• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ମୌନି ଅମାବାସ୍ୟାରେ ସ୍ନାନବିଧି
Mauni Amavasya 2025 : ମୌନ ରହିଲେ କେଉଁ ଫଳ ପ୍ରାପ୍ତିହୁଏ, କ’ଣ ରହିଛି ମହାକୁମ୍ଭରେ ସଠିକ୍ ସ୍ନାନ ବିଧି...

ଏଥର ମୌନି ଅମାବାସ୍ୟା ଜାନୁଆରୀ ୨୯ରେ ପଡ଼ୁଛି । ଏଥିପାଇଁ ତୀର୍ଥନଗରୀ ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ମହାକୁମ୍ଭକୁ ମୌନି ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚି ସାରିଛନ୍ତି । ଏଥର ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଏଥିପାଇଁ ପ୍ରୟାଗରାଜରେ ଅସମ୍ଭାଳ ଭିଡ଼ ଲାଗି ରହିଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୦ କୋଟି ଶ୍ରଦ୍ଧାଳୁଙ୍କ ପାଇଁ ୧୨ କିଲୋମିଟର ଲମ୍ବା ଘାଟ ନିର୍ମାଣ କରାଯାଇଛି ।

Indian Newspaper Day 2025
Indian Newspaper Day 2025: ଭାରତର ପ୍ରଥମ ଖବରକାଗଜ କ’ଣ… କେବେ କେଉଁଠି ହୋଇଥିଲା ପ୍ରକାଶିତ

ଆଜିର ଡିଜିଟାଲ ଯୁଗରେ, ପ୍ରିଣ୍ଟ ମିଡିଆର ଅବସ୍ଥା ସଂକଟରେ। ମହାମାରୀ ପରେ ପ୍ରିଣ୍ଟ ମିଡିଆର ଅବସ୍ଥା ବିଗିଡି ଯାଇଛି। ପ୍ରିଣ୍ଟ ମିଡିଆକୁ ଆର୍ଥିକ ସହାୟତା ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ହେବା ଜରୁରୀ।

F-35 crashed
F-35 Crashed: ଟ୍ରେନିଂ ସମୟରେ ଧ୍ବଂସ ପାଇଲା F-35 ଯୁଦ୍ଧବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଆମେରିକାର ଏକ ଏଫ-୩୫ ଯୁଦ୍ଧବିମାନ ଟ୍ରେନିଂ ସମୟରେ ଧ୍ବଂସ ପାଇଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଙ୍ଗଲ ସିଟର ଏହି ଯୁଦ୍ଧ ବିମାନଟି ଟ୍ରେନିଂ ସମୟରେ ଆଲାସ୍କାରେ ଖସି ପଡିଥିଲା। ଇନଫ୍ଲାଇଟ ତ୍ରୁଟି କାରଣରୁ ପାଇଲଟଙ୍କୁ କ୍ରାସ୍‌ର ଠିକ ପୂର୍ବରୁ ଇମର୍ଜେନ୍ସି ଏକ୍ସିଟ ନେବାକୁ ପଡିଥିଲା। ୩୫୪ ଫ୍ଲାଇଟ ୱିଙ୍ଗର କମାଣ୍ଡର କଲୋନେଲ ପଲ ଟାଉନସେଣ୍ଡ ଏହି ସୂଚନା ଦେଇଛନ୍ତି।

ISRO
ISRO Launch: ସେଞ୍ଚୁରୀ ମାରିଲା ଶ୍ରୀହରିକୋଟା, ଏନଭିଏସ-୦୨ର ସଫଳ ଉତକ୍ଷେପଣ

ବୁଧବାର ଇସ୍ରୋ ପକ୍ଷରୁ ସାଟେଲାଇଟ ନାଭିଗେସନ ପାଇଁ ଉଦ୍ଦିଷ୍ଟ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। ଏହା ସହିତ ଭାରତୀୟ ସ୍ପେଶ ମିଶନରେ ଆଉ ଏକ ସଫଳ ଉପଲବ୍ଧି ଯୋଡିବାରେ ସମର୍ଥ ହୋଇଛି ଇସ୍ରୋ।

Stampade
Maha Kumbh Mela 2025: କୁମ୍ଭମେଳାରେ ଅଘଟଣ, ଦଳାଚକଟାରେ ଏକାଧିକ ମୃତ୍ୟୁ ଆଶଙ୍କା

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହା କୁମ୍ଭମେଳା ୨୦୨୫ରେ ଘଟି ଯାଇଛି ବଡ ଅଘଟଣ। ଅମୃତ ସ୍ନାନ ସମୟରେ ଦଳାଚକଟା କାରଣରୁ ଅନ୍ୟୁନ ୧୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଥିଲା ମଙ୍ଗଳବାର ବିଳମ୍ବିତ ରାତିରେ ଅଧିକ ଭିଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା। ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା।

Panchang
Panchang Today 29th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି କରନ୍ତୁ ଗୃହ ଶାନ୍ତି ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୯  ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର ।  ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ।  ଘାତବାର- କର୍କଟ ରାଶିର ।  ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୧୯ ପର୍ଯ୍ୟନ୍ତ ।

Home remedies for long hair
Hair Care Tips: ଚୁଟିକୁ ମଜବୁତ କରିବା ପାଇଁ ଘରେ ତିଆରି କରନ୍ତୁ ଏହି ଆୟୁର୍ବେଦିକ ତେଲ

ଚୁଟିକୁ ମଜବୁତ କରିବା ପାଇଁ ଏକ ଘରୋଇ ଉପଚାର କଥା କହିବା। ଏହାକୁ ଯଦି ସଠିକ୍ ଭାବରେ ବ୍ୟବହୃତ ହୁଏ, ତେବେ ଆପଣଙ୍କ ଚୁଟିର ବୃଦ୍ଧି ବହୁତ ଭଲ ଭାବରେ ହେବ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କ ଚୁଟି ଅଣ୍ଟା ପର୍ଯ୍ୟନ୍ତ ପଡିଯିବ। ତେବେ ଆସନ୍ତୁ ଏହି ଟିପ୍ସ କ’ଣ ଜାଣିନେବା।

Cricket
Cricket Match: ଚର୍ଚ୍ଚାରେ ଟିଲୋ ଖେଳ ପଡ଼ିଆ: ଏଇଠି ଖେଳିଥିଲେ ଧୋନୀ ଓ ଈସାନ

୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍।

Ganjam
Ganjam Kidnap Case: କାହିଁକି କରିଥିଲେ ଅପହରଣ? କ’ଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ?

ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି।

Balasore Six-Lane Road Project 
Road Project: ହଟିପାରୁନି ଜବରଦଖଲ; ୪ଶହ ମିଟର ରାସ୍ତାକୁ ଲାଗିଲାଣି ବର୍ଷ ବର୍ଷ...

ଷ୍ଟେସନ ଛକଠାରୁ ଫକୀର ମୋହନ ଗୋଲେଇ ଯାଏ ହେବ ୬ ଥାକିଆ ରାସ୍ତା । ୪ ଶହ ମିଟର ରାସ୍ତା ନିର୍ମାଣ କରିବାକୁ ଲାଗିଲାଣି ବର୍ଷବର୍ଷ କାର୍ଯ୍ୟ ଅବଧିର ସମୟ ସରିବା ପରେବି ଆରମ୍ଭ ହୋଇପାରୁନି କାମ ! 

Stray Dogs
Stray Dogs: ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା; ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ...

ବ୍ରହ୍ମପୁର ସହରରେ ମାଳ ମାଳ ବୁଲା କୁକୁର । ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା । ବ୍ରହ୍ମପୁର ସହର ସାରା ବୁଲା କୁକୁରଙ୍କ ରାଜୁତି। 

Puri
Drone Spotted Srimandir: ଶ୍ରୀମନ୍ଦିର ନୀଳଚକ୍ର ଉପରେ ୨୫ ମିନିଟ୍‌ ଧରି ଉଡିଲା ଡ୍ରୋନ୍‌!

ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍‌। ପୋଲିସ୍‌ ଡ୍ରୋନ୍‌ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍‌ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା।

Union Budget 2025
Union Budget 2025: ଫେବ୍ରୁଆରୀ ପହିଲାରେ ପୂର୍ଣ୍ଣାଙ୍ଗ ବଜେଟ୍; ଏଥର କାହା ଉପରେ ଫୋକସ ?

ବଜେଟରେ ସରକାରଙ୍କ ଠାରୁ ଅଧିକ ପ୍ରୋତ୍ସାହନର ଆଶା ରଖିଛନ୍ତି କ୍ଷୁଦ୍ର ବ୍ୟବସାୟୀ। ଆୟକର, ଜିଏସଟି ଏବଂ ପ୍ରୋଫେସନାଲ ଟ୍ୟାକ୍ସ ଯୋଗୁଁ ଘାଇଲା ହେଉଛନ୍ତି ବ୍ୟବସାୟୀ। ସେମାନଙ୍କ କହିବା କଥା, ସରକାର ବଡ ବ୍ୟବସାୟୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଦେଉଛନ୍ତି, ଏଥର ସେମାନଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା କଲେ ସେମାନେ ମାର୍କେଟ୍ ରେ ତିଷ୍ଠି ପାରିବେ।

Niranjan Patnaik
Niranjan Patnaik: ନିରଞ୍ଜନଙ୍କ ନିଦ ହଜାଇଲେଣି ଚୋର; ୩ ଦିନରେ ୨ଥର ପଶିଲେଣି

ରଞ୍ଜନଙ୍କ ଘରୁ ୫୦ ଲକ୍ଷ ନୁହେଁ, ଏହାଠାରୁ ବହୁ ଅଧିକ ମୂଲ୍ୟର ଗହଣାଗାଣ୍ଠି ଲୁଟ୍ ହୋଇଛି। ତେବେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଘରେ ପଶି ଚୋର କଳାକନା ବୁଲାଇବା ଘଟଣା ସମସ୍ତଙ୍କୁ ଚକିତ କରୁଥିବାବେଳେ ପୋଲିସ କାହିଁକି ଏହାର ପର୍ଦ୍ଦାଫାସ୍ କରିପାରୁନି?

Utkarsh Odisha 2025
Utkarsh Odisha 2025: ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ; ସ୍ବାକ୍ଷର ହେଲା ୫୪ MoU, ଆସିବ ସାଢ଼େ ୪ ଲକ୍ଷ କୋଟିର ପୁଞ୍ଜି

ଓଡ଼ିଶାରେ ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦ ହଜାର କୋଟି ନିବେଶ ଲାଗି ନିଷ୍ପତ୍ତି ନେଇଥିଲା ବେଳେ ପେଟ୍ରୋକିମିକାଲ୍ସ କ୍ଷେତ୍ରରେ ଭଦ୍ରକ ଓ ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ୭୦ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ ଦେଖାଇଛି।

Vessal
Vessal In Bhadrak: କେବେ ଚାଲିବ ଭେସେଲ୍‌? ନା ଫେରିବ...

ଧାମରା ଚାନ୍ଦିନିପାଳଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ଜଳ ପଥରେ ଯୋଡିବା ପାଇଁ ୨୦୨୦ ମସିହାରେ ଆସିଥିଲା ଭେସେଲ୍‌। ଧାମରାରେ ପହଞ୍ଚିବା ପରେ ତା’ର ନାଁ ରଖାଯାଇଥିଲା ‘ଭୂପେନ ହଜାରିକା’।

Ashwini Vaishnaw
Utkarsh Odisha 2025: ଓଡ଼ିଶା ହେବ IT ହବ୍; ରେଳ ଓ ଟେଲିକମ ସେକ୍ଟରରେ ହେବ ବଡ଼ ନିବେଶ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛନ୍ତି ଶିଳ୍ପପତି । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ସେଇଥିପାଇଁ ଦେଶ ବିଦେଶରୁ ଓଡ଼ିଶାକୁ ଛୁଟି ଆସିଛନ୍ତି ନିବେଶକ ।

Update On Subhadra
Subhadra Yojana: ଏତିକି କରିଦିଅନ୍ତୁ, ପାଇବେ ସୁଭଦ୍ରା ଟଙ୍କା

NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ ।

Deepseek
Deepseek:ଚୀନର AI ଟେକ୍ନୋଲୋଜି ଡିପ୍ ସିକ, ଚିନ୍ତାରେ ଡୋନାଲ୍ଡ ଟ୍ରମ୍ପ

ଆମେରିକାର ସେୟାର ମାର୍କେଟରେ ମଧ୍ୟ ଡିପସିକ ପ୍ରଭାବ ପକାଇଛି। ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଟେକନୋଲୋଜି କ୍ଷେତ୍ରରେ ଚୀନର ପ୍ରତିଯୋଗିତା ଦେଖି ଆମେରିକାର ଟେକନୋଲୋଜି କ୍ଷେତ୍ର ନିଶ୍ଚିତ ଭାବେ ଆଲର୍ଟରେ ଆସିବା ଦରକାର ବୋଲି କହିଛନ୍ତି ଟ୍ରମ୍ପ।

How to prepare for government jobs with full time job
Career Tips: ଆପଣ ଫୁଲ୍ ଟାଇମ୍ ଜବ୍ କରି ସରକାରୀ ଚାକିରି ପାଇଁ ଆଶାୟୀ କି…ଏମିତି କରନ୍ତୁ ପ୍ରସ୍ତୁତି, ହେବେ ସଫଳ

ଅନେକ ପ୍ରାର୍ଥୀ ଘରୋଇ ଚାକିରି ସହିତ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ଏକ ଫୁଲ୍ ଟାଇମ୍ ଚାକିରି ଅର୍ଥାତ୍ ୯ଟାରୁ ୫ଟା ପର୍ଯ୍ୟନ୍ତ ଚାକିରି କରି ଆପଣ କିପରି ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବେ ଜାଣନ୍ତୁ।

Crime
AI Catch: ତଥ୍ୟ ଦେଲା AI, ମାଡ଼ି ବସିଲା ବନ ବିଭାଗ, ୩ ଚମ୍ପଟ

ଏଆଇ ତଥ୍ୟ ଆଧାରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି କପ୍ତିପଦା ଥାନା ନଛିପୁର ଗାଁରେ ଚଢ଼ଉ କରିଥିଲା। ଆଉ ଶିକାର ଅଭିଯୋଗରେ ରାଜକିଶୋର ନାଏକ ଓ କାଳିଚରଣ ଦେହୁରୀଙ୍କୁ ଗିରଫ କରିଥିଲା।

4 Men Sentenced To Death
Blasphemy in Pakistan: ଅନଲାଇନ୍‌ରେ ଭଗବାନ୍‌ଙ୍କୁ ଗାଳି ପଡ଼ିଲା ମହଙ୍ଗା; ୪ ଜଣଙ୍କୁ ଫାଶୀ ଦଣ୍ଡ ଦେଲେ କୋର୍ଟ

ସୋସିଆଲ୍ ମିଡିଆରେ ଧର୍ମକୁ ନିନ୍ଦା କରିବା ଓ ଈଶ୍ୱରଙ୍କୁ ନିନ୍ଦା କରିବା ଭଳି ବିଷୟବସ୍ତୁ ସେୟାର କରିବା ମାମଲାରେ ଶୁକ୍ରବାର ଚାରି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଅଭିଯୋଗ ପରେ ମୋବାଇଲରୁ ମିଳିଥିବା ତଥ୍ୟକୁ ଫରେନସିକ୍ ଲ୍ୟାବରେ ଯାଞ୍ଚ କରାଯିବା ପରେ ଦୋଷୀଙ୍କ ବିରୁଦ୍ଧରେ ଏହି ରାୟ ଦିଆଯାଇଛି।

Investment In Odisha
Utkarsh Odisha 2025: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

ଶିଳ୍ପ ଜଗତର ବଡ ବଡ ହସ୍ତୀ ଆସିଛନ୍ତି ଓଡ଼ିଶା । ପ୍ରତିଶ୍ରୁତି ଦେଇଛନ୍ତି, ବଦଳାଇ ଦେବେ ଓଡ଼ିଶାର ଭାଗ୍ୟ । ଯୁବକଯୁବତୀଙ୍କୁ ଦେବେ ରୋଜଗାର । ବିକାଶ ପଥରେ ଚାଲିବ ଓଡ଼ିଶା ।

ସ୍ୱଦେହରେ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି
Migrant Labourers: ଦାଦନ ଖଟିବାକୁ ଯାଉଛନ୍ତି...କିଏ ବନ୍ଧା ପଡୁଛି ତ ଆଉ କିଏ ଶବ ହୋଇ ଫେରୁଛି

ବଲାଙ୍ଗିର ରେଲୱେ ଷ୍ଟେସନ । ଅନ୍ୟ ଯାତ୍ରୀଙ୍କ ଭିଡ ଭିତରୁ, ଏମାନେ ବାରି ହୋଇପଡୁଛନ୍ତି । ହାବଭାବରୁ ଜଣାପଡୁଛି, ଦାଦନ ଘର ମୁହାଁ ହୋଇଛନ୍ତି । କିନ୍ତୁ ବୁଝାବୁଝି କଲାରୁ ଜଣାପଡିଲା, ଏମାନେ ତେଲେଙ୍ଗାନା ସରକାର ଦ୍ବାରା ଉଦ୍ଧାର ହୋଇ, ବଲାଙ୍ଗିର ଫେରିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ଏବଂ ବେଳପଡା ବ୍ଳକର ଦାଦନ ଶ୍ରମିକ । ବାସ୍, ରେଲୱେ ଷ୍ଟେସନରୁ ସିଧା ପହଞ୍ଚିଥିଲେ, ଜିଲ୍ଳା ଯୋଜନାର ପେଣ୍ଠସ୍ଥଳୀ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ।

UK
4-Day Work Week: କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହକୁ ୪ ଦିନ କାମ କରିବେ...

୪ ଦିନିଆ କାର୍ଯ୍ୟଦିବସକୁ ସମର୍ଥନ କରୁଥିବା 4 Day Week Foundationର ନିର୍ଦ୍ଦେଶକ Joe Ryleଙ୍କ କହିବା ଅନୁସାରେ ଦିନକୁ ୯ ଘଣ୍ଟା ହିସାବରେ ୫ ଦିନ କାମ କରିବା ପଦ୍ଧତି ୧୦୦ ବର୍ଷ ତଳେ ତିଆରି ହୋଇଥିଲା।