Advertisment

Utkarsh Odisha 2025: ଓଡ଼ିଶା ହେବ IT ହବ୍; ରେଳ ଓ ଟେଲିକମ ସେକ୍ଟରରେ ହେବ ବଡ଼ ନିବେଶ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛନ୍ତି ଶିଳ୍ପପତି । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ସେଇଥିପାଇଁ ଦେଶ ବିଦେଶରୁ ଓଡ଼ିଶାକୁ ଛୁଟି ଆସିଛନ୍ତି ନିବେଶକ ।

author-image
Sonali Ojha
ଅଦ୍ୟତନ ହୋଇଛି
Ashwini Vaishnaw

Ashwini Vaishnaw

ଆରମ୍ଭ ହୋଇଛି ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା। ଜନତା ମଇଦାନ୍‌ରେ ଏକତ୍ରିତ ହୋଇଛନ୍ତି ଅନେକ ବିଜନେସ୍ ଟାଇକୁନ୍। ଏବେ ଓଡ଼ିଶାକୁ ଆସିବ ପୁଞ୍ଜି, ନିବେଶ କରିବେ ପୁଞ୍ଜିପତି। ଶିଳ୍ପର ହବ୍ ପାଲଟିବ ଓଡ଼ିଶା। ଏହି ଅବସରରେ ଆଇଟି ଏବଂ ରେଳ ମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି। ଓଡ଼ିଶାରେ ରେଳ ପାଇଁ ୭୩ ହଜାର କୋଟି ଟଙ୍କା ନିବେଶ ହେବ। ଏଥିସହ ଟେଲିକମ ସେକ୍ଟରରେ ୫ ହଜାର ୩୩କୋଟି ଟଙ୍କାର ନିବେଶ କରାଯିବ ବୋଲି କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାକୁ IT ହବ୍ କରାଯିବ।

Advertisment

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛନ୍ତି ଶିଳ୍ପପତି । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ସେଇଥିପାଇଁ ଦେଶ ବିଦେଶରୁ ଓଡ଼ିଶାକୁ ଛୁଟି ଆସିଛନ୍ତି ନିବେଶକ । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗଦେବା ଅବସରରେ ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କହିଛନ୍ତି ଓଡ଼ିଶା ହେବ IT ହବ୍। କିଛି ଦିନ ହେଲା ବିଭିନ୍ନ କମ୍ପାନୀମାନଙ୍କ ସହ ଆଲୋଚନା ଚାଲିଛି। ୨୦ ହଜାର କୋଟି ନିବେଶ ଲାଗି ପ୍ରସ୍ତାବ ଆସିଛି।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

ସେହିପରି ରାଜ୍ୟରେ ଇଲୋକ୍ଟ୍ରୋନିକ ମାନୁଫ୍ୟାକ୍ଚରିଂ ପ୍ଲାଣ୍ଟ ହେବ। କେନ୍ ଟେକ୍ନୋଲୋଜି ପ୍ଲାଣ୍ଟ କରିବ। ହାଇ ଡେନ୍ସିଟି ପିସିବି ତିଆରି କାରଖାନା କରିବ କେନ୍। ସେମିକଣ୍ଡକ୍ଟର ପ୍ରଥମ ପ୍ଲାଣ୍ଟ ହେବ । ସିଲିକନ କାରବାଇନ ଟେକ୍ନୋଲୋଜି ହେବ ସେମିକଣ୍ଡକ୍ଟର ଯାହା IIT ଭୁବନେଶ୍ୱର ସହଯୋଗରେ ହେବ। ଯାହାର ଭିତ୍ତି ଭୂମି ମୁଖ୍ୟମନ୍ତ୍ରୀ ରଖିଛନ୍ତି।

Advertisment

କେନ୍ଦ୍ର ଆଉ ରାଜ୍ୟ ସରକାର ମିଶି ୩ ଲକ୍ଷ ବର୍ଗଫୁଟ ଜାଗା ନେବେ। ଭୁବନେଶ୍ୱର ରେଲୱେ ଷ୍ଟେସନ ବିଲ୍ଡିଂ କୁ ବ୍ୟବହାର କରାଯିବ। ଭୁବନେଶ୍ୱର ଷ୍ଟେସନ ସାମ୍ନାରେ ଥିବା ଜାଗା, ନିୟୁ ଭୁବନେଶ୍ୱର ଷ୍ଟେସନ ଜାଗା ଓ IIT ଭୁବନେଶ୍ୱର ଜାଗା ବି ବ୍ୟବହାର କରାଯିବ। ଭୁବନେଶ୍ୱର ପାଖରେ ଥିବା ସହରରେ ବି IT ସେବା ଯୋଗାଇବା ନେଇ ବ୍ୟବସ୍ଥା ହେବ। ସଫ୍ଟୱେର ଟେକ୍ନୋଲୋଜି ପାର୍କ STPI କୋରାପୁଟ ଏବଂ ଯାଜପୁରରେ ଆରମ୍ଭ ହୋଇଛି। ଖୁବଶୀଘ୍ର IT ସେବା ପାଇଁ ବାଟ ଖୋଲିବ । ୧ ବିଲିୟନ ଡଲାର ରପ୍ତାନୀକୁ ୨ ବିଲିୟନ ଡଲାର କରିବାକୁ ଯୋଜନା ରଖାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ:  ଉତ୍କର୍ଷ ଓଡିଶା କନକ୍ଲେଭ ଉଦଘାଟନ କଲେ ମୋଦି

Bhubaneswar Investment Projects Ashwini Vaishnaw Utkarsh Odisha
Advertisment
Advertisment