ଆସନ୍ତା ୧୭ ତାରିଖରେ ରାମନବମୀ ଉତ୍ସବରେ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ହେବାର ଅଛି। ସେହିଦିନ ଦିନ ୧୨ଟାରେ ପ୍ରଭୁ ରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି।
ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଧରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି –NIA । ଏହି ଦୁଇ ଅଭିଯୁକ୍ତ ଅବଦୁଲ ମତିନ୍ ତାହା ଏବଂ ମୁସାବିର ସାଜେବ ବୋଲି ଚିହ୍ନଟ ହୋଇଛନ୍ତି ।
କଟକ ବିଜେଡିରେ ଗୋଷ୍ଠୀ କନ୍ଦଳ । ସମାନ୍ତରାଳ ଭାବେ ବିଜେଡିର ଦୁଇ ଦୁଇଟି କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର । ଗୋଟିଏ ପଟେ କଟକ ସାରଳା ଭବନରେ ମହିଳା ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ରାମାୟଣରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବାକୁ ସୂଚନା ଥିବାବେଳେ ସାଇ ପଲ୍ଲଭୀ ଏହି ଫିଲ୍ମରେ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି ଶୁଣାଯାଉଛି। ତେବେ ଫିଲ୍ମରେ ରାମ ହେବା ନେଇ କଠିନ ସର୍ତ୍ତ ରଖିଛନ୍ତି ରଣବୀର।
ପୋଲିସ ସାଇରନର ମିମିକ୍ରି କଲା ପକ୍ଷୀ । ଅବିକଳ ସାଇରନ ପରି ଶବ୍ଦ ବାହାର କଲା, ଫଳରେ ଅସୁବିଧାରେ ପଡ଼ିଲା ବ୍ରିଟେନ ପୋଲିସ । ଅନୁକରଣ ଏତେ ସଠିକ୍ ଥିଲା ଯେ ଏହା ଥେମସ୍ ଭ୍ୟାଲି ପୋଲିସ ଅଧିକାରୀମାନଙ୍କୁ ସତ ବୋଲି ଭାବିବାକୁ ବାଧ୍ୟ କଲା ।
'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ୍ ହେବା ମାତ୍ରେ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ପ୍ରଥମ ଦିନରେ ଏହି ଫିଲ୍ମ ଦେଶରେ ଯେତିକି ରୋଜଗାର କରିଛି ତା’ଠାରୁ ଅଧିକ ଟଙ୍କା ସାରା ବିଶ୍ୱରେ ଆୟ କରିଛି। ବକ୍ସ ଅଫିସରେ ସାରା ବିଶ୍ୱରେ ରୋଜଗାର ଦୃଷ୍ଟିରୁ ଏହି ଫିଲ୍ମ ଏକ ଆଲୋଡ଼ନ ସୃଷ୍ଟି କରିଛି।
ବଜାରରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡ଼ରର ଗୁଣବତ୍ତା ଉକୃଷ୍ଟମାନର ନୁହେଁ । ଏହା ବ୍ୟବସାୟିକ ଲକ୍ଷ୍ୟରେ ବିକ୍ରି ହେଉଥିବାରୁ କମ୍ପାନୀ ନିଜର ଗୁଣବତ୍ତା ରଖୁନଥିବା ଏକ ଗବେଷଣାରୁ ଜଣାପଡ଼ିଛି ।
ରାଜଧାନୀରେ ମାତିଛନ୍ତି ଚୋର । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି । ବାରମ୍ବାର ଚୋରି ହେଉଛି । କିନ୍ତୁ ନା ଚୋରକୁ ଧରି ପାରୁଛି କମିଶନରେଟ ପୋଲିସ ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି ।
ଫ୍ୟାକ୍ଟ୍ରିରେ ସାରା ଦିନ କାମ କରିବା ପରେ ଦରମା ବଦଳରେ ମିଳୁଥିଲା ଅସହ୍ୟ ନିର୍ଯାତନା। କାମ କରିବାର ପ୍ରାୟ ଶହେ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦରମା ଦେଇନଥିଲେ ମାଲିକ। ଦୈନିକ ୮ ଘଣ୍ଟା ବଦଳରେ ୧୨ଘଣ୍ଟା କାମ କରାଉଥିଲେ।
ନିର୍ଜନ ଦ୍ୱୀପରେ ଫସି ରହିଥିଲେ । କେହି କୁଆଡ଼େ ନଥିଲେ । ନା ଖାଇବାକୁ ଥିଲା ନା ପିଇବାକୁ । ପରିସ୍ଥିତି ଆଣି ସେମାନଙ୍କୁ ମୃତ୍ୟୁମୁଖରେ ଛିଡ଼ା କରାଇଥିଲା । ଏହା ସତ୍ତ୍ୱେ ସେମାନେ ହାରିନଥିଲେ । ହାର ମାନିନଥିଲେ ।
କେବଳ ଚୈତ୍ର ମାସରେ ଏହି ସ୍ଥାନକୁ ସଫା କରିଥାଏ ପ୍ରଶାସନ । ହେଲେ ଅନ୍ୟ ଦିନ ମାନଙ୍କରେ ପୀଠ ଅପରିଷ୍କାର ହୋଇ ପଡ଼ିରହିଥାଏ ।
ପାମେଲାଙ୍କ ଏହି ପୋଷ୍ଟକୁ ନେଟିଜେନ୍ସ ଖୁବ୍ ପସନ୍ଦ କରିବା ସହ ତାଙ୍କର କାର୍ଯ୍ୟ ପ୍ରତି ଥିବା ପ୍ରତିବଦ୍ଧତା ଏବଂ ପୁଅ ପ୍ରତି କର୍ତ୍ତବ୍ୟକୁ ପ୍ରଶଂସା କରିଛନ୍ତି।
NPCILରେ ପୂରଣ ହେବ ଅନେକ ପଦବୀ। ଏନେଇ NPCIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଶେଷ କଥା ହେଉଛି ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ଏକ ଇଞ୍ଜିନିୟରିଂ ଡିଗ୍ରୀ ଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରାର୍ଥୀଙ୍କର ମଧ୍ୟ GATE ପରୀକ୍ଷାର ସ୍କୋର ରହିବା ଉଚିତ।
ସାଜ୍ଜାଦ ମୁଜାଫରଗଡ ଜିଲ୍ଲାର ଆଲିପୁରରେ ସେମାନଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଥିବାବେଳେ ୩ଜଣ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୮ମାସରୁ ୧୦ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି।
ବିଜେଡି ମୋତେ ଟିକେଟ୍ ନ ଦେଇ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଇଛି ।
ରୋହନ ଆହୁରି କହିଛନ୍ତି, ସେ ନିଜ ପିତାଙ୍କ ପରାମର୍ଶରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଥିଲେ, ତାଙ୍କ ପିତା ଚାହୁଁ ନଥିଲେ ଯେ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରେ ।
ସବୁଠାରୁ ବଡ଼ କଥା ହେଉଛି ସେହି ବ୍ୟକ୍ତି ଜଣକ ତାଙ୍କ ଝିଅର ସ୍କୁଲ ଫି’ ନ ଦେଇ ଆଇପିଏଲ ଟିକେଟ୍ କିଣିଛନ୍ତି ।
ଏନେଇ ସେମାନେ ମା’ଙ୍କୁ ଜଣାଇବା ପରେ ସେ ତାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟର କଥା, ଯଦି ସେ ଏକଥା ବାହାରେ ପ୍ରକାଶ କରେ ତେବେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ମା’।ଏଥିରେ ଭୟଭୀତ ହୋଇ ଝିଅଟି ଗାଜିଆବାଦ ଘର ଛାଡି ଦିଲ୍ଲୀ ପଳାଇଥିଲା।
ନିର୍ବାଚନ ବେଳେ ଅଧିକାଂଶ ସ୍ୱାଧିନ ପ୍ରାର୍ଥୀ ହିଁ ନିଆରା ଢ଼ଙ୍ଗରେ ପ୍ରଚାର କରିଥାନ୍ତି । ଏଥର ବି ଠିକ୍ ସେମିତି କିଛି ଦେଖିବାକୁ ମିଳିଛି ।
ଘରେ ଘରେ ଚିଙ୍ଗଡିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ଦୋପିଆଜା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ରାଜ ମହଲ ଭିତରକୁ ଯାଇ ରାଜ ପରିବାରର ଡାଇନିଂ ରୁମରେ ଥିବା ଖାଦ୍ୟକୁ ମଧ୍ୟ ଖାଇଥିଲା। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।
ଯଦି ସ୍କୁଲ କର୍ତ୍ତୃପକ୍ଷ ଭିଜିଲାନ୍ସ ବିଭାଗ ଏବଂ ଅନ୍ୟାନ୍ୟ ଫୋରମରେ ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ଦୁର୍ନୀତି ଅଭିଯୋଗ ତୁରନ୍ତ ପ୍ରତ୍ୟାହାର ନକରନ୍ତି ତେବେ ସେମାନେ ଏନଜିଓର ଅଧିକାରୀଙ୍କୁ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
‘ଦିନ ସାରା କାମ କରିବା ପରେ ମୁଁ ଘରକୁ ଆସିଥିଲି। ମୁଁ ଘରେ ଥିବା ବେଳେ ପୋଲିସ୍ ପହଞ୍ଚିଥିଲା। ମୋ ନାଁରେ ୱାରେଣ୍ଟ ଥିବା ସେମାନେ କହିଥିଲେ। ପ୍ରାୟ ମଧ୍ୟରାତ୍ର ହେବ। ସେମାନେ ମୋତେ ଗିରଫ କରି ଜେଲକୁ ନେଇ ଯାଇଥିଲେ।’
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୩୧୦ ଟଙ୍କା ହୋଇଛି।
ମାର୍କେଟ ଆନାଲିଷ୍ଟ ତଥା ମୋବିୟସ୍ ଇମର୍ଜିଂ ଅପରଚ୍ୟୁନିଟି ଫଣ୍ଡର ଅଧ୍ୟକ୍ଷ ମାର୍କ ମୋବିୟସ୍ କହିଛନ୍ତି, ସେନସେକ୍ସ ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଛୁଇଁବ ।