ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଦାବି ଜୋର ଧରିଛି। ପରୀକ୍ଷାର୍ଥୀମାନେ ସିବିଆଇ ତଦନ୍ତ ଦାବି କରି ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ଧାରଣା ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି। ସେପଟେ ଦୁର୍ନୀତି ବିରୋଧୀ ଆନ୍ଦୋଳନକାରୀ ଆନ୍ନା ହଜାରେ ଆଜି ସେମାନଙ୍କୁ ଭେଟିଛନ୍ତି। ଦାବି ହାସଲ ପାଇଁ ହିଂସା ଆଚରଣ ନ କରିବା ପାଇଁ ସେ ଆନ୍ଦୋଳନକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଫେବ୍ରୁଆରୀ ୨୭ରୁ […]
ମୁମ୍ବାଇ: INX ଲାଞ୍ଚ ମାମଲାରେ ଗିରଫ ହୋଇଥିବା କାର୍ତ୍ତି ଚିଦାମ୍ବରମଙ୍କୁ ମୁମ୍ବାଇ ନେଇଛି ସିବିଆଇ। ସେଠାରେ ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ସହିତ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ମୁହାଁମୁହିଁ କରି ଜେରା କରିବ। ପିଟର ମୁଖାର୍ଜୀ ଆଗରୁ INX ମିଡିଆର ସହ-ମାଲିକ ଥିଲେ। ଅଭିଯୋଗ ଅନୁସାରେ, ୨୦୦୭ରେ FDI ପାଇଁ ଅନୁମତି ଦେବାକୁ ସେତେବେଳର କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଥିଲେ ପିଟର ମୁଖାର୍ଜୀ। FDI ପାଇଁ ଅନୁମତି ବଦଳରେ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବ୍ୟବସାୟରେ […]
ନୂଆଦିଲ୍ଲୀ : ‘ଚୌକିଦାର ଚୋର ହୈ’ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଭର୍ତ୍ସନା କରୁଥିବାବେଳେ, ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଧରିଛନ୍ତି ମୋଦି। ଗତକାଲି ‘ମେଁ ଭି ଚୌକିଦାର’ ନାଁରେ ଏକ ପ୍ରଚାର ଗୀତର ପ୍ରଚଳନ ପରେ ଆଜି ନିଜର ଟ୍ୱିଟର ପେଜରେ ପରିବର୍ତ୍ତନ ଆଣିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ନିଜର ନାଁ ଆଗରେ ଚୌକିଦାର ଯୋଡ଼ିଦେଇଛନ୍ତି। ତାଙ୍କ ପରେ ପ୍ରାୟ ସମସ୍ତ ବିଜେପି ନେତା ନିଜ ନାଁ ଆଗରେ ଚୌକିଦାର ଯୋଡ଼ିଛନ୍ତି। ଦେଶର ପ୍ରତ୍ୟେକଟି ନାଗରିକ […]
ପାଣାଜି : ଗୋଆ ରାଜନୀତିରେ ହଟଚମଟ। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବା ପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ବିଜେପି ପ୍ରକ୍ରିୟା ଆରମ୍ଭ କରିଦେଇଛି। ଗତକାଲି ବିଧାୟକଙ୍କ ବୈଠକ ବସି ଏ ସଂପର୍କରେ ଆଲୋଚନା ହୋଇଛି। ଏହାସହ ଆଜି ବସିବାକୁ ଥିବା କୋର୍ କମିଟି ବୈଠକରେ ଏନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କାମାତ ଦିଲ୍ଲୀ ଗସ୍ତ କରିଥିବାରୁ ବର୍ତ୍ତମାନର ସ୍ଥିତିକୁ […]
ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ ଲାଗି ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ୨୧ଟି ବିରାଟକାୟ କାଠ ଆସି ପୁରୀରେ ପହଞ୍ଚିଛି। ଏଥିରେ ୮ଟି ଧଉରା କାଠ ଏବଂ ୧୩ଟି ଅସନ କାଠ ରହିଛି। ରଥ ନିର୍ମାଣ ପାଇଁ ଚଳିତବର୍ଷ ପ୍ରଥମଥର ବୌଦ୍ଧରୁ କାଠ ଆସିବ। ଏହି କାଠର ଚିହ୍ନଟ ପ୍ରକ୍ରିୟା ସରିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୮ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା […]
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀପଲଙ୍କ ଉତ୍ପାତ। ରାଇରଙ୍ଗପୁର ରେଞ୍ଜର ବିଜାତଳା ବ୍ଲକର ଖେଜୁରୀ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ଜଙ୍ଗଲୀ ହାତୀ। ଗାଁରେ ବହୁ ଘର ଓ ସ୍କୁଲ କୋଠା ଭାଙ୍ଗିବା ସହ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ମଧ୍ୟ ଖାଇଯାଇଥିବା ଅଭିଯୋଗ ହୋଇଛି। ସେହିଭଳି କାଦୁଆଣି ଗାଁରେ ମଧ୍ୟ ବହୁ ଘର ଭାଙ୍ଗିଛନ୍ତି ହାତୀପଲ। ଏହି ହାତୀପଲ୍ଲ ଏବେ ଖେଜୁରୀ ଜଙ୍ଗଲରେ ରହିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। […]
ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଭୁବନେଶ୍ୱରରେ ସର୍ବାଧିକ ୩୯.୭ ଡିଗ୍ରୀ, ଟିଟିଲାଗଡ଼ ୩୯ ଡିଗ୍ରୀ ଗତକାଲି ରେକର୍ଡ କରାଯାଇଛି। ରାଜ୍ୟର ୧୩ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିଲା।
ବ୍ରହ୍ମପୁର: ଆଜିର ଦୁନିଆରେ ପ୍ରେମ କହିଲେ ଲୋକେ ଯୁବପିଢ଼ିଙ୍କ କଥା ଭାବନ୍ତି ଏବଂ ଏହାକୁ ଅଢ଼େଇ ଦିନିଆ ବୋଲି କହନ୍ତି। ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନନ୍ଦିଆଗଡ଼ାର ନରସିଂହ ଦଳେଇଙ୍କ ପ୍ରେମ ଏଦିଗରେ ବ୍ୟତିକ୍ରମ। ପ୍ରେମ ଓ ପ୍ରତିଶ୍ରୁତି ମୃତ୍ୟୁ ଭିତରେ ଜୀବନକୁ ଖୋଜୁଥିବା ଏଇ ମଣିଷଟି ପାଇଁ ଏବେ ଏ ଦୁଇଟି ହିଁ ସମ୍ବଳ। ସେ ନିର୍ଜୀବତା ଭିତରେ ଖୋଜୁଛନ୍ତି ସଜୀବତାକୁ। ପୁଣି ସଜୀବତା ଭିତରେ ଭବିଷ୍ୟତର ନିର୍ଜୀବତାକୁ। ସ୍ୱର୍ଗତ ପତ୍ନୀଙ୍କୁ ଦେଇଥିବା କଥା […]
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କୁ ଲୋକପାଳ ଭାବେ ନିଯୁକ୍ତି ଦିଆଯିବ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶେଷ ମୁହୂର୍ତ୍ତରେ ମନୋନୟନ କମିଟି ଜଷ୍ଟିସ୍ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଛି। ଏହାସହ ଅନ୍ୟ ୮ ଜଣ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ ହୋଇଥିଲେ ହେଁ, ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କ ନାଁ ଘୋଷଣା କରାଯିବ। ଲୋକପାଳ ନିଯୁକ୍ତି କରିବା ଲାଗି ସୁପ୍ରିମ୍କୋର୍ଟ ଦେଇଥିବା ୧୦ ଦିନ ସମୟ ଆଜି ସରୁଛି। ଏଣୁ […]
ଆନ୍ଧ୍ରପ୍ରଦେଶ : ଓ୍ୱାଇଏସ୍ଆର କଂଗ୍ରେସ ନେତା ତଥା ଦଳ ସଭାପତି ଜଗନମୋହନ ରେଡ୍ଡିଙ୍କ ଦାଦା ଓ୍ୱାଇଏସ୍ ବିବେକାନନ୍ଦ ରେଡ୍ଡିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଣୁ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଜଗନମୋହନ। ଆଜି ହାଇଦ୍ରାବାଦରେ ରାଜ୍ୟପାଳଙ୍କୁ ଭେଟି ଏନେଇ ଦାବି କରିଛନ୍ତି। ଏହାସହ ସେ ହତ୍ୟା ପାଇଁ ଟିଡିପିକୁ ଦୋଷ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲା ପୁଲିବେନ୍ଦୁଲା ବାସଭବନରେ ବିବେକାନନ୍ଦଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘଟଣାର ତଦନ୍ତ ଲାଗି ଏସ୍ଆଇଟି […]
ନୂଆ ଦିଲ୍ଲୀ: ବାମ ଗଡ଼ରେ ଉଡ଼ିଲା ଗେରୁଆ ଝଣ୍ଡା। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି। ୨୦୧୩ରେ ଏଠାରେ ଗୋଟିଏ ବି ଆସନ ଜିତିପାରି ନଥିବା ଗେରୁଆ ଦଳ ଏଥର ୨୫ ବର୍ଷର ବାମପନ୍ଥୀ ମେଣ୍ଟ ସରକାରର ପତନ ଘଟାଇବାରେ ସକ୍ଷମ ହୋଇଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାର ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ବିଜେପି ଓ ଏହାର ସହଯୋଗୀ ଇଣ୍ଡିଜିନିୟସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା(IPFT)। ଗତଥର ୧୦ଟି ଆସନ […]
ଭୁବନେଶ୍ୱର : ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ଚିନ୍ତା। ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ ସେଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଶ୍ନପତ୍ର ଯଦି ଭାଇରାଲ ହୁଏ ପୋଲିସରେ ଅଭିଯୋଗ ହେବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CHSE ଅଧ୍ୟକ୍ଷ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେହିଭଳି ପରୀକ୍ଷା କେନ୍ଦ୍ରକୁ କେବଳ ସୁପରିଣ୍ଟେଣ୍ଡେଣ୍ଟ୍ ହିଁ ମୋବାଇଲ ନେଇପାରିବେ। କପି ଚେକିଂ ପାଇଁ […]
ଢେଙ୍କାନାଳ: ଢେଙ୍କାନାଳରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ନେଇ ଚର୍ଚ୍ଚା। ଆଜି ଥିବା ଗଣିତ ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ରେ ବୁଲିବା ସୂଚନା ମିଳିଛି। ପରୀକ୍ଷା ୯ଟା୩୦ରେ ଆରମ୍ଭ ହୋଇଥିଲା। ତେବେ ୯ଟା୫୪ରେ ଭାଇରାଲ୍ ହୋଇଥିବା ଚର୍ଚା ହେଉଛି। ଓଡ଼ାପଡ଼ା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ଭାଇରାଲ୍ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖନୀୟ ଯେ ,ପୂର୍ବରୁ ଓଡ଼ିଆ, ଇଂରାଜୀ ପ୍ରଶ୍ନପତ୍ର ମଧ୍ୟ ଭାଇରାଲ୍ ହୋଇଥିଲା।
କଟକ : ପୁଣି ଅଜଣା ଯନ୍ତୁର ଆତଙ୍କ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଗସରପୁର ଗାଁରେ ମେଣ୍ଢା ମଡ଼କ । ଗତକାଲି ରାତିରେ ସେହି ଗାଁର ମାତାଜି ମହାନ୍ତିଙ୍କ ଗୁହାଳରେ ଅଜଣା ଯନ୍ତୁ ପଶି ଗୋଟେ ମେଣ୍ଢାକୁ ମାରିଦେଇଥିବା ବେଳେ ଆଉ ଗୋଟେ ମେଣ୍ଢା ଆହତ ହୋଇଛି। ତେବେ ଏହି ଅଞ୍ଚଳରେ ମେଣ୍ଢା ପାଳକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିବା ବେଳେ ଘଟଣାର ତଦନ୍ତ ଦାବି ହୋଇଛି।
ଅନୁଗୁଳ : ଜଣେ ବ୍ୟକ୍ତି ସ୍କୁଲରେ ତାଲା ପକାଇବାରୁ ରାସ୍ତାରେ ପଢିଲେ ଛାତ୍ରଛାତ୍ରୀ। ଏ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ସାନରୋହିଲା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ। ନିଜର ଜମି ଥିବା ଦର୍ଶାଇ ସେହି ଗ୍ରାମର ଜଣେ ବ୍ୟକ୍ତି ସ୍କୁଲରେ ତାଲ ପକାଇଥିବା ଅଭିଯୋଗ ହୋଇଛି। ଏହାର ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଶିକ୍ଷା ଅଧିକାରୀ, ତହସିଲଦାର ଏବଂ ଥାନା ଅଧିକାରୀ ଜମି ଚିହ୍ନଟ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା […]
ବଲାଙ୍ଗିର : ବଲାଙ୍ଗିର ବେଲପଡ଼ା ନିକଟ ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ଅଭିଯୋଗ। ସଂଘବଦ୍ଧ ଭାବେ କିଛି ଲୋକ ଚୋରି କରି କେଉଁଆଡେ ଫେରାର ହୋଇଯାଇଛନ୍ତି।ଏହି ବିସ୍ଫୋରକ ଚୋରି ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପାଟଣାଗଡ଼ SDPO ଓ ବେଲପଡ଼ା IIC ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ୨୦ରୁ ୨୫ ସନ୍ଦିଗ୍ଧ ବ୍ୟକ୍ତି ଗୋଦାମରେ ଚଢ଼ାଉ କରିଥିଲେ। ଏଥି ସହିତ ଗୋଦାମର ୪ କର୍ମଚାରୀଙ୍କୁ ମାଡ଼ ମାରି ସିସିଟିଭି ଭାଙ୍ଗିଦେଇଥିଲେ। ପରେ […]
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ। ନିରଞ୍ଜନ ପୂଜାରୀ ହେଲେ ଜଳ ସଂପଦ ମନ୍ତ୍ରୀ। ସେହିଭଳି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ ଯାଇଛି। ପୂର୍ତ୍ତ, ଜଳ ସଂପଦ ବିଭାଗ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ। ଅନେକ ଦିନରୁ ନବୀନ ପଟ୍ଟନାୟକଙ୍କ ନିକଟରେ ଜଳ ସଂପଦ, ପୂର୍ତ୍ତ ବିଭାଗ ହାତରେ ଥିଲା। ସେହିପରି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ହେଲେ ଶକ୍ତି ବିଭାଗ ମନ୍ତ୍ରୀ। ଅନନ୍ତ ଦାସଙ୍କୁ ଉଚ୍ଚ ଶିକ୍ଷା ସହ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି। ସ୍ୱାସ୍ଥ୍ୟ […]
ରାଉରକେଲା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା। ଏଭଳି ଅଭିଯୋଗ ଆସିଛି ରାଉରକେଲା କୁଆଁରମୁଣ୍ଡାର ଲତାଖଣ୍ଡି ଗାଁରୁ। ମୃତକ ହେଲେ ଯଶୋଦା ସିଂ। ଗାଁଲୋକଙ୍କ ମାଡରେ ଯଶୋଦାଙ୍କ ସ୍ୱାମୀ ଓ ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଡାହାଣୀ ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ କିଛି ଗ୍ରାମବାସୀ ସଂଘବଦ୍ଧ ଭାବେ ଏହି ଆକ୍ରମଣ କରିଥିବା […]