ରାଉରକେଲା : ରାଉରକେଲା NIT ଲ୍ୟାବ୍ରେ ଅଗ୍ନିକାଣ୍ଡ। କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଲ୍ୟାବ୍ରେ ଆଜି ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏସି ସଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଲ୍ୟାବ୍ ହଲ୍ ଓ ଆଖପାଖ ରୁମ୍ରେ ଧୂଆଁ ଭରି ହୋଇଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଖବର ପାଇବା ପରେ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା। ଏହି ଅଗ୍ନିକାଣ୍ଡ ପରେ ଏନ୍ଆଇଟି […]