ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓ ଭାରତ ସମ୍ପର୍କକୁ ନେଇ ଜାକର୍ତ୍ତାରେ ପ୍ରସିଦ୍ଧ କଟକ ବାଲିଯାତ୍ରାର ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାକର୍ତ୍ତାରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମୋଦି ଦୁଇ ଦେଶର ପୁରୁଣା ସମ୍ପର୍କକୁ ତାଜା କରି ଦେଇଥିଲେ । ହଜାରେ ବର୍ଷ ଧରି ଦୁଇ ଦେଶ ମଧ୍ୟରେ କିଭଳି ସାଂସ୍କୃତିକ ଓ ବାଣିଜ୍ୟକ ସମ୍ପର୍କ ରହି ଆସିଛି ତାର ଉଦାହରଣ ଦେବାକୁ ଯାଇ ଓଡ଼ିଶାର ବୋଇତ ବନ୍ଦାଣ ବା ବାଲିଯାତ୍ରା ଉତ୍ସବ ଓ କଟକ […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନେଇ ହଲ୍ଚଲ୍ ଦେଶର ରାଜନୀତି। ଆସନ୍ତା ୭ ତରିଖରେ ନାଗପୁର ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବା ଲାଗି ପ୍ରଣବ ରାଜି ହେବା ପରେ ସୃଷ୍ଟି ହୋଇଛି ଭ୍ରୁକୁଞ୍ଚନ। କଂଗ୍ରେସିଆ ଛବିକୁ ପଛରେ ପକାଇ ସେ ଏକ ନୂଆ ଅବତାର ନେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ପରୋକ୍ଷ ପୃଷ୍ଠଭୂମିରେ ରହି ସେ ହିଁ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ଛାଡ଼ି ଅନ୍ୟ ଦଳଙ୍କ ସହାୟତାରେ ତୃତୀୟ ସାମ୍ମୁଖ୍ୟ […]
ଭୁବନେଶ୍ୱର: ୨ ପ୍ରତିଶତ ଦରମା ବୃଦ୍ଧିର ପ୍ରତିବାଦରେ ଦୁଇ ଦିନିଆ ଧର୍ମଘଟରେ ବସିଛନ୍ତି ବ୍ୟାଙ୍କ କର୍ମଚାରୀ। ୪୮ ଘଣ୍ଟିଆ ଆନ୍ଦୋଳନକୁ ଓହ୍ଲାଇଛି ବ୍ୟାଙ୍କ କର୍ମଚାରୀଙ୍କ ସାମଗ୍ରିକ ସଂଗଠନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କିଂ ୟୁନିଅନ୍ UFBU। ଫଳରେ ଆଜି ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ କାରବାର ଏକଦମ୍ ବନ୍ଦ ହୋଇଯାଇଛି। ମାସର ଶେଷ ସମୟ ହୋଇଥିବାରୁ ଦରମା ଓ ଅନ୍ୟାନ୍ୟ ସେବା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ୯ଟି ବ୍ୟାଙ୍କ୍ ୟୁନିଅନ୍ ଆନ୍ଦୋଳନକୁ ନ୍ୟାୟ ସଙ୍ଗତ କହି […]
ଭୁବନେଶ୍ୱର: ମହାନଦୀ ବିବାଦର ସମାଧାନ ନେଇ ଟ୍ରିବ୍ୟୁନାଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ପକ୍ଷରୁ ବୁଧବାର ୫ଟି ରାଜ୍ୟକୁ ନୋଟିସ୍ ଜାରି କରାଯାଇଛି। ଏହି ରାଜ୍ୟଗୁଡ଼ିକ ସେମାନଙ୍କ ପ୍ରତିନିଧି ପଠାଇବାକୁ ନିର୍ଦ୍ଦେଶ ଦେଇଛି ଟ୍ରିବ୍ୟୁନାଲ। ଆସନ୍ତା ୬ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସେମାନଙ୍କ ପ୍ରତିନିଧିଙ୍କ ନାଁ ଟ୍ରିବ୍ୟୁନାଲ ପାଖକୁ ପଠାଇବାକୁ ନୋଟିସ୍ରେ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ଭିତରେ ଯଦି କୌଣସି ରାଜ୍ୟ ପ୍ରତିନିଧି […]
ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ୨୭,୮୬,୩୪୯ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍ର ହିସାବରେ ଆସନ୍ତୁ ଜାଣିବା ଟଙ୍କାଟିଏ ଆସିବ କେଉଁଠୁ ଓ ଯିବ କୁଆଡ଼େ ଟଙ୍କାଟିଏ ଆସିବ କେଉଁଠୁ (ପଇସାରେ) ୧: ଋଣ ଓ ଅନ୍ୟାନ୍ୟ ଖର୍ଚ୍ଚ-୨୦ ୨: କର୍ପୋରେଟ ଟିକସ-୨୧ ୩: ଆୟକର-୧୬ ୪: ସୀମା ଶୁଳ୍କ-୪ ୫: କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୮ ୬: ଜିଏସ୍ଟି ଓ ଅନ୍ୟାନ୍ୟ […]
ନୟାଗଡ଼: ବିବାହ ପରେ କନ୍ୟା ଘରକୁ ଭାର ନେଇ ଯାଉଥିବା ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିନି ଟ୍ରକଟି ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ନୂଆଗାଁ ଟୁକେଇନାଳ ବ୍ରିଜ ତଳକୁ ଖସି ପଡ଼ିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମିନିଟ୍ରକଟି ଗେଣ୍ଡାଳି ଗାଁରୁ ନୂଆଗାଁ ପଞ୍ଚାୟତ ଶିଖରପୁର ଗାଁକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଟ୍ରକରେ ପ୍ରାୟ ୪୦ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ […]
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁରେ ଏବର୍ଷ କେତେ ପରିମାଣରେ ବର୍ଷା ହେବ ସେ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଗକୁ ମୌସୁମୀ ବାୟୁ ସ୍ୱାଭାବିକ ରହିବା ସହ ସାରା ଦେଶରେ ୯୭ ପ୍ରତିଶତ ବର୍ଷା ହେବ ବୋଲି ପୂର୍ବାନୁମାନରୁ ଜଣାପଡ଼ିଛି। ସେହିପରି ଆଞ୍ଚଳିକ ଭିତ୍ତିରେ ଆଭ୍ୟନ୍ତରୀଣ ଭାରତରେ ୯୯ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ହେଲେ ଉତ୍ତର-ପଶ୍ଚିମ ଭାରତରେ ଶହେ ପ୍ରତିଶତ ବର୍ଷା ସମ୍ଭାବନା ଥିବାର ଜଣା ପଡ଼ିଛି। ସେହିଭଳି ଉତ୍ତର-ପୂର୍ବ […]
ଆଗ୍ରା: ଏଠାରେ ଆଜି ଏମିତି ଏକ ଘଟଣା ଘଟିଛି ଯାହା ସହଜରେ ବିଶ୍ୱାସ ହେବ ନାହିଁ। କିନ୍ତୁ ଘଟଣାଟି ସତ। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ବ୍ୟବସାୟୀଙ୍କଠାରୁ ମାଙ୍କଡ଼ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଛି। ଏହି ଘଟଣା ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖବର ମୁତାବକ, ବିଜୟ ବଂଶଲ ନାମକ ଗହଣା ବ୍ୟବସାୟୀ ଆଜି ପ୍ରାୟ ଦିନ ସାଢ଼େ ୧୦ଟା ବେଳେ ତାଙ୍କ ଝିଅ ନାନ୍ସି ସହ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କକୁ […]
ପୁରୀ: ଶ୍ରୀମନ୍ଦିର ପରିସରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ରହିବାର ବ୍ୟବସ୍ଥା ହେବ। ଭିନ୍ନକ୍ଷମ ଭକ୍ତମାନେ କିପରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ସ୍ଥିତିକୁ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହାଛଡ଼ା ରୋଷଶାଳା ଏବଂ ଆନନ୍ଦ ବଜାରର ଉନ୍ନତିକରଣ କରାଯିବ। ସେହିପରି ଶ୍ରୀମନ୍ଦିର ବାହାରେ ପରିସ୍ରାଗାରର ବ୍ୟବସ୍ଥା […]
ଭୁବନେଶ୍ୱର; ମହାନଦୀ ପ୍ରସଙ୍ଗରେ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି। ମହାନଦୀ ଜଳକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ପରେ ବିଜେଡି ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରମଣ ସିଂହଙ୍କ ଉପରେ ବର୍ଷିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। ରମଣ ସିଂହ ବିନାଶକାରୀ ବିବୃତି ଦେଇଛନ୍ତି। ଏହା କେବଳ ଦୁଃଖଦାୟକ ନୁହେଁ, ସଂଘୀୟ ବ୍ୟବସ୍ଥା ଓ ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ ବୋଲି […]
ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡର ହେବ ନବକଳେବର। ଏନେଇ ସଚିବାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବରମୁଣ୍ଡାରେ ହେବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ। ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜିନାମା ସ୍ୱାକ୍ଷରିତ ହେବ। ୧୫ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ନିର୍ମାଣ ପାଇଁ ୧୮୫ କୋଟି ଟଙ୍କାର ବ୍ୟୟବରାଦ ନେଇ ବୈଠକ ପରେ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର।
ବାରିପଦା : ମୟୂରଭଞ୍ଜ ବାରିପଦାରେ ଛାତ୍ର ନେତାଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ଉଠ୍ବସ୍ କରାଇବା ଅଭିଯୋଗ ଘଟଣାରେ ତାତିଲେ ଛାତ୍ର। ଅରୁଣଙ୍କ କୁଶପୁତ୍ତଳିକା ଦାହ ସହ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି କଂଗ୍ରେସ ଓ ଏବିଭିପିର ଛାତ୍ର ନେତା। ତୁରନ୍ତ ଅରୁଣ ସାହୁ ମୟୂରଭଞ୍ଜବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କର୍ମୀମାନେ ଅଭିନବ ଉପାୟରେ ଉଠାବସା ହୋଇ ପ୍ରତିବାଦ ଜଣାଇଥିଲେ। ୭ ଦିନ ମଧ୍ୟରେ ଅରୁଣଙ୍କୁ […]
ମୟୂରଭଞ୍ଜ : ଲାଂଚ ନଦେବାରୁ ଅଟୋ ଚାଳକଙ୍କୁ ହୋମଗାର୍ଡଙ୍କ ମାଡ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଂଚଳରେ ଏଭଳି ଘଟଣା ସାମନାକୁ ଆସିଛି। ଅଭିଯୋଗ ଅନୁସାରେ ଗୟଳମରା ଗାଁର ଅଜିତ ଦାସ ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଅଟୋ ଧରି ଏକ ବସକୁ ଅପେକ୍ଷା କରିଥିଲ। ଏହି ସମୟରେ ଡ୍ୟୁଟିରେ ଥିବା ଖୁଂଟା ଥାନା ହୋମଗାର୍ଡ ସନ୍ତୋଷ ମହାପାତ୍ର ତାଙ୍କୁ ଟଙ୍କା ମାଗିଥିଲେ। ତେବେ ଅଜିତ ତାଙ୍କୁ ଟଙ୍କା ନଦେବାରୁ ସନ୍ତୋଷ ତାଙ୍କୁ ଗାଳି କରିଥିଲେ। […]
ଭୁବନେଶ୍ୱର : ମୋଦି ସରକାରଙ୍କର ୨ୟ ପାଳିରେ ଅର୍ଥମନ୍ତ୍ରୀ ସୀତାରମଣ ଯେଉଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ତାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତୀବ୍ର ସମାଲୋଚନା କରିଛି। ଏଥିରେ ମୋଦି ସରକାର ପେଟ୍ରୋଲ, ଡିଜେଲ ଲିଟର ପ୍ରତି ୧ ଟଙ୍କା ଅଧିକ ସେସ୍ ଲାଗୁ କରିଛନ୍ତି। ଏହା ଫଳରେ ପ୍ରତ୍ୟେକଟି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବ। ଚାଷୀ ତା’ର ଫସଲର ଲାଭଜନକ ମୂଲ୍ୟ ପାଇବା କ୍ଷେତ୍ରରେ ବଜେଟ୍ ନିରବ। ଯୁବକମାନଙ୍କୁ ନିଯୁକ୍ତି ମିଳିବା କ୍ଷେତ୍ରରେ କୌଣସି […]
ଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ ଘଟଣାରେ ଏବି ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା। ଏହାପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ରାତିରେ ପ୍ରାୟ ୮୦ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ କରାଯାଇଥିଲା। ତେବେ ଦୀର୍ଘ ୧୫ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ […]
ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବଙ୍କ ଶୋକ ପ୍ରକାଶ। ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁଅ ତଥା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପିର ବରିଷ୍ଠ ନେତା ରାମ ମାଧବ। ନିକଟରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବଙ୍କ ମାଆଙ୍କ ପରଲୋକ ହୋଇଯାଇଛି। ନିଜ ମାଆଙ୍କ ଦଶାହକ୍ରିୟା ସାରି ଓଡ଼ିଶା ଆସି […]
ନୂଆଦିଲ୍ଲୀ : ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଜାକର୍ତ୍ତାରେ ବସବାସ କରୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ଇଣ୍ଡୋନେସିଆ ସିଇଓ ଫୋରମରେ ଉଭୟ ଦେଶର ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଆଜି ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ବଙ୍ଗୋପ ସାଗରରେ ପୂର୍ବ-କେନ୍ଦ୍ରାଞ୍ଚଳ ଓ ଏହାର ସଂଲଗ୍ନ ଉତ୍ତର-ପୂର୍ବରେ ୱେଲମାର୍କ ଲୋ ପ୍ରେସର ଘନୀଭୂତ ହୋଇ ଡିପ୍ରେସନ୍ରେ ପରିଣତ ହୋଇଛି। ଏହି ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତର-ଉତ୍ତରପୂର୍ବକୁ ଗତି କରି ମିଆଁମାର ଓ ବାଂଲାଦେଶ ଉପକୂଳକୁ ଅତିକ୍ରମ କରିବ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।