• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସମ୍ବଲପୁର ସଭାରେ ଶାହଙ୍କ ଦମ୍ଭୋକ୍ତି । ଲକ୍ଷ୍ୟ ଥିବା ୪୦୦ରୁ ୩୧୦ ସିଟ୍ ବିଜେପି ଖାତାକୁ ଗଲାଣି । ୫ଟି ପର୍ଯ୍ୟାୟରେ ଦଳକୁ ମିଳିଛି ଅହେତୁକ ସଫଳତା । ଆଉ ମିଶନ ୪୦୦ ପାଇଁ ବାକି ଥିବା ଦୁଇଟି ପର୍ଯ୍ୟାୟରେ ବିଜେପିକୁ ବିପୁଳ ସମର୍ଥନ କରିବାକୁ କରିଛନ୍ତି ଅନୁରୋଧ । ସାରା ଦେଶରେ ମୋଦିଙ୍କ ଲୋକପ୍ରିୟତା ବଢିଛି ।

ତା’ର ପ୍ରତିଫଳନ ଚଳିତ ନିର୍ବାଚନରେ ଦେଖାଯାଉଥିବା ଶାହ କହିଛନ୍ତି । ଆଉ ଦୁଇଟି ଚରଣରେ ଓଡିଶାରେ ଯେପରି ଅଧିକରୁ ଅଧିକ ଭୋଟ ବିଜେପି ଖାତାରେ ପଡିବ ସେଥିଲାଗି ବିଜେପିର ଚାଣକ୍ୟ ଶାହ ପୁରା କସରତ ଲଗାଇଦେଇଛନ୍ତି । ଏପଟେ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଠାରୁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ପ୍ରତିଶତ କମିଛି । ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ହାର ରହିଛି ୬୭.୫୯ ପ୍ରତିଶତ । ତେବେ ଭୋଟ ହାରକୁ ନେଇ ବିଭିନ୍ନ ଆକଳନ ମଧ୍ୟ ଆରମ୍ଭ ହୋଇଛି । ଶାସକ ବିଜେଡିର ଦୃଢୋକ୍ତି ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ରର ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିଛି ।

୩୦ ସିଟରେ ବିଜେଡି ବିଧାୟକ ଜିତିବେ ବୋଲି ବିଜେଡିର ଦାବି । ସେହିପରି ବିଜେପିର ଦାବି ୨୫ ବିଧାନସଭା ସିଟ୍ ଓ ସମସ୍ତ ୫ ଲୋକସଭା ସିଟ୍ ରେ ଦଳ ଜିତିବ । କଂଗ୍ରେସ କହିଛି ସବୁ ସିଟ୍ ରେ ଦଳ ଭଲ ପ୍ରଦର୍ଶନ କରିବ ।

ଏସବୁ ବାଦ ଯଦି ଦେଖିବା, ବିଗତ ନିର୍ବାଚନଗୁଡିକ ଅପେକ୍ଷା ୨୪ରେ ସରକାର ବିରୋଧୀ ହାୱା ଅଧିକ ରହିଛି । ରାଜ୍ୟରେ ବଢୁଥିବା ମୋଦିଙ୍କ ଲୋକପ୍ରିୟତା ଓ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ନେତୃତ୍ୱର ଓଡିଶାକୁ ଘନ ଘନ ଗସ୍ତର ପ୍ରଭାବ ମଧ୍ୟ ବିଜେପିକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ।

ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ସବୁ ଦଳ ଅଧିକ ଆସ୍ଥା ଭାଜନ ହେବେ ବୋଲି ପ୍ରତିକ୍ରିୟା ରଖୁଛନ୍ତି । ତେବେ ଜନାଦେଶ କାହା ଆଡକୁ ଯାଉଛି ତାହା ଜୁନ୍ ୪, ରେଜଲଟ୍ ଡେ ରେ ସ୍ପଷ୍ଟ ହୋଇଯିବ ।

  • Reported by:
  • ATULYA BOUT , NIRANJAN REDDY

OTV is now on Whatsapp

Join and get latest news update delivered to you via whatsapp

Join Now