• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kalabaisakhi
କାଳବୈଶାଖୀ ସମ୍ଭାବନା; ଘଡଘଡି ସହ ହୋଇପାରେ ବର୍ଷା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୫ ଜିଲ୍ଲା- ଗଞ୍ଜାମ, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱରରେ ଅପରାହ୍ନ ୨ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି […]

usasi
ଉଷସୀଙ୍କୁ ଦୁର୍ବ୍ୟବହାର ଘଟଣାରେ ୨ ଗିରଫ

ଭୁବନେଶ୍ୱର: ଅନୁଗୁଳରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିଥିବା ସୂଚନା ମିଳିଛି। ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରାକୁ ପୋଲିସ ଗିରଫ କରିଥିଲା। ଗତ ୨୨ ତାରିଖ ରାତିରେ ଏକ ଯାତ୍ରା ପରିବେଷଣ ପାଇଁ ଉଷସୀ ଯାଇଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ହୋଇଥିଲା। ତା’ ପରଦିନ ସକାଳେ ଉଷସୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ୨୩ ତାରିଖ ରାତିରେ […]

representationl image
ପୀଡ଼ିତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଖବରରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପୀଡ଼ିତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଆଖିବୁଜିଥିଲେ ସାଲେପୁରର ପୀଡ଼ିତା। କଟକ ଏସ୍‌ସିବିର ଶିଶୁ ବିଭାଗ ଟ୍ରମା ICUରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଏସ୍‌ସିବିର ୧୩ ଜଣିଆ […]

heat wave
୫ ରୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଛି। ତଥାପି ଗତକାଲି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଟିଟିଲାଗଡ, ମାଲକାନଗିରି ଓ ସୋନପୁରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମେ ୪ ତାରିଖ ଯାଏଁ ତାତିରେ ସାମାନ୍ୟ ହ୍ରାସ ହେବ। ୫ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ। ସେପଟେ କାଳବୈଶାଖୀ ବର୍ଷା ଯୋଗୁଁ ଗତକାଲି […]

minor girl rape
୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି।  ଘରେ କେହି ନଥିବାର ସୁଯୋଗ ନେଇ ୪ ବର୍ଷର ନାବାଳିକାକୁ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପର୍କୀୟ ବଡ଼ବାପା ଗାଁକୁ ବୁଲାଇ ନେବାକୁ କହି ବାଉଁଶ ବଣରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ଗତ ୨୪ ତାରିଖ ଦିନ ଘଟିଥିଲେ ମଧ୍ୟ ଆପୋଷ ବୁଝାମଣା […]

governor
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ: ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।  ଅପରାହ୍ନ ପ୍ରାୟ ୫ଟା ୫୫ମିନିଟରେ ରାଜ୍ୟପାଳ ରାଜଭବନରୁ ବାହାରି ସିଂହଦ୍ୱାର ଚକଡାରେ ପହଞ୍ଚିଥିଲେ। ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ରାଜ୍ୟପାଳ ପ୍ରଭୁଙ୍କ ଆଶିଷ ଭିକ୍ଷା କରି ଫେରିଆସିଥିଲେ।

huka bar
ହୁକା ବାର୍ ଉପରେ କମିଶନ୍‌ରେଟ୍‌ ପୋଲିସର ଚଢାଉ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୁକା ବାର୍ ଉପରେ ଚଢ଼ାଉ। ନୟାପଲ୍ଲୀ ଅଞ୍ଚଳରେ ଏହି ହୁକା ବାର ଥିବାବେଳେ ଆଜି କମିଶନ୍‌ରେଟ୍ ପୋଲିସ ତରଫରୁ ଅଚାନକ ଚଢାଉ କରାଯାଇଥିଲା। ବେଆଇନ୍ ଭାବେ ହୁକା ବାର୍ ଚାଲୁଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା କୁହାଯାଉଛି। ଚଢାଉ ସମୟରେ ୨ଟି ହୁକା ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ସେପଟେ ଅଭିଯୋଗକୁ ହୋଟେଲ ପକ୍ଷରୁ ଖଣ୍ଡନ କରାଯାଇଛି ।

car
କାର୍ ପାର୍କିଂ କରୁଥିବା ବେଳେ ପଡ଼ିଗଲା ଗଛ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ହାତୀବାରିରେ ଅଭାବନୀୟ ଘଟଣା। ରବିବାର ସନ୍ଧ୍ୟାରେ କାଳ ବୈଶାଖୀ ଝଡ଼ରେ ଗଛ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ଶୂନ୍ୟନି। ସେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ସୁନ୍ଦରଗଡ଼ରୁ ଫେରି ହାତୀବାରି ଫରେଷ୍ଟ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ଘର ପାଖରେ କାର ପାର୍କିଂ କରୁଥିଲେ। ଏତିକି ବେଳେ ଏକ ଗଛ ଭାଙ୍ଗି ଯାଇ ତାଙ୍କ ଉପରେ […]

  • Saturday, 17 July 2021
mahandi
ମହାନଦୀ ପାଇଁ ବିଜେଡିର ଯୁଦ୍ଧଂ ଦେହି ଡାକରା

ଭୁବନେଶ୍ୱର : କଲ୍‌ମା ବ୍ୟାରେଜର ପ୍ରାୟ ସବୁ ଗେଟ୍ ବନ୍ଦ। ହୀରାକୁଦ ଜଳଭଣ୍ଡାରକୁ କମୁଛି ଜଳପ୍ରବାହ। ଶୁଖିଲା ପଡ଼ିଛି ନଦୀର ତଳମୁଣ୍ଡ। ସବୁଠି ପାଣି ସମସ୍ୟା। ଆଉ ଏହି ପ୍ରସଙ୍ଗରୁ ଭରପୂର ରାଜନୈତିକ ଫାଇଦା ନେବା ଚକ୍କରରେ ବିଜେଡି। ମହାନଦୀ ଡଙ୍ଗାରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରସ୍ତୁତ ହେଉଛି ରୋଡ ମ୍ୟାପ୍। ଯୋଜନା ଅନୁଯାୟୀ, ମେ ମାସରେ ମହାନଦୀ ପାଇଁ ମହାସଂଗ୍ରାମ ଆରମ୍ଭ କରିବ ବିଜେଡି। ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ଘନଘନ ବୈଠକ ହେଉଥିବା […]

  • Saturday, 17 July 2021
thunderstorm
୧୫ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୧୫ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଅନୁଗୋଳ, ରାୟଗଡ଼ା, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ବର୍ଷା ବେଳେ ୫୦ରୁ ୬୦ କିମି ବେଗରେ ପବନ ବହିବ। ଏହାସହ କୁଆପଥର ମାଡ଼ […]

  • Saturday, 17 July 2021
rahul
ଦିଲ୍ଲୀରେ କଂଗ୍ରେସର ଜନ ଆକ୍ରୋଶ ରାଲି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ଜନ ଆକ୍ରୋଶ ରାଲି। ରାମଲୀଳା ମୈଦାନରେ ଜନ ସାଧାରଣଙ୍କୁ ଉଦ୍‌ବୋଧନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିକାଶ ପାଇଁ ୬୦ ମାସ ମାଗିଥିଲେ। କିନ୍ତୁ ନିଜ ସମସ୍ତ ପ୍ରତିଶୃତି ପାଳନ କରିବାରେ ମୋଦି ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶର ଆଇନ ପରିସ୍ଥିତି ବିଗିଡ଼ିଛି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି, […]

punjilal
ତଥ୍ୟ ଯୋଗାଡ଼ ଲାଗି ପୋଲିସ ନେବ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା

ଭୁବନେଶ୍ୱର/ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେବ କ୍ରାଇମ୍‌ବ୍ରାଞ୍ଚ। ପୁଞ୍ଜିଲାଲ୍ ବିରୋଧରେ ତଥ୍ୟ ଯୋଗାଡ଼ ଲାଗି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଜବତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ସାଇଣ୍ଟିଫିକ୍ ସଂସ୍ଥାକୁ ପଠାଯିବ। ଜବତ ଚିଠିକୁ ଗାନ୍ଧିନଗର ସ୍ଥିତ ସାଇଣ୍ଟିଫିକ୍ ଲାବ୍‌କୁ ପଠାଯିବ। ଚିଠିକୁ ପୁଞ୍ଜିଲାଲ୍ ଲାପ୍‌ଟପ୍‌ରୁ ଉଡ଼ାଇ ଦେଇଥିବାରୁ ରିଟ୍ରାଇଭ୍ ଲାଗି ପଠାଯାଇଛି। DTDC କୋରିୟର ସଂସ୍ଥାର CCTVରେ ପୁଞ୍ଜିଲାଲ୍‌ର […]

usasi
ପୋଲିସ ଡିଜିଙ୍କୁ ଭେଟିଲେ ଉଷସୀ ମିଶ୍ର

ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର। ଅନୁଗୁଳରେ ତାଙ୍କୁ ଯେଉଁ ଦୁର୍ବ୍ୟବହାର କରାଯାଇଥିଲା, ୭ ଦିନ ପରେ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ସେ କହିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।  ସିନେ କ୍ରିଟିକ୍ସ୍‌ ଆସୋସିଏସନ୍‌ର କର୍ମକର୍ତ୍ତା ମଧ୍ୟ ଉଷସୀଙ୍କ ସହିତ ଯାଇ ଡିଜିପିଙ୍କୁ ଭେଟିଛନ୍ତି। ଗତ ୨୨ ତାରିଖରେ ଅନୁଗୁଳ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା […]

soro police station
ପ୍ରେମରେ ବିଫଳ ହେବାରୁ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ସୋର: ରାଜ୍ୟରେ ଥମିବାର ନାଁ ନେଉନି ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା। ବାଲେଶ୍ୱର ସୋରରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସୋର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ସିମୁଳିଆ ଅଞ୍ଚଳର ଜଣେ ଯୁବକ ସୋରର ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ ତେବେ ଏଥିରେ ବିଫଳ ହେବାରୁ ନାବାଳିକାଙ୍କୁ ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଏହି […]

kedarnath temple
ଖୋଲିଲା କେଦାରନାଥ ଧାମ

ଉତ୍ତରାଖଣ୍ଡ: ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ୍। ୬ମାସ ପରେ ଆଜି ସକାଳ ୪ଟାରେ କୋଦାରନାଥ ମନ୍ଦିର କବାଟ ଖୋଲିଛନ୍ତି ପୂଜାରୀ। ସକାଳ ପ୍ରାୟ ୪ଟାରୁ କବାଟ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳେ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବା ପରେ ସମସ୍ତ ପୂଜାବିଧି କରାଯାଇଥିଲା। ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମ୍ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ଲେଜର ସୋ’ ରେ ଝଲସିବ କେଦାରନାଥ ଧାମ୍।  ଏହି […]

eci
ଭୋଟ୍ ଗଣତି ପ୍ରକ୍ରିୟାରେ ହେବ ନାହିଁ କୌଣସି ପରିବର୍ତ୍ତନ

ନୂଆଦିଲ୍ଲୀ : ଭୋଟ୍ ଗଣତି ପ୍ରକ୍ରିୟାରେ ହେବ ନାହିଁ କୌଣସି ପରିବର୍ତ୍ତନ। ବିରୋଧୀ ଦଳର ଆବେଦନକୁ ଖାରଜ କରି ଆଜି ଏହା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ। ଗଣତି ପୂର୍ବରୁ ଇଭିଏମ ସହ ଭିଭିପାଟକୁ ମେଳ କରିବାକୁ ଦାବି କରି ଗତକାଲି ୨୧ଟି ବିରୋଧୀ ଦଳର ସଦସ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଥମେ ଇଭିଏମ୍ ସହ ଭିଭିପାଟ୍ ଗଣତି ମେଳ କରିବାକୁ ବିରୋଧୀ ଦାବି କରିଥିଲେ। ଯେଉଁଠି ଇଭିଏମ ଓ ଭିଭିପାଟ ମଧ୍ୟରେ ସଂଖ୍ୟା ମେଳ […]

  • Saturday, 17 July 2021
adr
ବିଜେଡିକୁ ମିଳିଛି ସର୍ବାଧିକ ନିର୍ବାଚନୀ ଚାନ୍ଦା

ଭୁବନେଶ୍ୱର  : ଦେଶର ୪୮ଟି ଆଞ୍ଚଳିକ ଦଳକୁ ପଛରେ ପକାଇ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବାଧିକ ନିର୍ବାଚନୀ ଚାନ୍ଦା ପାଇଛି। ବିଜେଡିକୁ ସର୍ବାଧିକ ୧୩.୦୪ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଦ୍ୱିତୀୟ ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳ ଭାବେ ଜେଡିୟୁକୁ ୧୧.୧୯କୋଟି ଓ ୱାଇଏସଆର କଂଗ୍ରେସକୁ ୮.୩୫ କୋଟି ଟଙ୍କା ମିଳିଛି। ତେବେ ଆଶ୍ଚର୍ଯ୍ୟର କଥା ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେଡିକୁ ଟଙ୍କାଟିଏ ବି ଦାନ ମିଳିନଥିବାବେଳେ ୨୦୧୭-୧୮ ବର୍ଷରେ ୨ଟି ସଂସ୍ଥା ( […]

  • Saturday, 17 July 2021
pm modi
ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍‌ରେ ଯୋଗଦେବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ୪୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଲେଜ୍ ଛାତ୍ରଛାତ୍ରୀ, NCC କ୍ୟାଡେରଙ୍କୁ ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍‌ରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ମୋଦି। ଦେଶ, ଜାତି ଏବଂ ସମାଜ ପାଇଁ ଏହି ଅବସରରେ କିଛି କରିବା ସମୟ ବୋଲି ସେ କହିଛନ୍ତି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ସଫତଳତାକୁ ପ୍ରଂଶସା କରିଛନ୍ତି ମୋଦି। ରାଜ୍ୟଗୋଷ୍ଠୀରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି […]