• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଝି ଆକାଶରେ ମହା ଅଘଟଣ । ହଠାତ ଭୟଙ୍କର ଭାବେ ଥରି ଉଠିଲା ଚଳନ୍ତା ବିମାନ । ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଯାତ୍ରୀବାହୀ ବିମାନରେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଲଣ୍ଡନର ଏହି ଯାତ୍ରୀଙ୍କ ବୟସ ପ୍ରାୟ ୭୩ ବର୍ଷ । ବିମାନ କ୍ର୍ୟୁ ମେମ୍ବରଙ୍କ ସହ ପ୍ରାୟ ୭୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୬ ଜଣ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ବିମାନକୁ ବ୍ୟାଙ୍କକରେ ଇମର୍ଜେନସୀ ଲ୍ୟାଣ୍ଡିଂ କରାଯାଇଛି ।

ଭାରତ ମହାସାଗରରେ ଅପ୍ରତ୍ୟାଶିତ ଅଘଟଣର ସମ୍ମୁଖୀନ ହୋଇଥିବା ଏହି ବିମାନ ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଫଳରେ ପୂରା ବିଶ୍ୱରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସମସ୍ତଙ୍କ ନଜର ବର୍ତ୍ତମାନ ବିମାନ ସୁରକ୍ଷା ପ୍ରସଙ୍ଗରେ ରହିଛି । ତେବେ ଏପରି ହେବାର ପ୍ରମୁଖ କାରଣ ହେଉଛି ଅସ୍ଥିର ବାୟୁ । ଏହା ମୁଖ୍ୟତଃ ଆଟମୋସ୍ଫେରିକ୍ ପ୍ରେସର ଉପରେ ନିର୍ଭର କରିଥାଏ ।

ଅଧିକ ପଢ଼ନ୍ତୁ: ଆପଣ ଫାଷ୍ଟ୍‌ ଟାଇମ୍‌ ଭୋଟର କି ? ଯାଆନ୍ତୁ ଏହି ବିମାନରେ, ପାଇବେ ରିହାତି....

ଏହା କେତେବେଳେ ମଧ୍ୟ ସଙ୍ଗଠିତ ହୋଇପାରେ । କେଉଁଠାରେ ମଧ୍ୟ ଘଟିପାରେ । ବେଳେ ବେଳେ ଏହା ଘାତକ ସାବ୍ୟସ୍ତ ହୋଇପାରେ । ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡର ୨୦୨୧ ରିପୋର୍ଟ ଅନୁଯାୟୀ, ୨୦୦୯ ରୁ ୨୦୧୮ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ବିମାନ ସେବାଗୁଡିକର ପ୍ରାୟ ଏକ ତୃତୀୟାଂଶରୁ ଅଧିକ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଅନେକ ସମୟରେ ଏପରି ଆଘାତ ଲାଗିବା ପରେ ମଧ୍ୟ କ୍ଷୟକ୍ଷତି ହୋଇନଥାଏ । କ୍ୱଚିତ୍ ବିମାନର କ୍ଷତି ଘଟାଇଥାଏ ।

ପାଇଲଟମାନେ ଝଡ଼ ସମ୍ବନ୍ଧୀୟ ବାୟୁକୁ ଏଡ଼ାଇବା ପାଇଁ ପାଣିପାଗ ରାଡ଼ାରର ବ୍ୟବହାର କରିଥାଆନ୍ତି । ବିମାନକୁ କିପରି ପବନରେ ବେଗ ହିସାବରେ ଆଡଜଷ୍ଟ କରିବେ ସେନେଇ ପାଇଲଟ୍ ମାନଙ୍କୁ ତାଲିମ ଦିଆଯାଏ । ବିମାନରେ ଥିବା ଷ୍ଟ୍ରେନ୍ ହ୍ରାସ କରିବା ପାଇଁ ପ୍ରଥମେ ବିମାନକୁ ମନ୍ଥର କରିଦିଆଯାଏ । ତେବେ ଅପ୍ରତ୍ୟାଶିତ ପରିସ୍ଥିତିରେ, ପାଇଲଟମାନେ ଅନ୍ୟ ବିମାନର ରିପୋର୍ଟ ଉପରେ ନିର୍ଭର କରନ୍ତି ।

ଆଧୁନିକ ବିମାନଗୁଡ଼ିକରେ ଉନ୍ନତ ପାଣିପାଗ ରାଡାର ସିଷ୍ଟମ ଲାଗିଛି । ଫଳରେ ବର୍ତ୍ତମାନ ଏପରି ଦୁର୍ଘଟଣାକୁ ପ୍ରାୟତଃ ଏଡ଼ାଇ ଦିଆଯାଇପାରିଛି । ରାଡ଼ାରଗୁଡ଼ିକ ଝଡ଼ ଚିହ୍ନିବାରେ ସାହାଯ୍ୟ କରିଥାଏ ।

ଅଧିକ ପଢ଼ନ୍ତୁ: ବିମାନରେ ଯାତ୍ରା କରୁଛନ୍ତି କି...ସାବଧାନ...ମିଳି ନପାରେ ସିଟ୍...

ଯାତ୍ରୀମାନେ ସୁରକ୍ଷିତ ରହିବା ପାଇଁ କ’ଣ କରିପାରିବେ?

ଯାତ୍ରୀମାନଙ୍କ ପାଇଁ ପ୍ରଥମ ସରଳ ଓ ପ୍ରଭାବଶାଳୀ ପଦକ୍ଷେପ ହେଉଛି ସିଟ୍ ବେଲ୍ଟ । କୌଣସି ଝଡ଼ ଆସିଲେ ଭୟଭୀତ ନହୋଇ ସେମାନେ ବସିଥିବା ସମୟରେ ସିଟ୍ ବେଲ୍ଟକୁ ବାନ୍ଧି ରଖିବା ହେଉଛି ପ୍ରଥମ କାମ । ଫଳରେ ନିଜ ସୁରକ୍ଷା ନିଜ ହାତରେ ପରି ଅନେକ ସମୟରେ ବଡ଼ ବିପଦକୁ ଏଡ଼ାଇ ଦିଆଯାଇପାରେ । ଏହା ହଠାତ୍ ଥରିବା ସମୟରେ ଆଘାତର ଆଶଙ୍କାକୁ କମାଇ ଦେଇଥାଏ । ଯାତ୍ରୀମାନେ ମଧ୍ୟ ସେମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଆଖପାଖରେ ଥିବା ଅନ୍ୟମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଝଡ଼ ସମୟରେ କ୍ରୁ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ଉଚିତ୍ । ତେବେ ସବୁଠୁ ବଡ଼ କଥାଟି ହେଉଛି, ଏହି ସମୟରେ ଧର୍ଯ୍ୟ ଧରିବା ଜରୁରୀ। କାରଣ ଅନେକ ସମୟରେ ଅତ୍ୟଧିକ ଭୟ କାରଣରୁ ମଧ୍ୟ ଶରୀରିକ କ୍ଷତି ହୋଇଥାଏ।

OTV is now on Whatsapp

Join and get latest news update delivered to you via whatsapp

Join Now