/odishatv-khabar/media/post_attachments/uploadimage/library/16_9/16_9_0/IPL_2024_1716345885.jpg)
IPL 2024
ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR । ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍ । ଗତକାଲିର ଏହି ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟ୍ ରେ ପରାସ୍ତ କରିଛି କୋଲକାତା । ଅବଶ୍ୟ ହାଇଦ୍ରାବାଦକୁ ବର୍ତ୍ତମାନ ଦ୍ୱିତୀୟ କ୍ୱାଲିଫାୟର ଖେଳି ଫାଇନାଲ ଯିବାକୁ ସୁଯୋଗ ରହିଛି ।
ଆଜି ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏଲିମିନେଟର୍ ଖେଳାଯିବ । ଏହି ମ୍ୟାଚର ବିଜେତା ହାଇଦ୍ରାବାଦ ସହ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ । ବୋଲରଙ୍କ ଧମାକା ପରେ ଅଧିନାୟକ ଶ୍ରେୟାସ ଆୟରଓ ଭେଙ୍କଟେଶଙ୍କର ବିସ୍ଫୋରଣ ଫଳରେ କୋଲକାତା ଗତକାଲିର ମ୍ୟାଚକୁ ସହଜରେ ଜିତି ନେଇଛି।
ଅଧିକ ପଢ଼ନ୍ତୁ: IPL ପରେ ବାଇକ୍ ଧରି ବୁଲୁଛନ୍ତି ଧୋନି, ଭିଡିଓ ହେଉଛି ଭାଇରାଲ...
ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ପାଇଁ ଏହା ବୁମେରାଂ ସାବ୍ୟସ୍ତ ହୋଇଥିଲା । ଶୀର୍ଷକ୍ରମର ବ୍ୟାଟରମାନେ ଭଲ ରଲ କରିପାରିନଥିଲେ । ବେପରୁଆ ବ୍ୟାଟିଂ ଓ ଦୁର୍ବଳ ସଟ୍ ଚୟନ ପାଇଁ ବ୍ୟାଟିଂକ୍ରମ ଭୁଷୁଡ଼ି ପଡ଼ିଥିଲା । ହାଇଦ୍ରାବାଦ୍ ଓପନର୍ ଟ୍ରାଭିସ୍ ହେଡ୍ ଲଗାତାର ଦ୍ୱିତୀୟ ମ୍ୟାଚ ପାଇଁ ଖାତା ଖୋଲି ପାରିନଥିଲେ ।
ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଠିକଣା ସମୟରେ ଭଲ ବୋଲିଂ କରିଥିଲେ । ସେ ମାତ୍ର ୩୪ ରନ ଦେଇ ୩ ୱିକେଟ ନେଇଥିଲେ । ସନରାଇଜର୍ସ ହାଇଦ୍ରାବାଦ ମୋଟ ୧୯.୩ ଓଭରରେ ମାତ୍ର ୧୫୯ ରନ କରିପାରିଥିଲା । ଏହାକୁ ଅତି ସହଜରେ ୩୮ ଟି ବଲ୍ ବାକି ଥାଇ କୋଲକାତା ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଧିନାୟକ ଶ୍ରେୟାସ ଆୟର୍ ୫୮, ଭେଙ୍କଟେଶ ଆୟର୍ ୫୧ ରନର ଧୂଆଁଧାର ପାଳି ଖେଳିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)