ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍। ବୌଦ୍ଧ ମନମୁଣ୍ଡା ଥାନା ମଶିଣାପଡା ବ୍ରିଜ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଥିଲା ।
RRC ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ RRC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଆଜି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’ର ଟିଜର୍ ରିଲିଜ୍ ହୋଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି 'ଦ ଦିଲ୍ଲୀ ଫାଇଲ୍ସ'କୁ ଅପେକ୍ଷା କରିଥିଲେ। ଫିଲ୍ମ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି।
୪୫ ଦିନ ଧରି ଚାଲିଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ଭିଡ଼ ଜମୁଛି। ଗତକାଲି କିଛି ଶ୍ରଦ୍ଧାଳୁ ଡଙ୍ଗାରେ ସ୍ନାନ କରିବା ପାଇଁ ସଙ୍ଗମ ସ୍ଥଳକୁ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଆକାଶମାର୍ଗରେ MI-17 ହେଲିକପ୍ଟର୍ରୁ ଦର୍ଶକଙ୍କ ଉପରେ ହୋଇଥିଲା ପୁଷ୍ପ ବର୍ଷା। ଏପରି ଭାବରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ପାଳନ ହୋଇଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ।
ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଜାଗା କିଣନ୍ତୁ ନାହିଁ। ଏହାକୁ ବାସ୍ତୁରେ ଅଶୁଭ ବୋଲି କୁହାଯାଇଛି।
ଅକ୍ଷୟ କୁମାରଙ୍କ 'ସ୍କାଏ ଫୋର୍ସ' ସମାଲୋଚକମାନଙ୍କ ଦ୍ୱାରା ମଧ୍ୟ ବହୁତ ପ୍ରଶଂସା ପାଇଛି। ଫିଲ୍ମର ବଜେଟ୍ ଅନୁଯାୟୀ ଏକ ଭଲ ଓପନିଂ କରିବାରେ ଏହା ସଫଳ ହୋଇଛି। ତେବେ ଆସନ୍ତୁ ଜାଣିବା ଦୁଇ ଦିନରେ ଏହାର ମୋଟ ରୋଜଗାର କେତେ ହୋଇଛି।
ଓଡ଼ିଶାର ବିକାଶକୁ ଦ୍ବିଗୁଣିତ କରିବ ଡବଲ୍ ଇଞ୍ଜିନ୍ ସରକାର । ଗାଁ ଲୋକଙ୍କ ହାତରେ ରହିବ ବିକାଶର ଚାବିକାଠି । ଆଜି କଟକ ବିଡ଼ାନାସୀ ଗ୍ରାଉଣ୍ଡରେ ୭୬ ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଛି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି । ପୁଅ ବୋହୂ ରହୁଥିବା ଉପର ମହଲାରୁ ଚୋରି ହୋଇଥିବା ନିରଞ୍ଜନ କହିଛନ୍ତି । ଚୋରମାନେ ନଗଦ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ୍ ହୋଇଛି।
ଯଦି ଆପଣଙ୍କର ସନ୍ଦେହ ହୁଏ ଯେ ଆପଣଙ୍କ ହୋଟେଲ ରୁମ୍ରେ କୌଣସି ଏକ ହିଡେନ୍ କ୍ୟାମେରା ଥାଇପାରେ, ତେବେ ଆପଣ ସ୍ମାର୍ଟଫୋନ୍ ଦ୍ୱାରା ଏହାକୁ ଅତି ସହଜରେ ଜାଣିପାରିବେ। ତେବେ କିପରି ଯାଞ୍ଚ କରିବେ ଜାଣିବା ପାଇଁ ପଢନ୍ତୁ।
ଆଜି ସକାଳେ ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ କରି ସାରି ସରଣ୍ଡା ପ୍ୟାରେଡ୍ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥାନ୍ତେ।
ଏଯାଏଁ ପ୍ରାୟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ମିଳିଲାଣି। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଶ୍ୱାସରେ ବିଷ ଦେଇ ଲୁଟିନେଲେ ଅଳଙ୍କାର । ଆଖି ଆଗରେ ଚଳୁ କରିଦେଲେ ୫ ଲକ୍ଷର ଟଙ୍କାର ଅଳଙ୍କାର । ହଳଦି ପାଣିରେ ସୁନା ପକାଇ ସମସ୍ତଙ୍କ ସାମ୍ନାରେ ଛୁ’ ମାରିଲେ ଦୁର୍ବୃତ୍ତ ।
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଆଜି ପ୍ରଥମ ଥର ଓଡ଼ିଶା ଉପକୂଳର ୧୦ଟି ଦ୍ୱୀପରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। । ଡିଜିପି-ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ସେସବୁ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା
ପ୍ରତିବର୍ଷ ୨୬ ଜାନୁଆରୀରେ ‘ଅନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ ପାଳନ ହୁଏ ଏବଂ ସାରା ବିଶ୍ୱରେ ସୀମା ଶୁଳ୍କ ଅଧିକାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରାଯାଏ। ଆସନ୍ତୁ ଏହାର ଇତିହାସକୁ ଜାଣିବା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ସେନାର ମିଳିତ ପରେଡ୍ ଅଭିବାଦନ ଗ୍ରହଣ କରିବେ। ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାନ୍ୟଗଣ୍ୟ ଅତିଥି।
ଭାରତ ପ୍ରତିବର୍ଷ ଜାନୁଆରୀ ୨୬ରେ ଏହାର ‘ଗଣତନ୍ତ୍ର ଦିବସ’ ପାଳନ କରେ। ଅନେକଙ୍କ ମନରେ କିନ୍ତୁ ଏମିତି ପ୍ରଶ୍ନ ମଧ୍ୟ ଉଙ୍କିମାରେ ଯେ କେବଳ ୨୬ ଜାନୁଆରୀକୁ କାହିଁକି ‘ଗଣତନ୍ତ୍ର ଦିବସ’ ଭାବେ ପାଳନ କରାଯାଏ। ଯଦି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି ତେବେ ଜାଣି ନିଅନ୍ତୁ…
ଆଜି ଘୋଷଣା ହୋଇଛି ପଦ୍ମ ପୁରସ୍କାର-୨୦୨୫। ଚଳିତବର୍ଷ ପାଇଁ ୭ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ ନାଁ ଘୋଷଣା ହୋଇଛି।
ବିଭିନ୍ନ କ୍ରାଇମ୍ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ ପଠାଉଛି। ହେଲେ ପରବର୍ତ୍ତୀ ସମୟରେ ଅପରାଧୀମାନେ ଜେଲ୍ରୁ ଫେରି ଅପରାଧୀକ କାର୍ଯ୍ୟରେ ସାମିଲ୍ ହେଉଛନ୍ତି।
ଯିବାକୁ ପଡ଼ିବନି କୋଷ କୋଷ ଦୂର ବାଟ । ଏଣିକି ଘର ଭିତରେ ମୋବାଇଲକୁ ଘାଇଁ ଘାଇଁ ଆସିବ ନେଟୱର୍କ। ପିଲା ଘରେ ବସି ପାଠ ପଢିବେ।
ଧୂମ୍ରପାନ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟରୁ ଜଣାପଡ଼ିଛି, ପ୍ରତିବର୍ଷ ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ତମ୍ୱାଖୁ ଖାଇ ପ୍ରାଣ ହରାଉଛନ୍ତି। ଏଥିରେ ଅଧିକାଂଶ ମୃତ୍ୟୁ ନିମ୍ନ ଓ ମଧ୍ୟବିତ୍ତ ଆୟ ଥିବା ଦେଶର ଲୋକ ରହିଛନ୍ତି।
କେମିତି ସୁରୁଖୁରୁରେ ହେବ ବାରବାଟୀ ଲଢେଇ ? କିଭଳି ସୁରକ୍ଷିତ ମ୍ୟାଚ୍ ଦେଖି ଫେରିବେ ପ୍ରାୟ ୪୫ ହଜାର ଦର୍ଶକ ? କେମିତି ସୁଦୃଢ ହେବ ଷ୍ଟାଡିୟମର ଅସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ? ଏଥିପାଇଁ ଜୋରସର ପ୍ରସ୍ତୁତି ସହ ପୁରା ଦମ୍ ଲଗାଇ ଦେଇଛନ୍ତି କମିଶନରେଟ ପୋଲିସ ।
୨୬ରୁ ୨୮ ତାରିଖ ଯାଏ ୭ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି।