Advertisment

Subhadra Yojana: ଏତିକି କରିଦିଅନ୍ତୁ, ପାଇବେ ସୁଭଦ୍ରା ଟଙ୍କା

NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Update On Subhadra

Update On Subhadra

ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ପରାମର୍ଶ । ଯେଉଁମାନଙ୍କର NPCI ଫେଲ୍ୟୁଅର୍ ହୋଇଛି, ସେମାନେ ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଇ ଯିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ । ସରକାର ବ୍ୟାଙ୍କରଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି । ତେଣୁ ଫେଲ୍ୟୁଅର୍ ହୋଇଥିବା ହିତାଧିକାରୀମାନେ ବ୍ୟାଙ୍କକୁ ଯାଆନ୍ତୁ । ଯାହାର ଯେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ସେମାନେ ସେହି ବ୍ୟାଙ୍କକୁ ଯାଆନ୍ତୁ । ବ୍ୟାଙ୍କ ଅଧିକାରୀମାନେ ଏହି ଦୁଇଦିନ ଅର୍ଥାତ ଜାନୁଆରୀ ୨୯ ଓ ୩୦ ତାରିଖରେ ଲୋକଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ । ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ । ଯେଉଁମାନଙ୍କୁ କଲ୍‌ ଆସିଛି, ମେସେଜ୍‌ ଆସିଛି ସେମାନେ ଯାଆନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Advertisment

NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ । ୩ ଲକ୍ଷରୁ ଅଧିକ ମହିଳାଙ୍କର ହୋଇଛି NPCI ଫେଲ୍ୟୁଅର୍ । ସରକାର ସମସ୍ତ ହିତାଧିକାରୀଙ୍କୁ ଏହି ଯୋଜନାର ସୁଯୋଗ ନେବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏବେ ବି ୩ ଲକ୍ଷରୁ ଅଧିକ NPCI ଫେଲ୍ୟୁଅର୍ ହିତାଧିକାରୀ ଅଛନ୍ତି । ଏବେ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହଜାର ଆବେଦନକାରୀ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ସହାୟତା ଦିଆଯାଇଛି । ହିତାଧିକାରୀଙ୍କର e-KYC ହେବା ଦରକାର ଓ ତାହା ଆଧାର ସହ ଲିଙ୍କ ହେବା ମଧ୍ୟ ଜରୁରୀ ।

ଅଧିକ ପଢ଼ନ୍ତୁ:  ଖୁସି ଖବର; ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି 

ସୁଭଦ୍ରାକୁ ନେଇ ଆଜି ବଡ଼ ଅପଡେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମାର୍ଚ୍ଚ ୮ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ସାଧାରଣତନ୍ତ୍ର ଦିବସ ଅବସରରେ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଏଯାଏଁ ପ୍ରାୟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ମିଳିଲାଣି। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି। 

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଆହୁରି କହିଛନ୍ତି, ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜିର ଦିନରେ ମହାନ୍ ଜନନାୟକଙ୍କୁ ମନେ ପକାଇବା ପାଇଁ ପରମ ସୁଯୋଗ ଆସିଛି। ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ପରମ ଲକ୍ଷ୍ୟ ରଖାଯାଇଛି। ଦେଶର ଗଣତନ୍ତ୍ର ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଜାୟ ସହ ଦେଶର ଅଗ୍ରଗତି ହେଉଛି। ଖୁବ୍‌ଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି। 

ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବ ବୋଲି କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ।

ଅଧିକ ପଢ଼ନ୍ତୁ: ସୁଭଦ୍ରା ପୋର୍ଟାଲରେ ପୁରୁଷ କେମିତି କଲେ ଆବେଦନ ? ବଢ଼ିଲାଣି ରାଜନୀତି

Odisha Subhadra KYC Update Pravati Parida
Advertisment
Advertisment