛନ୍ତି ଏବଂ ଏହା ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି ବୋଲି କୁହାଯାଉଛି। ଜାଣନ୍ତୁ କିଏ ହେବେ ଏହାର ନାୟିକା…
ବର୍ତ୍ତମାନର ଯୁବକ ଯୁବତୀଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ଚୁଟି ଝଡ଼ିବା ଓ ଚୁଟି ପାଚିବା। ସେଥିପାଇଁ କିଏ କେତେ ପ୍ରକାର ତେଲ ଲଗାଉଛନ୍ତି, ପୁଣି କିଏ କିଏ ଔଷଧ ଖାଉଛନ୍ତି। ତେବେ କୌଣସି ଉପଚାର କରିବା ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ଚୁଟିର କିସମ ବା ପ୍ରକାର ଜାଣିବା ନିହାତି ଜରୁରୀ । ଜାଣିଲେ ତାହା ଆପଣଙ୍କୁ ଔଷଧ ପ୍ରୟୋଗରେ ସାହାଯ୍ୟ କରିବ।
ଭାରତ-ସିରିଆ ମଧ୍ୟରେ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଐତିହାସିକ ସମ୍ପର୍କ ସାତ ଦଶକ ପୁରୁଣା । ୧୯୫୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସିରିଆ ଗସ୍ତରେ ଯାଇଥିଲେ । ଆଉ ତାଙ୍କ ଗସ୍ତ ପରେ ସିରିଆର ରାଜଧାନୀ ଦମାସକସର ପ୍ରସିଦ୍ଧ ଉମେଦ ସ୍କୋୟାରକୁ ଜବାହାରଲାଲ ନେହରୁ ଷ୍ଟ୍ରିଟ ଭାବରେ ନାମିତ କରାଯାଇଥିଲା ।
କରଣୀ ସେନା ‘ପୁଷ୍ପା ୨’କୁ ନେଇ ଅସନ୍ତୋଷ ଦେଖାଇଛି। ଫିଲ୍ମରେ ଏମିତି କିଛି ରହିଛି ଯାହା ସେମାନଙ୍କ ସମାଜକୁ ଅସମ୍ମାନ କରୁଥିବା କହି ନିର୍ମାତାଙ୍କୁ ମଧ୍ୟ ଧମକ ଦେଇଛି।
ରାଜରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ମହିଳା । ୯ ମାସ ହେଲା ମହିଳା ମାନେ ଦରମା ପାଇ ନାହାନ୍ତି । କୁହାଯାଉଛି କେନ୍ଦ୍ର ସରକାରଙ୍କ ସହ ରାଜ୍ୟସରକାରଙ୍କର ଏଗ୍ରିମେଣ୍ଟ ଶେଷ ହୋଇଛି ।
ଚାଲାକ୍ ହେବା ଭଲ ହୋଇପାରେ କିନ୍ତୁ ଅତି ଚାଲାକ ହେଲେ ଖରାପ । ଜଣେ ରାଜନେତା ଜର୍ମାନୀର ନାଗରିକ ଥାଇ ଭାରତରେ ନିର୍ବାଚନ ଲଢୁଥିଲେ । ଥରେ କି ଦୁଇ ଥର ନୁହେଁ, ୪ ଥର ବିଧାୟକ ଭାବେ ଜିତିଛନ୍ତି । ହାଇକୋର୍ଟ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜନେତା ଆଉ ଭାରତରେ ନିର୍ବାଚନ ଲଢିପାରିବେନି ।
ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର୍ ବସ୍ ! ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା CRUT ।
‘କେମିତି ଅନୁଭବ ହେଉଛି’ ଜାଣିବା ପାଇଁ କ୍ରିମିନୋଲୋଜି ଛାତ୍ର ମାରିଦେଲା ମହିଳାଙ୍କୁ । ଜହ୍ନରାତିରେ ସମୁଦ୍ର କୂଳରେ ଅଚାନକ ଛୁରୀ ଭୁସି ଚାଲିଲା ଦୁଇ ମହିଳାଙ୍କୁ ।