Advertisment

Tension at Bhadrak's Private Hospital: ଝିଅ ଜନ୍ମଦେବା ପରେ ମୃତ୍ୟୁବରଣକଲା ପ୍ରସୂତି, ଆଉ ତା'ପରେ...

ରାତିରେ ସବୁକିଛି ଠିକ୍ ଥିଲା। ଝିଅକୁ ଜନ୍ମଦେବା ପରେ ସମ୍ପର୍କୀୟଙ୍କ ସହ ଖୁସିରେ ଭିଡିଓ କଲ୍ ମାଧ୍ୟମରେ କଥା ହେଉଥିଲା ମାଆ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସକାଳକୁ ସବୁ କିଛି ଓଲଟପାଲଟ ହୋଇଗଲା।

author-image
Deviprasad Jena
ଅଦ୍ୟତନ ହୋଇଛି
Patient Death Sparks Tension At Bhadrak Private Hospital

Tension at Bhadrak's Private Hospital

ରାତିରେ ସବୁ କିଛି ଠିକ୍ ଥିଲା ଝିଅକୁ ଜନ୍ମଦେବା ପରେ ସମ୍ପର୍କୀୟଙ୍କ ସହ ଖୁସିରେ ଭିଡିଓ କଲ୍ ମାଧ୍ୟମରେ କଥା ହେଉଥିଲା ମାଆ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସକାଳକୁ ସବୁ କିଛି ଓଲଟପାଲଟ ହୋଇଗଲା। ଦୁନିଆ କଣ ଜାଣିନଥିବା ନିଷ୍ପାପ ଛୁଆଟି ହୋଇଗଲା ମାଆ ଛେଉଣ୍ଡ । ଆଉ ଏହାକୁ ସହ୍ୟ କରିପାରିଲେନି ସମ୍ପର୍କୀୟ । ଆଉ ତାପରେ ମହିଳାଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଭଙ୍ଗାରୁଜା ଓ ତୀବ୍ର ଉତ୍ତେଜନା ଦେଖାଦେଇଛି ।

Advertisment

ଭଦ୍ରକରେ ପ୍ରସୂତିଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ସମ୍ପର୍କୀୟ । ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଘରୋଇ ନର୍ସିଂହୋମରେ ଉତ୍ତେଜନା । ଭଦ୍ରକ ଗାନ୍ଧୀ ପଡିଆସ୍ଥିତ ଏକ ଘରୋଇ ନର୍ସିଂହୋମରେ ଏଭଳି ଉତ୍ତେଜନା ଦେଖାଦେଇଛି । ଡାକ୍ତରଙ୍କ ଅବହେଳାକୁ ଦାୟୀକରି ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସଂପର୍କୀୟ । ଶିଶୁ କନ୍ୟା ଜନ୍ମପରେ ମାଆର ମୃତ୍ୟୁକୁ ନେଇ ଗଣ୍ଡଗୋଳ କରିଥିଲେ ସଂପର୍କୀୟ । ଡାକ୍ତର ଓ କର୍ମଚାରୀଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକରି ନର୍ସିଂହୋମରେ ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଅଧିକ ପଢ଼ନ୍ତୁ : ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ମୃତକ ଅସୁରାଳୀ ଅଞ୍ଚଳର ପ୍ରସୂତି ଦେବସ୍ମିତା ଜେନା । ସେ ଗତକାଲି ଅର୍ଥାତ ରବିବାର ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ରାତିରେ ଏକ କନ୍ୟା ସନ୍ତାନ ଜନ୍ମଦେବା ପରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁହୋଇଛି । ମୃତକ ଦେବସ୍ମିତା ନିଜ ସ୍ବାମୀଙ୍କ ସହ ଦିଲ୍ଲୀରେ ରହୁଥିଲେ । ଡେଲିଭରୀ ପାଇଁ ୩ ମାସ ପୂର୍ବେ ଗାଁକୁ ଆସିଥିଲେ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡାକ୍ତର କହୁଥିଲେ ସବୁ ଠିକ ଅଛି । କିନ୍ତୁ, ଏବେ ହାର୍ଟ ସମସ୍ୟା କାରଣରୁ ମୃତ୍ୟୁହୋଇଛି ବୋଲି କହୁଛନ୍ତି । ଡକ୍ଟର କେବଳ ଫୋନରେ କଥା ହୁଅନ୍ତି ଏବଂ ନର୍ସ ଇଞ୍ଜେକ୍ସନ ଦେଉଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଏମିତିକି ଟଙ୍କା ଲୋଭରେ ରାତି ୩ଟାରେ ଅପରେସନ କରାଯାଇଥିବା ଭଳି ସଂଘାତିକ ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।

Advertisment

ତେବେ ଏହି ଘଟଣାରେ ନର୍ସିଂହୋମ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଅପରପକ୍ଷରେ ପୋଲିସ ମୁତୟନପରେ ଶାନ୍ତି ଶୃଙ୍ଖଳା ବଜାୟ ରହିଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ଵେହେରା । ଅତିରିକ୍ତ ଆରକ୍ଷୀଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟାଦେଇ କହିଛନ୍ତି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଧିକ ପଢ଼ନ୍ତୁ : ଯୁଗାନ୍ତକାରୀ ଓ ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା, ଗଙ୍ଗାର ସ୍ରୋତ ଭଳି ଓଡ଼ିଶା ଆସିବେ ନିବେଶକ

Odisha News Bhadrak
Advertisment
Advertisment