Advertisment

ପୋଲିଂ ବୁଥରେ ବିଧାୟକଙ୍କ ଦାଦାଗିରି; କଚାଡ଼ି ଭାଙ୍ଗିଦେଲେ EVM..ଭିଡିଓ ଭାଇରାଲ

ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍‌କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Ysr Congress Party MLA Flings EVM To Ground In Polling Booth

Ysr Congress Party MLA

ପୋଲିଂ ବୁଥରେ ବିଧାୟକଙ୍କ ହାଇଡ୍ରାମା। ଆନ୍ଧ୍ରପ୍ରଦେଶର ଶାସକ ଦଳ YSR କଂଗ୍ରେସ ପାର୍ଟିର ବିଧାୟକଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଦିନ ଦ୍ୱିପହରରେ ପୋଲିଂ ବୁଥରେ ପଶି EVM ମେସିନ୍‌ ଭାଙ୍ଗି ଦେଇଥିବା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ଯାହାକି ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍‌କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ନିର୍ବାଚନ ଆୟୋଗ ଏନେଇ ପୋଲିସକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ସିସୋଦିଆଙ୍କୁ ହାଇକୋର୍ଟ ଝଟକା, ମିଳିଲାନି ଜାମିନ !

ସୂଚନା ମୁତାବକ, ମାଚରଲା ବିଧାନସଭା ଅଞ୍ଚଳର ବୁଥ ନଂ ୨୦୨ ଓ ୭ ରେ ଇଭିଏମ୍‌ ମେସିନ୍‌ ଭାଙ୍ଗିଯାଇଥିବା ଭିଡିଓ ଭାଇରାଲ ହୋଇଥିଲା। ବିଧାୟକ ପି.ରାମକୃଷ୍ଣ ରେଡ୍ଡୀ ଇଭିଏମ୍‌କୁ ତଳେ ପକାଇ ଭାଙ୍ଗୁଥିବା ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ କରାଯାଇଛି। ପାଲନାଡୁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସମସ୍ତ ମତଦାନ କେନ୍ଦ୍ରର ଭିଡିଓ ଫୁଟେଜକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଘଟଣାର ତଦନ୍ତ ପାଇଁ ପୋଲିସକୁ କୁହାଯାଇଛି। ମେ' ୧୩ ତାରିଖରେ ଏହି ଘଟଣା ଘଟିଥିଲା।

Advertisment

ପୋଲିଂ ଅଧିକାରୀଙ୍କ କହିବାନୁସାରେ, ଯାଞ୍ଚରେ ବିଧାୟକଙ୍କ ନାଁକୁ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓ ମୁକେଶ କୁମାର ମୀନାଙ୍କୁ ଡିଜିପିଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳର ବିଧାୟକ ନିର୍ବାଚନ ହାରିଯିବା ଭୟରେ ଇଭିଏମ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିବା ବିରୋଧୀ ଦଳ ନେତା ତଥା ତେଲୁଗୁ ଦେଶମ ପାର୍ଟିର ମହାସଚିବ ନାରା ଲୋକେଶ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ବୁଥରେ ପୋଲିଂ ଟିମକୁ ତାଲା ପକାଇଦେଲେ ଗ୍ରାମବାସୀ

Ysr Congress Party EVM General Election 2024
Advertisment
Advertisment