Advertisment

Union Budget 2025: ଫେବ୍ରୁଆରୀ ପହିଲାରେ ପୂର୍ଣ୍ଣାଙ୍ଗ ବଜେଟ୍; ଏଥର କାହା ଉପରେ ଫୋକସ ?

ବଜେଟରେ ସରକାରଙ୍କ ଠାରୁ ଅଧିକ ପ୍ରୋତ୍ସାହନର ଆଶା ରଖିଛନ୍ତି କ୍ଷୁଦ୍ର ବ୍ୟବସାୟୀ। ଆୟକର, ଜିଏସଟି ଏବଂ ପ୍ରୋଫେସନାଲ ଟ୍ୟାକ୍ସ ଯୋଗୁଁ ଘାଇଲା ହେଉଛନ୍ତି ବ୍ୟବସାୟୀ। ସେମାନଙ୍କ କହିବା କଥା, ସରକାର ବଡ ବ୍ୟବସାୟୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଦେଉଛନ୍ତି, ଏଥର ସେମାନଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା କଲେ ସେମାନେ ମାର୍କେଟ୍ ରେ ତିଷ୍ଠି ପାରିବେ।

author-image
Sonali Ojha
ଅଦ୍ୟତନ ହୋଇଛି
undefined

Union Budget 2025

ଫେବ୍ରୁଆରୀ ୧ ତାରିଖରେ ସାଧାରଣ ବଜେଟ୍। ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟରେ ବେକାରୀ ସମସ୍ୟା ଦୂର ସହ ବମ୍ପର ନିଯୁକ୍ତି ସୃଷ୍ଟି ନେଇ ଆଶା ରଖିଛନ୍ତି ଯୁବପିଢୀ। କ୍ଷୁଦ୍ର ବ୍ୟବସାୟୀ ବି ବଜେଟରେ ସରକାରଙ୍କ ଠାରୁ ବଡ ପ୍ରୋତ୍ସାହନ ମିଳିବା ନେଇ ଆଶା ବାନ୍ଧିଛନ୍ତି।

Advertisment

ମୋଦି 3.Oରେ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ, ବେରୋଜଗାରୀ ଦୂର କରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ଯାହାର ପ୍ରତିଫଳନ ଆଗାମୀ ବଜେଟରେ ଦେଖିବାକୁ ମିଳିପାରେ। ନିର୍ବାଚନ ବେଳେ ବି ସରକାର ଅଧିକ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବାକୁ ଗୁରୁତ୍ବ ଦେଇଥିଲେ। ତେଣୁ ଯୁବପିଢି ଆଶା ବାନ୍ଧିଛନ୍ତି, ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡିରୁ ତାଙ୍କ ଆଶା ପୂରଣ ହେବ। ସରକାରଙ୍କ ତୃତୀୟ ପାଳିରେ ଛପର୍ ଫାଡ୍ ନିଯୁକ୍ତି ବାହାରିବ। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାରେ ମିଳିବ ଚାକିରି। ତେବେ ନିଯୁକ୍ତି କ୍ଷେତ୍ରରେ ସରକାର ସ୍ଥିର କରିଥିବା ବୟସ ସୀମାକୁ ଆଉ ଟିକେ କୋହଳ କରିବାକୁ ଦାବି କରିଛନ୍ତି ଚାକିରି ଆଶାୟୀ।

ଅଧିକ ପଢ଼ନ୍ତୁ: ଦରଦାମ୍‌ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇପାରନ୍ତି କେନ୍ଦ୍ର ସରକାର

ସେହିପରି ବଜେଟରେ ସରକାରଙ୍କ ଠାରୁ ଅଧିକ ପ୍ରୋତ୍ସାହନର ଆଶା ରଖିଛନ୍ତି କ୍ଷୁଦ୍ର ବ୍ୟବସାୟୀ। ଆୟକର, ଜିଏସଟି ଏବଂ ପ୍ରୋଫେସନାଲ ଟ୍ୟାକ୍ସ ଯୋଗୁଁ ଘାଇଲା ହେଉଛନ୍ତି ବ୍ୟବସାୟୀ। ସେମାନଙ୍କ କହିବା କଥା, ସରକାର ବଡ ବ୍ୟବସାୟୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଦେଉଛନ୍ତି, ଏଥର ସେମାନଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା କଲେ ସେମାନେ ମାର୍କେଟ୍ ରେ ତିଷ୍ଠି ପାରିବେ। ସରକାର ଆୟକର ସୀମାରେ ବୃଦ୍ଧି କଲେ ଲୋକଙ୍କୁ ଖର୍ଚ୍ଚ କରିବାକୁ ଅଧିକ ଟଙ୍କା ମିଳିବ। ଫଳରେ ବଜାର ବଢିବ ଆଉ ବ୍ୟବସାୟ ବି ଭଲ ହେବ।

Advertisment

ବିଶେଷଜ୍ଞଙ୍କ ମତ ହେଉଛି, ଏଥର ବଜେଟରେ ସରକାର ନିହାତି ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ଗୁରୁତ୍ବ ଦେବେ। ତେବେ ତାପାଇଁ ସରକାର କୃଷି ଏବଂ କୃଷିଭିତ୍ତିକ ଶିଳ୍ପକୁ ଫୋକସ କରିବା ଆବଶ୍ୟକ। ଏଥିସହ ରିସୋର୍ସ, ସ୍କିଲଡ ଏବଂ ମାର୍କେଟ୍ ଆଧାରରେ ଅଧିକ ସଂଖ୍ୟାରେ ଷ୍ଟାର୍ଟ ଅପ୍ କୁ ପ୍ରୋତ୍ସାହନ ଦିଆଗଲେ, ବିପୁଳ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଫୋର୍ବସ ରିପୋର୍ଟ ଅନୁସାରେ ୨୦୨୪ ଅଗଷ୍ଟରେ ଦେଶରେ ବେକାରୀ ହାର ଥିଲା ୮.୫ ପ୍ରତିଶତ । ତେବେ ସେପଟେମ୍ବର ବେଳକୁ ଏହା ୭.୮ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଓଡ଼ିଶାରେ ବେକାରୀ ହାର ରହିଛି ୩.୯ ପ୍ରତିଶତ।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

Union Budget Budget Session Finance Minister Nirmala Sitaraman
Advertisment
Advertisment