ଭୁବନେଶ୍ୱର : ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଏଇ ସୂଚନା ପରେ ଦ୍ୱନ୍ଦ୍ୱ ଓ ଆଶଙ୍କାରରେ ଛାତ୍ରଛାତ୍ରୀ, ଅଭିଭାବକ।କାରଣ ଏହା ଭିତରେ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଲାଣି। ତେଣୁ ହଠାତ୍ ନୂଆ ଢାଞ୍ଚାରେ ଛାତ୍ରଛାତ୍ରୀ କିପରି ନିଜକୁ ପ୍ରସ୍ତୁତ କରିବେ, ନମୁନା ପ୍ରଶ୍ନପତ୍ର ପିଲାଙ୍କ ପାଖକୁ କେବେ ଆସିବ ତାହାହିଁ ବଡ଼ପ୍ରଶ୍ନ। ହେଲେ ସରକାରଙ୍କ ଯୁକ୍ତି, ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର […]