• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Weather
ପୁଣି କଲବଲ କଲାଣି ତାତି, ବଢ଼ିଲାଣି ପାରଦ; ୪ରୁ ୫ ଡିଗ୍ରୀ ବୃଦ୍ଧି ସମ୍ଭାବନା

ପୁଣି ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ତାତି । ଆସନ୍ତା ୫ ଦିନ ଭିତରେ ତାପମାତ୍ରା ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଜଗତସିଂହପୁର, ଗଞ୍ଜାମ ଭଳି ଜିଲ୍ଲାରେ ଗୁଳୁଗୁଳି ଅଧିକ ହେବ ।

Hanuman Jayanti 2024
Hanuman Jayanti 2024: ରାମ ଭକ୍ତ ହନୁମାନଙ୍କ ପାଖରେ ଥିଲା ଅତୁଳନୀୟ ପରିଚାଳନା ଦକ୍ଷତା: ଆସନ୍ତୁ ତାଙ୍କଠାରୁ ଶିଖିବା ଏମିତି କିଛି ଗୁଣ

ରାମ ଭକ୍ତ ହନୁମାନଙ୍କ ପାଖରେ ଅତୁଳନୀୟ ପରିଚାଳନା ଦକ୍ଷତା ରହିଛି। ସମଗ୍ର ରାମଚରିତ ମାନସରେ ଏବଂ ହନୁମାନଜୀଙ୍କୁ ଉତ୍ସର୍ଗୀକୃତ ସୁନ୍ଦରକଣ୍ଡରେ ଏପରି ଅନେକ ଘଟଣା ଉଲ୍ଲେଖ କରାଯାଇଛି, ଯେଉଁଠାରେ ହନୁମାନ ଶକ୍ତି ଏବଂ ବୁଦ୍ଧିର ଏକ ଉତ୍କୃଷ୍ଟ ସନ୍ତୁଳନ ପ୍ରଦର୍ଶନ କରିଛନ୍ତି।

Ambedkar Jayanti 2024 know bhimrao ambedkar life inspiring stories
Ambedkar Jayanti 2024: ଅସ୍ପୃଶ୍ୟତାର ଶିକୁଳି ଭାଙ୍ଗି ପାଠ ପଢିଥିଲେ ଆମ୍ବେଦକର; ସମାଜରେ ଆଣିଥିଲେ ନବଜାଗରଣ

ଆମ୍ବେଦକରଙ୍କ ପୂରା ଜୀବନ ଥିଲା ସଂଘର୍ଷପୂର୍ଣ୍ଣ। ଭାରତର ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଗଠନରେ ତାଙ୍କର ଏକ ଅଦ୍ୱିତୀୟ ଅବଦାନ ରହିଛି। ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଏବଂ ସମାନତା ସମାଜର ନିର୍ମାଣକାରୀ ଥିଲେ।

Why is Chhatua eaten and Pana drunk in Pana Sankranti
Pana Sankranti 2024: ପଣା ସଂକ୍ରାନ୍ତିରେ କାହିଁକି ଖିଆଯାଏ ଛତୁଆ, ପିଆଯାଏ ପଣା

ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ପିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ।

Sahukar system
ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାର; ୩ ପିଢ଼ି ସୁଝୁଛନ୍ତି ୧୦ ହଜାର ଟଙ୍କା ! 

ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗାଁରେ ଏବେବି ଚାଲିଛି ସାହୁକାରର ଜୁଲୁମ ଓ ଗୁଣ୍ଡାରାଜ। କିଏ ମରଣାନ୍ତକ ଆକ୍ରମଣର ଶିକାର ହେଉଛି, ତ କିଏ ତଳିତଳାନ୍ତ ହୋଇଗଲେଣି ସୁଧ ସୁଝି ସୁଝି ।

Congress Ticket
ଆସିଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ତାଲିକା

ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

 Nilgiri
ବଢୁଛି ବିଜେଡିର 'ବାଲେଶ୍ବର' ଅଡୁଆ; ଚରମ ସୀମାରେ ଗୋଷ୍ଠୀ କନ୍ଦଳ !

ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍‌ରେ ଟିକେଟ୍ ଘୋଷଣା କରିପାରୁନି। 

Mining Mafia
କୈଳାସଙ୍କ ଅଭିଯୋଗ ପରେ ହଟଚମଟ; ଖଣି ମାଲିକ ନେଉଛନ୍ତି କି ବିଜେଡି ପ୍ରାର୍ଥୀ ନିଷ୍ପତ୍ତି ?

ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ? ଶାସକ ଦଳର ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଖଣି ଅଞ୍ଚଳ କୋରାପୁଟ ଜିଲ୍ଲାରେ ବିଜେଡି ଟିକେଟ କିଣି ନେଲେ କି କର୍ପୋରେଟ ସଂସ୍ଥା ?

Kandhamal Politics
ଗୋଳିଆ କନ୍ଧମାଳ ରାଜନୀତି; ଅଚ୍ୟୁତଙ୍କୁ ଅଣ-ଆଦିବାସୀ କହି କୁଇ ସମାଜର ବିରୋଧ

କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତ ଅଣ ଆଦିବାସୀ କହି କୁଇ ସମାଜର ପ୍ରତିବାଦ। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା। କ୍ୟାମ୍ପେନ ଆରମ୍ଭ ହେବା ପୂର୍ବରୁ କନ୍ଧମାଳ ରାଜନୀତି ସରଗରମ।

AC
ହିଟୱେଭ୍ ପାଇଁ ଏସିର ଏବେ ହାଇ-ଡିମାଣ୍ଡ୍, ମିଳୁନି ମନପସନ୍ଦ ବ୍ରାଣ୍ଡର ଏସି !

ଏଣେ ଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ, ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ ।

Baijayant Panda
ନିର୍ବାଚନୀ ପ୍ରଚାର ବେଳେ ଦାଦନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ।

Kangana Ranawat vs Vikramaditya Singh
ମଣ୍ଡିରେ ହାଇଭୋଲଟେଜ ଟକ୍କର; କଙ୍ଗନା ବନାମ ବିକ୍ରମାଦିତ୍ୟ

ବିକ୍ରମାଦିତ୍ୟ ସିମଲା ଗ୍ରାମାଞ୍ଚଳରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି। ଏଥିସହ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ପୁଅ। ତାଙ୍କର ମଣ୍ଡିରେ ଲୋକପ୍ରୀୟତା ଅଛି ବୋଲି କଂଗ୍ରେସର ଶିର୍ଷକ ନେତା ଅନୁଭବ କରିଛନ୍ତି।

Lootera Arrested
ଭୁବନେଶ୍ୱରରୁ ଧରାପଡ଼ିଲା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, କେଜିଏ ସୁନା ସହ ୪ ଲକ୍ଷ ଜବତ

୫ ଜିଲ୍ଲା ପୋଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

upsc recruitment vacancy for 109 posts
UPSC Recruitment: UPSCରେ ମେଡିକାଲ୍ ଅଫିସର ସମେତ ଅନେକ ପଦବୀ ପୂରଣ ହେବ; ଚାଲିଛି ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ସଂଘ ଲୋକସେବା ଆୟୋଗ(UPSC) ଏହି ଖୁସି ଖବର ନେଇଆସିଛି। ଏନେଇ UPSC ଏକ ବିଜ୍ଞପ୍ତି ଜାରିକରିଛି। ଏହି ନିଯୁକ୍ତି କେନ୍ଦ୍ର ସରକାର ଅଧିନରେ ଥିବାବେଳେ ଏହା ଏକ ସ୍ଥାୟୀ ନିଯୁକ୍ତି।

PM Modi
ରାଜନୀତିରେ Noob କିଏ ? ଗେମର୍ସଙ୍କ ସହ ଆଲୋଚନା ବେଳେ ମୋଦି ଦେଲେ ଉତ୍ତର

ମୋଦି ଗେମର୍ସଙ୍କୁ କହିଛନ୍ତି ଯେ, ମୁଁ ନିର୍ବାଚନ ବେଳେ ଯଦି ଏହି ଶବ୍ଦ ବ୍ୟବହାର କରେ, ତେବେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ମୁଁ କାହାକୁ କହୁଛି।

Heat Wave
ପ୍ରଚଣ୍ଡ ଖରାରେ ଜଳିଲା ରାଜ୍ୟ, ୩୮ ଡିଗ୍ରୀରେ ଭାଜି ହେଲା ରାଜଧାନୀ

ଆଜି ଦିନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି, ଭୁବନେଶ୍ୱର, ବାଲେଶ୍ୱରରେ ତାପମାତ୍ରା ବଢ଼ିଛି ।

Fire Mishap
କୋଲକାତାର ଦମଦମ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ

ନିଆଁ ପ୍ରଥମେ କେଉଁଠୁ ଲାଗିଲା ଓ ବ୍ୟାପିଲା ତାହା ଏଯାଏ ଜଣାପଡ଼ିନାହିଁ।

Ajay Nayak Join BJP
ପଦ୍ମ ଧରିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ

ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା ଅଜୟ ଆଜି ବିଜେଡିରୁ ଇସ୍ତଫା ଦେବା ସହ ପଦ୍ମ ଧରିଛନ୍ତି ।

laxman savadi
‘ଭାରତ ମାତା କି ଜୟ’ ନାରା ପାଇଁ ଖଡଗେଙ୍କ ଅନୁମତି ମାଗିଲେ କଂଗ୍ରେସ ନେତା

କର୍ଣ୍ଣାଟକ ବିଜେପି ମୁଖ୍ୟ BY ବିଜୟେନ୍ଦ୍ର ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାକୁ କଂଗ୍ରେସ ମଧ୍ୟରେ ଏକ ବୃହତ ସାଂସ୍କୃତିକ ବିଭେଦର ସୂଚକ ବୋଲି ଦର୍ଶାଇଛନ୍ତି।

Remove Bournvita as health drink
ହେଲ୍ଥ ଡ୍ରିଙ୍କସ୍ ନୁହେଁ ବର୍ଣ୍ଣଭିଟା, ତୁରନ୍ତ ତାଲିକାରୁ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ବର୍ଣ୍ଣଭିଟା ହେଲ୍ଥ ଡ୍ରିଙ୍କ ତାଲିକାଭୁକ୍ତ ହୋଇପାରିବ ନାହିଁ। ଏନେଇ ଏକ ବି‍ଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ସମସ୍ତ ଇ-କମର୍ସ ୱେବସାଇଟ୍ ନିଜ ନିଜର ପ୍ଲାଟଫର୍ମରୁ ବର୍ଣ୍ଣଭିଟା ସହ ଅନ୍ୟ ସମସ୍ତ ପାନୀକୁ ହେଲ୍ଥ ଡ୍ରିଙ୍କ ଶ୍ରେଣୀରୁ ତୁରନ୍ତ ହଟାଇ ଦିଅନ୍ତୁ।

When hema malini sandal came out of foot shah rukh khan did a great job
ଶାହରୁଖଙ୍କ ଠାରୁ ଶିଖିବାର ଅଛି ବରିଷ୍ଠଙ୍କୁ ସମ୍ମାନ ଦେବାର ଗୁଣ; ହେମାଙ୍କ ସ୍ୟାଣ୍ଡେଲ୍ ଖସିଯିବାରୁ କଲେ ଏମିତି

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନଙ୍କୁ ଏମିତି ଖାଲି ଖାଲିରେ ଜେଣ୍ଟେଲ୍‌ମ୍ୟାନ୍ କୁହାଯାଏ ନାହିଁ। ଶାହରୁଖଙ୍କୁ ଅନେକ ସମୟରେ ବହୁତ ସମ୍ମାନର ସହିତ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥାଏ। ଇଣ୍ଡଷ୍ଟ୍ରିର ଜଣେ ନୂତନ କଳାକାର ହୁଅନ୍ତୁ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ହୁଅନ୍ତୁ, ଶାହରୁଖ ସମସ୍ତଙ୍କୁ ପ୍ରେମ ଏବଂ ସମ୍ମାନର ସହିତ ଭେଟନ୍ତି।

Pinky Pradhan
ବିଜେଡିକୁ ବିଜେପିର କଟାକ୍ଷ, ମୁଖ୍ୟମନ୍ତ୍ରୀ କେବେ ଓଡ଼ିଆ ଫିଲ୍ମ ଦେଖିଛନ୍ତି କି ?

କରୋନା ବେଳେ ନବୀନ ବାବୁ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାର ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।

Operation Meghdoot
ଅପରେସନ ମେଘଦୂତକୁ ପୁରିଲା ୪୦ ବର୍ଷ, ଜାଣନ୍ତୁ କିପରି ସିଆଚେନ୍‌କୁ ନିଜ ଅକ୍ତିଆରକୁ ଆଣିଥିଲା ଭାରତ

ଅପରେସନ ମେଘଦୂତର ମୁଖ୍ୟ ଲକ୍ଷ୍ୟ ଥିଲା, ସିଆଚେନରେ ପାକିସ୍ତାନ ସେନା ପୁରାଇ ନ ଦେବା । କାରଣ ଏହି ଅଞ୍ଚଳ ଭାରତର ସାମରିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ।

mom to be deepika padukone flaunts her babymoon tan
ଦୀପିକା ପାଦୁକୋନଙ୍କ ଏ କି ଅବସ୍ଥା! କଳା ପଡିଗଲାଣି ସେଲିବ୍ରେଟିଙ୍କ ଦେହ

ଦୀପିକା ପାଦୁକୋନଙ୍କ ସର୍ବଶେଷ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯାହାକୁ ରଣବୀର ସିଂହ କ୍ଲିକ୍ କରିଛନ୍ତି। ଦୀପିକା ଏହି ଫଟୋରେ ଯାହା ଦେଖେଇବାକୁ ଚାହିଁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଲୋକେ ନିଶ୍ଚିତ ଭାବୁଥିବେ ଏତେ ବଡ ସେଲିବ୍ରେଟିଙ୍କ ପୁଣି ଏଭଳି ଅବସ୍ଥା।

Iran-Israel War
ଆଉ ଏକ ଯୁଦ୍ଧର ପଦଧ୍ୱନୀ, ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ !

ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଇରାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆକଳନ କରିଛି ।