ଭୁବନେଶ୍ୱର: ଟିଟିଲାଗଡ଼ ଷ୍ଟେସନରୁ ବିନା ଇଞ୍ଜିନରେ ୨୨ଟି ବଗି ୧୫ କିଲୋମିଟର ଗଡ଼ିଯିବା ଘଟଣାରେ ଚାଲିଛି ରେଲୱେର ତନାଘନା। ଏଭଳି ତ୍ରୁଟି କେଉଁଠି ରହିଲା ଏବଂ ଏହା ପଛରେ କିଏ ଦାୟୀ ସେ ନେଇ ତର୍ଜମା କରୁଛନ୍ତି ରେଲୱେର ବରିଷ୍ଠ ଅଧିକାରୀ। ଘଟଣା ପାଇଁ ବର୍ତ୍ତମାନ ସୁଦ୍ଧା ୨ ଜଣ ଇଞ୍ଜିନ୍ ଡ୍ରାଇଭରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ଏଭଳି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ଶହ […]
କେସିଙ୍ଗା: ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (୧୮୪୦୬)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଶହ ଶହ ଯାତ୍ରୀ। ଗତ ରାତି ପ୍ରାୟ ୧୦ଟା ୫ ମିନିଟ୍ରେ ଟିଟିଲାଗଡ଼ ଷ୍ଟେସନ୍ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ର ଇଞ୍ଜିନ ବଦଳ ହୋଇଥିଲା। ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା। ବଗି ଗୁଡିକରେ କେତେ ଯାତ୍ରୀ ଥିଲେ, ସେନେଇ ସଠିକ୍ ସୂଚନା ନାହିଁ। […]