ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଇଛି ହାଇଦ୍ରାବାଦ।
ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ କଲା ମାରାଣାତ୍ମକ ଆକ୍ରମଣ। ସ୍ତ୍ରୀର ପେଟ ଚିରି କରୁଥିଲା ଲିଙ୍ଗ ନିରୂପଣ। କୋର୍ଟ ଦେଲେ ଆଜୀବନ କାରାଦଣ୍ତ ଦଣ୍ତାଦେଶ।
ଓଡ଼ିଶା ମାଟିରେ ବିଜେପିର ହାଇଭୋଲଟେଜ୍ କ୍ୟାଂପେନ୍ ବେଳେ ଜଣକ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମୁହଁରେ ନବୀନଙ୍କୁ ଏଭଳି ଟାର୍ଗେଟ୍ ପରେ ଆଜି-ନବୀନଙ୍କୁ ବନ୍ଧନ ମୁକ୍ତ କରିବାକୁ ସିଧା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପିର ଚିଠି। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖିଛନ୍ତି ଭି.କେ.ପାଣ୍ଡିଆନ।
ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି ।
ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ESICରେ ଚାକିରି କରିବାକୁ ଅନେକ ପ୍ରାର୍ଥୀ ଇଛା କରିଥାନ୍ତି। ଆପଣ ଯଦି ଏହି ସଂସ୍ଥାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ESIC ଏନେଇ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଚୟନ୍ ହେଲେ ଦରମା ୨ ଲକ୍ଷ ଟଙ୍କା।
୧୦ ବର୍ଷ ହେଲା ଯଦି ଆପଣ ନିଜ ଆଧାର କାର୍ଡ ଅପଡେଟ କରିନାହାନ୍ତି। ତେବେ ଜୁନ୍ ୧୪ ପରେ ଅଚଳ ହୋଇଯିବ ଆଧାର କାର୍ଡ। ଏମିତି କିଛି ଖବର ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି।
ଦୀପିକାଙ୍କ ବେବୀବମ୍ପ୍ ଦେଖି କିଛି ଲୋକ ତାଙ୍କୁ ଏହା ଏକ ନକଲି ବୋଲି କହି ଟ୍ରୋଲ୍ କରିବା ଆରମ୍ଭ କରିଥିଲେ। ଏବେ ଅଭିନେତ୍ରୀ ଟ୍ରୋଲରମାନଙ୍କୁ ହସି ହସି ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି। ସୋସିଆଲ ମିଡିଆରେ ଦେଖେଇଛନ୍ତି ଝଲକ।
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ।
ମୁଖ୍ୟମନ୍ତ୍ରୀ ଘେରାବନ୍ଦୀ କି ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି କି ତାଙ୍କର ପୂର୍ବତନ ସଚିବ ଭି.କେ. ପାଣ୍ତିଆନ ?
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଏଥିପାଇଁ ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଦୁଇ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ବିଜେଡି ଏଭଳି କାର୍ଯ୍ୟରେ ଲଗାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ସୁଟିଂ ଜମ୍ମୁ-କଶ୍ମୀରରେ ଚାଲିଛି। ଏହି ସମୟରେ ଫିଲ୍ମ ସହ ଜଡିତ ଅଭିନେତାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହାକୁ ଦେଖି ଆପଣ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ମନେପଡିଯିବ।
ପ୍ରକୃତିର ତାଣ୍ଡବ ଆଗରେ ଫିକା ପଡିଲା ସବୁକିଛି । ଭୂସ୍ଖଳନରେ ଅତି କମରେ ୧୦୦ରୁ ଅଧିକ ଗଲାଣି ଜୀବନ । ପପୁଆ ନ୍ୟୁ ଗିନିରେ ବଡ଼ ଭୂସ୍ଖଳନ । ତାସ୍ ଘର ଭଳି ଭୁଶୁଡୁଛି କୋଠା ।
ମହିଳା ୱାର୍ଡମେମ୍ବର ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ ଅଭିଯୋଗ । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି ।
ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଜଣେ ପାଇଲଟଙ୍କ ସହ ୬ ଯାତ୍ରୀ ।
ଚୋରି ହେଲା ଜଜ୍ଙ୍କ କୁକୁର । ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଉତ୍ତର ପ୍ରଦେଶର ଜଣେ ଜଜ୍ଙ୍କ ଘରୁ ତାଙ୍କ ପୋଷା କୁକୁରକୁ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।
ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଏହି ଘଟଣା ଘଟିଛି। ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କରାଜ ଖେଳାଇଥିଲେ ଦୁର୍ବୃତ୍ତ। ଘର ବାହାରେ ରହି ଲୋକଙ୍କୁ ଧମକଚମକ ଦିଆଯାଉଛି। ବିଜେଡିକୁ ଭୋଟ୍ ନଦେଲେ ସଂଘବଦ୍ଧ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।
୨୬ରେ ମାଟ୍ରିକ ରେଜଲ୍ଟ । ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପ୍ରେସ୍ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।
ଟଙ୍କା ବାଣ୍ଟିବାକୁ ଯାଇ ଅଡୁଆରେ ଅଙ୍ଗନବାଡ଼ି ଦିଦି। ପୋଲିସ ସଂପୃକ୍ତ ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ବାମୀଙ୍କୁ ଧରି ଥାନାରେ ଅଟକ ରଖିଛି।
ପ୍ରଚାର ବେଳେ ହଟହଟା ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର । ପାଣି ସମସ୍ୟାର ସମାଧାନ ନହେବାରୁ ଘେରିଲେ ଗ୍ରାମବାସୀ। ନରସିଂହପୁର ବ୍ଲକ କମଳାଡିହ ପଞ୍ଚାୟତରେ ଘଟିଛି ଘଟଣା ।
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ପିପିଲିରେ ସମିତି ସଭ୍ୟଙ୍କୁ ମାଡ଼ । ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ, ୩ ଅଟକ । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ।
ସରିଛି ସମସ୍ତ ପ୍ରସ୍ତୁତି। ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।