ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ତାର କାମ ଆରମ୍ଭ କରିଛି । ରତ୍ନ ଭଣ୍ଡାରର କାନ୍ଥ ଓ ବୀମ୍ ସମସ୍ୟା ପରଖି ଆବଶ୍ୟକ ମରାମତି କରାଯିବ ।
ଶୀତ ଦିନେ ବଜାରରେ ମୂଳା ଓ ଏହାର ପତ୍ର ପ୍ରବଳ ମାତ୍ରାରେ ମିଳିଥାଏ । ଏହି ଶୀତ ଦିନିଆ ପରିବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଜାଣନ୍ତୁ ମୂଳା ପତ୍ର ଖାଇବା ଦ୍ବାରା କଣ ଫାଇଦା ମିଳିଥାଏ...
କଳ, ବଳ, ଛଳ ପ୍ରୟୋଗ କରୁଥିବା ତଥା ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ଯେଉଁମାନେ ଦୁର୍ନୀତିରେ ରତ ଅଛନ୍ତି ସେମାନଙ୍କୁ ଗୋଟି ଗୋଟି ବାହାର କରାଯାଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ସି ଜିନପିଙ୍ଗ ଖେଳିଛନ୍ତି ବହିସ୍କାର ଗେମ । ଜିନପିଙ୍ଗଙ୍କ ବହିସ୍କାର ଖଣ୍ଡା କେତେବେଳେ ଯେ କାହା ଉପରେ ପଡ଼ିବ, ସେଥିପାଇଁ ଥରହର ଦୁନୀତିଗ୍ରସ୍ତ ।
ବାବା ଭେଙ୍ଗା ହେଉଛନ୍ତି ସେଇ ମହିଳା ଯିଏ ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ସଂପର୍କରେ ଭବିଷ୍ୟବାଣୀ କରିଥିଲେ । ସେ ଭବିଷ୍ୟବାଣୀ କରିବା ସମୟରେ ସେତେବେଳେ ଅଧିକାଂଶ ଲୋକ ବିଶ୍ୱାସ କରିନଥିଲେ । କିନ୍ତୁ ଯେତେବେଳେ ତାଙ୍କ କଥା ସତ୍ୟ ପ୍ରମାଣିତ ହେଲା, ତାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଲା । ଏଇ ଚର୍ଚ୍ଚିତ ମହିଳା ଏବେ ପୁଣି କରିଛନ୍ତି ଭବିଷ୍ୟବାଣୀ ।
ବିଲ୍ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସର ଜୋରଦାର ବିରୋଧ ।
କୋଲକାତାରେ ଆୟୋଜିତ ଇଣ୍ଡିଆନ ଚାମ୍ବର ଅଫ କମର୍ସର ଶତାବ୍ଦୀ ସମାରୋହରେ ଯୋଗ ଦେବାକୁ ଆସିଥିଲେ କୋଟିପତି ଉଦ୍ୟୋଗପତି ନାରାୟଣ ମୂର୍ତ୍ତି । ସମାରୋହରେ ସେ ଯାହା କହିଥିଲେ ତାହା ଖାଲି ଏକ ସମ୍ବୋଧନ ନଥିଲା, ଆଜିର ଯୁବପିଢି ପାଇଁ ସଫଳତାର ଏକ ବାର୍ତ୍ତା ଥିଲା ।
ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ଦେଶ ଛାଡି ପଳାୟନ କରିଛନ୍ତି। ବିଦ୍ରୋହୀମାନେ ଦମସ୍କକୁ ମୁକ୍ତ କରିଛନ୍ତି। ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଅଲ- ଜାଲଲି କହିଛନ୍ତି ଯେ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ବ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।
ଯେତେବେଳେ ବି ଶାଢି ପିନ୍ଧିବା ଏବଂ କିଣିବା କଥା ଆସେ ସମସ୍ତେ ସେଲିବ୍ରିଟିଙ୍କ ଅତ୍ୟାଧୁନିକ ଶାଢି ଡିଜାଇନ୍ ଖୋଜିବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କ ପାଇଁ ଶ୍ୱେତା ତିୱାରୀଙ୍କ ଠାରୁ ଦୀପିକା ପାଦୁକୋନ୍ ପର୍ଯ୍ୟନ୍ତ ବେଷ୍ଟ୍ ଶାଢି ଡିଜାଇନ୍ ଆଣିଛୁ, ଯାହାକୁ ପିନ୍ଧି ଆପଣ ଯେକୌଣସି ବିବାହ କାର୍ଯ୍ୟକ୍ରମକୁ ଯାଇପାରିବେ।
ଆପଣ ଭିକାରୀଙ୍କୁ ଭିକ୍ଷା ଦେଉଛନ୍ତି କି ? ଦେଉଥିଲେ ହୋଇ ଯାଆନ୍ତୁ ସାବଧାନ। କାରଣ ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ୍।
ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି ।
ଚାଷୀଙ୍କୁ ପଚା ଆଳୁ ଦେଉଛି ଉଦ୍ୟାନ ବିଭାଗ ! ପଚା ଆଳୁରେ କେମିତି ଫଳାଇବେ ସୁନା ଚିନ୍ତାରେ ଚାଷୀ। ବାହାର ରାଜ୍ୟ ଉପରେ ଆଳୁ ପାଇଁ ଆଉ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହେବାକୁ ରାଜ୍ୟ ସରକାରଙ୍କ ଆଳୁ ମିଶନ ।
କଟକରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ଟାର୍ଗେଟ୍ ।
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପଟେମ୍ବର 21 ଓ 22 ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ।
ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।
କାହିଁକି ଜଣେ ଋଷି ମୃଗ ରୂପ ଧାରଣ କରିଥିଲେ? ମରଣ ଆଗରୁ ମୃଗ ରୁପି ଋଷି କଣ ଅଭିଶାପ ଦେଲେ ରାଜାଙ୍କୁ? ଆଖି ଥାଇ କାହିଁକି ଜାଣି ଜାଣି ଅନ୍ଧ ହେଲେ ଜଣେ ରାଣୀ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଓ ଅନ୍ୟାନ୍ୟ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଷ୍ଣୁପଦ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଖୋଲୁଛି ଗୁମର । ୭ରେ ସିବିଆଇ ରେଡ୍ । ତା’ର ଦିନକ ପୂର୍ବରୁ ୫ରେ ବିଷ୍ଣୁପଦଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ।
ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି ।
ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?
ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ ଥରିଉଠୁଛି ।
୫ ଏକର ଜମି ନଥାଇ, ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? 'ଲଗ୍ ଆଉଟ୍' ଭାବି ଭୁଲରେ 'ଅପ୍ଟ ଆଉଟ୍' ଲିଙ୍କରେ କ୍ଲିକ୍ କରିଛନ୍ତି କି ? ଯଦି ହଁ, ତେବେ ଏବେ ବି ଆପଣଙ୍କ ପାଖରେ ଅଛି 'ସୁଭଦ୍ରା' ସୁଯୋଗ ।
ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
NHPC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।