Advertisment

ସ୍ଲିପ୍ ଅଫ୍ ଟଙ୍ଗ୍ ପାଇଁ କ୍ଷମାପ୍ରାର୍ଥନା ଓ ପ୍ରାୟଶ୍ଚିତ ସତ୍ତ୍ୱେ ସମ୍ବିତଙ୍କୁ ଘେରି ଚାଲିଛି BJD

ଭୁଲ୍ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ପଶ୍ଚାତାପ କରିବେ ବୋଲି କହିଲେ... ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁହଁରୁ ଖସି ଯାଇଥିବା ଏକ ମନ୍ତବ୍ୟକୁ ନେଇ ଉଠୁଛି ପଡ଼ୁଛି ରାଜନୀତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Controversy

ଭୁଲ୍ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ପଶ୍ଚାତାପ କରିବେ ବୋଲି କହିଲେ... ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁହଁରୁ ଖସି ଯାଇଥିବା ଏକ ମନ୍ତବ୍ୟକୁ ନେଇ ଉଠୁଛି ପଡ଼ୁଛି ରାଜନୀତି । ଗତକାଲି ସକାଳେ ପୁରୀରେ ମୋଦିଙ୍କ ରୋଡ୍ ଶୋ’ପରେ ପ୍ରଧାନମନ୍ତ୍ରୀ ମୋଦି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ବଦଳରେ ଭୁଲବଶତଃ ଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି ଏକ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ କହିଦେବା ପରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ସ୍ଥିତି ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ୍ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଭଳି ନେତା ସୋସିଆଲ୍ ମିଡିଆରେ ଏଭଳି ବକ୍ତବ୍ୟକୁ କଡ଼ାକୁ ସମାଲୋଚନା କରିଥିଲେ । ଏହାପରେ ନିଜ ଦ୍ୱାରା ହୋଇଥିବା ଭୁଲକୁ ସ୍ୱୀକାର କରି ସମ୍ବିତ କହିଛନ୍ତି, ସେ ଯାହା କହିଛନ୍ତି ତାହା ବଡ଼ ଭୁଲ । ସ୍ଲିପ୍ ଅଫ୍ ଟଙ୍ଗ୍ ।

ଏହି ଭୁଲର ପଶ୍ଚାତାପ ପାଇଁ ୩ ଦିନ ଯାଏଁ ଉପବାସ ରଖିବେ ବୋଲି କହିଛନ୍ତି । ସମ୍ବିତ ତ ଭୁଲ୍ ମାଗିଲେ, ପ୍ରାୟଶ୍ଚିତ କରିବେ ବୋଲି କହିଲେ । ହେଲେଏହାପୂର୍ବରୁ ମହାପ୍ରଭୁଙ୍କୁ ନେଇ ଅନେକ ଅରୁଚିକର ମନ୍ତବ୍ୟ ଦେଇଥିବା ନେତା କିନ୍ତୁ କୌଣସି ପଶ୍ଚାତାପ କରିନାହାନ୍ତି । ୨୦୨୨ରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଅଲଗା ଥିଓରୀ ଥିଲା ।

Advertisment

ବିଜେଡିର ଏକ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ପ୍ରତାପ ଦେବ କହିଥିଲେ, ସାଢ଼େ ୪ କୋଟି ଓଡ଼ିଆଙ୍କ ପରିଚୟ ପୂର୍ବରୁ ଜଗନ୍ନାଥ ଥିଲେ, ହେଲେ ଏବେ ନବୀନ ପଟ୍ଟନାୟକ । ଖାଲି ସେ ନୁହଁନ୍ତି, ସୋସିଆଲ୍ ମିଡିଆରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ କଥା ମଧ୍ୟ ଭାଇରାଲ୍ ହେଉଛି । ସେ କହିଛନ୍ତି... କାଳେ ନବୀନ ପଟ୍ଟନାୟକ ହିଁ ଜଗନ୍ନାଥ ।

ସେପଟେ ଓଡ଼ିଆ ଅସ୍ମିତା, ସଂସ୍କୃତି କଥା କହି ଭୋଟ୍ ମାଗୁଥିବା ବିଜେଡି ନେତା ଭିକେ ପାଣ୍ଡିଆନ ବି କିଛିଦିନ ତଳେ ଓଡ଼ିଶାର ବରପୁତ୍ରଙ୍କୁ ଅସମ୍ମାନ କରିଥିଲେ । ସମ୍ବଲପୁରରେ ଏକ ନିର୍ବାଚନୀ ସଭାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହି ସମ୍ବୋଧନ କରିଥିଲେ ପାଣ୍ଡିଆନ୍ । ଖାଲି ଭୁଲ ସମ୍ବୋଧନ କରିଥିଲେ ତା ନୁହେଁ, ଏହାକୁ ପରେ ସୁଧାରି ବି ନଥିଲେ ।

ଭାଷଣକୁ ନେଇ ବିବାଦ ହେବା ପରେ ବି ଭୁଲ୍ ମାଗିନଥିଲେ ପାଣ୍ଡିଆନ। ବାରମ୍ବାର ଜଗନ୍ନାଥଙ୍କୁ ଅପମାନ କରିବା ଏବଂ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ ବିଜେଡି ନେତାଙ୍କ ସତେ ଯେପରି ଏକ ଅଭ୍ୟାସ ପାଲଟିଛି । ହେଲେ ରୋଚକ କଥା ହେଉଛି ଏହା ସବୁ ଯେପରି କଂଗ୍ରେସକୁ ଦେଖାଯାଉନାହିଁ ।

ସେପଟେ ସମ୍ବିତ ଖୋଲାଖୋଲି ଭୁଲ୍ ମାଗିବା ପରେ ତାଙ୍କୁ ସମାଲୋଚନା କରୁଥିବା ବିଜେଡି ଦଳର ନେତା ନିଜ ଭାଷଣକୁ ନେଇ କେବେ ଭୁଲ ମାଗୁଛନ୍ତି, ତାକୁ ହିଁ ଅପେକ୍ଷା ।

Odisha Elections General Elections 2024
Advertisment
Advertisment