• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁଇ ଦିନ ପରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପଡ଼ିବ ଭୋଟ୍ । ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୧୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ପୋଲିସ କମିଶନର ।

ଆଜିଠାରୁ ରାଜଧାନୀରେ ହେବ ଫ୍ଲାଗ ମାର୍ଚ୍ଚ । କଡାକଡି ହେବ ଯାଞ୍ଚ ପ୍ରକ୍ରିୟା । ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ସହ ରାଜ୍ୟ ପୋଲିସ ମୁତୟନ ହେବେ । ମୋଟ ୧୧୩୨ ବୁଥରେ ପୁଲିସ ଛାଉଣୀ ଭିତରେ ହେବ ଭୋଟ ଗ୍ରହଣ । ଏହା ଭିତରୁ ୪୨୧ଟି ସଖୀ ବୁଥ କରାଯାଇଛି ।

ଅଧିକ ପଢ଼ନ୍ତୁ: ନିର୍ବାଚନ ବେଳେ ହିଂସା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଦଳ

ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ସଶସ୍ତ୍ର ମହିଳା ପୋଲିସ ଡ୍ୟୁଟିରେ ରହିବେ । ୧୪୫ଟି କ୍ରିଟିକାଲ ବା ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଥିବା ବେଳେ, ୫୨୫ ବୁଥର ୱେବ୍ କାଷ୍ଟିଙ୍ଗ କରାଯିବ । ମଧ୍ୟ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ଭାବେ ସଖୀ ବୁଥ ହୋଇଥିବାରୁ କମିଶନରେଟ ପୋଲିସ, ଜିଲ୍ଲା ପୋଲିସ ସମେତ ୧୨ କମ୍ପାନୀ CAPF ମୁତୟନ କରାଯିବ ।

୨୩ ତାରିଖ ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବା ପରେ, ଚେକିଂକୁ ଆହୁରି ବଢ଼ାଇ ଦିଆଯିବ । ସେପଟେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ୫ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ମୋଟ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।

ତା ଭିତରୁ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ଡିଜିପିଙ୍କ ସୂଚନା ଅନୁସାରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଜଣେ ଅତିରିକ୍ତ ଏସପି ଦାୟିତ୍ୱରେ ରହିଥିଲେ । ଭୋଟ୍ ପାଇଁ ମୋଟ ୯ ହଜାର ୧୬୨ଟି ବୁଥ୍ ମଧ୍ୟରୁ ୫୫୬ଟି ନକ୍ସଲ ପ୍ରବଣ ଅଂଚଳରେ ଥିଲା । ତେଣୁ ସେସବୁ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ୩୧୦ ସିଟ୍ ଜିତି ସାରିଛୁ; ବାକି ୭୫ ସିଟ୍ ଜିତିବୁ, ଏଠି ସରକାର କରିବୁ: ଅମିତ ଶାହ

OTV is now on Whatsapp

Join and get latest news update delivered to you via whatsapp

Join Now