Advertisment

ନିର୍ବାଚନ ବେଳେ ହିଂସା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଦଳ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅନେକ ସ୍ଥାନରେ ସଂଘଟିତ ହିଂସା ଏବଂ ବିଶୃଙ୍ଖଳାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଲୋଇସିଂହା ୧୦୮ ନମ୍ବର ବୁଥରେ ସବୁ ସୀମା ଟପିଯାଇଥିଲା ବିଶୃଙ୍ଖଳା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Conduct code violence During Odisha Elections 2024

Odisha Election

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅନେକ ସ୍ଥାନରେ ସଂଘଟିତ ହିଂସା ଏବଂ ବିଶୃଙ୍ଖଳାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଲୋଇସିଂହା ୧୦୮ ନମ୍ବର ବୁଥରେ ସବୁ ସୀମା ଟପିଯାଇଥିଲା ବିଶୃଙ୍ଖଳା । ଏଠିକାର ପ୍ରିଜାଇଡିଂ ଅଫିସର ଏକାଧିକ ବୟସ୍କ ଭୋଟରଙ୍କୁ ଧରି ବିଜେଡିରେ ଭୋଟ୍ ଦେବାକୁ ବାଧ୍ୟ କରିଥିବା ଦଳ ଅଭିଯୋଗ ଆଣିଛି ।

Advertisment

ତାହାର ଏକ ଭାଇରାଲ ଭିଡ଼ିଓକୁ ମଧ୍ୟ ସିଇଓଙ୍କୁ ଦେଇଛି ବିଜେପି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବୁଥ ନମ୍ବର ୨୮, ୨୬ ଏବଂ ୨୯ରେ ଦିନ ୨ଟାରୁ ଭୋଟ ବନ୍ଦ କରାଯାଇଥିଲା । କହ୍ନେଇ ଡାଙ୍ଗ ନାମକ ଜଣେ ସରକାରୀ ଅଧିକାରୀ ଭୋଟରଙ୍କୁ ଭିତରକୁ ଯିବା ସମୟରେ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲା ବିଜେପି ।

ଅଧିକ ପଢ଼ନ୍ତୁ: ବୁଥରେ ପୋଲିଂ ଟିମକୁ ତାଲା ପକାଇଦେଲେ ଗ୍ରାମବାସୀ

ସେପଟେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ତେଣୁ ତଥ୍ୟ ପ୍ରମାଣ ଧରି CEOଙ୍କୁ ଅଭିଯୋଗ କରିବା ସହ ୨୫ ତାରିଖରେ ଶୃଙ୍ଖଳିତ ନିର୍ବାଚନ ପାଇଁ ବିଜେଡି ନିବେଦନ କରିଥିବା କହିଛି । ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅପରପକ୍ଷେ ହାଟଡ଼ିହି BDO ସୋମ୍ୟଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ ।

Advertisment

ନିର୍ବାଚନୀ ସଭାରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସହ ହାଟଡ଼ିହି BDO ପ୍ରଚାର କରୁଥିବା ଦଳ ଅଭିଯୋଗ କରିଛି । ତେଣୁ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ CEOଙ୍କୁ ଭେଟି କଂଗ୍ରେସ ଦାବି କରିଛି । ତେବେ ଏନେଇ ହାଟଡ଼ିହି BDO ସୌମ୍ୟଶ୍ରୀ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ଗତ କିଛିଦିନ ତଳେ ଭୋଟକୁ ନେଇ କଣ୍ଟାମାଳ ମହେଶ୍ୱରପିଣ୍ଡାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା । ମତଦାନ ବେଳେ ଖୋଦ୍ ପ୍ରିଜାଇଡିଂ ଅଫିସର ପକ୍ଷପାତିତା କରିଥିବା ଅଭିଯୋଗ ହୋଇଥିଲା । ପ୍ରତିବାଦରେ ବୁଥ୍ ଆଗରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସହ ଜନତା ଧାରଣା ଦେଇଥିଲେ । ତେବେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ପୋଲିସ ଉପରକୁ ପଥର ମାଡ଼ ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ଼ କରିବା ସହ ଫାଙ୍କା ଗୁଳିଚାଳନା ବି କରିଛି । ପୋଲିସ ଲାଠି ମାଡରେ ୩୦ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ପ୍ରଥମେ ମନମୁଣ୍ଡା ଏବଂ ପରେ ସୋନପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ବାହାରିବା ପରେ ପ୍ରଦୀପ ଦେଲେ ବିସ୍ଫୋରକ ବୟାନ; କାହିଁକି ହୋଇଥିଲା ଆକ୍ରମଣ ?

ଅଭିଯୋଗ ଅନୁସାରେ, ବୌଦ୍ଧ କଣ୍ଟାମାଳ ନିର୍ବାଚନମଣ୍ଡଳୀ ମହେଶ୍ୱରପିଣ୍ଡା ବୁଥ୍ ନମ୍ବର- ୨୮ରେ ପ୍ରିଜାଇଡିଂ ଅଫିସର ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ତଦନ୍ତ ପରେ ଯାହା ଜଣାପଡିବ ବୋଲି କହିଛନ୍ତି ବୌଦ୍ଧ ତହସିଲଦାର ।

ସେହିଭଳି ଗଞ୍ଜାମ ଆସିକା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଣ୍ଠୁପଡା ଗ୍ରାମରେ ଭୋଟ୍ ପରେ ପରେ ଦୁଇ ଗୋଷ୍ଠୀମଧ୍ୟରେ ମାରପିଟ ହୋଇ ତିନି ଜଣ ଆହତ ହୋଇଛନ୍ତି l ଆହତମାନେ ହେଲେ ବାବୁଲା ସ୍ୱାଇଁ,ମନୋଜ ସ୍ୱାଇଁ, କାହ୍ନୁଚରଣ ସାହୁ l ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଖଣ୍ଡା ସାହାଯ୍ୟରେ ଆକ୍ରମଣ ହୋଇଥିଲା l

Odisha Politics Political Violence Odisha Elections General Election 2024
Advertisment
Advertisment