ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ କେଉଁଠୁ ଲଢ଼ିବେ ମୋଦି? ପୁରୀ ନା ଅନ୍ୟ କେଉଁଠୁ…ବର୍ତ୍ତମାନ ସୁଦ୍ଧା ତାହା କିଛି ବି ସ୍ପଷ୍ଟ ଜଣାପଡ଼ିନି। ତେବେ ଏହା ଭିତରେ ମୋଦି ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ମୋଦି କେଉଁଠୁ ନିର୍ବାଚନ ଲଢ଼ିବେ ସେନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ‘ବର୍ତ୍ତମାନ ଯାଏ ସାଧାରଣ ନିର୍ବାଚନରେ କିଏ କେଉଁଠୁ ପ୍ରାର୍ଥୀ ହେବ ସେ ନେଇ […]
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଝଡ଼ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ମଧ୍ୟ ଅଛି। ଏଥିପାଇଁ ୫ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବଲାଙ୍ଗିର। ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ […]
ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। Results of Class 12 CBSE Exams declared. Can be accessed now through following modes: (On account of too many people accessing these sites initially, some of these sites may take time to respond. Kindly be patient) pic.twitter.com/po4Kx4lk43 — […]
ସମ୍ବଲପୁର: ଆଜିଠାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେରେ ଥିବା ୩ଟି ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଆରମ୍ଭ ହୋଇଛି। ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ପକ୍ଷରୁ ସୁନ୍ଦରଗଡ଼ର ମସନିକାନି, ସମ୍ବଲପୁରର ରେଙ୍ଗାଲି ଓ ରାଜଗାଙ୍ଗପୁରର ଲାଇଙ୍ଗରେ ଥିବା ତିନିଟି ଯାକ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଚାଲିଛି। ଏହାକୁ ବିଭିନ୍ନ ଓକିଲ ସଂଘ ଓ ସାଧାରଣ ଲୋକେ ମଧ୍ୟ ସମର୍ଥନ କରୁଛନ୍ତି। ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଏହି ଆନ୍ଦୋଳନ ହେଉଛି । ଟୋଲ୍ ପ୍ଲାଜାରେ ସ୍ଥାନୀୟ ଅଞ୍ଚଳର ଚାରି […]
ପୁରୀ: ପୁରୀ ଜିଲ୍ଲା ପିପିଲିରେ ପୋଲିସର ଏନ୍କାଉଣ୍ଟର। କଣ୍ଟେଇ ନିଜିଗଡ଼ ନିକଟରେ ଏନ୍କାଉଣ୍ଟରରେ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ସର୍ବେଶ୍ୱରର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବତନ ମହିଳା କାଉନସିଲର ସତ୍ୟଭାମା ବେହେରାଙ୍କୁ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତି ସହ ସର୍ବେଶ୍ୱର ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି । ସର୍ବେଶ୍ୱରଙ୍କ ସହଯୋଗୀ ରାଜେଶ ପାତ୍ରକୁ ମଧ୍ୟ ପୋଲିସ […]
ସୁନ୍ଦରଗଡ଼: ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି। ଏମିତି ହଠାତ୍ ମୃତ୍ୟୁର ଶିକାର ହୋଇଛନ୍ତି ୩ଜଣ ବ୍ୟକ୍ତି। ଶୋଇଥିବା ଅବସ୍ଥାରେ ଟ୍ରକ୍ ମାଡ଼ି ଯିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ କୁତ୍ରା ବଜାର ନିକଟରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଥିବା ଜୁସ୍ ଦୋକାନ ଘରେ ୩ଜଣ ଶୋଇଥିବାବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୋକାନ ଘର ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା […]
ନୂଆଦିଲ୍ଲୀ: ଆସନ୍ତାକାଲି ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍ ଏଣିକି ସିଲିଣ୍ଡର ପିଛା ୭୩୭.୫୦ ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଏଭଳି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ୍ ସିଲିଣ୍ଡରକୁ ୪୯୪.୩୫ ଟଙ୍କାରେ […]
ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ପ୍ରଫେସର ଗଣେଶୀ ଲାଲ। ହରିୟାଣାର ବିଜେପି ନେତା ପ୍ରଫେସର ଲାଲଙ୍କୁ କେନ୍ଦ୍ର ସରକାର ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ହରିୟାଣା ସୀର୍ସା ଆସନରୁ ବିଧାୟକ ଥିଲେ। ଏଥିସହିତ ସେ ବିଜେପି ଶୃଙ୍ଖଳା କମିଟିର ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ପ୍ରକାଶ ଥାଉକି ରାଜ୍ୟପାଳ ପଦରୁ ଏସ୍.ସି ଜମିର ଅବସର ନେବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ତୁଲାଉଛନ୍ତି।
ଭୁବନେଶ୍ୱର/କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଅବସରରେ ଆସନ୍ତାକାଲି କଟକରେ ପକୁଡ଼ି ବିକିବ କଂଗ୍ରେସ। ପୂର୍ବରୁ ଯେଉଁଭଳି ଭାବେ ମୋଦି ଯୁବକଙ୍କୁ ନିଯୁକ୍ତି ବଦଳରେ ପକୁଡ଼ି ବିକିବାକୁ ପରାମର୍ଶ ଦେଇଥିଲେ, ସେହି ନ୍ୟାୟରେ ଯୁବକମାନେ ପକୁଡ଼ି ବିକିବାର ଆୟୋଜନ କରିଛନ୍ତି। ତେବେ ଏହା ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହିଭଳି ମୋଦିଙ୍କ ଗସ୍ତକୁ ବିରୋଧ କରି କଂଗ୍ରସ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ଧାରଣା […]
ଭୁବେଶ୍ୱର: କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍ କର୍ଣ୍ଣାଟକକୁ ବ୍ୟାପିଥିବା ଜଣା ପଡ଼ିବା ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗଠନ ହୋଇଛି। ନିପା ଭାଇରସ୍କୁ ନେଇ ରାଜ୍ୟରେ କ’ଣ ପଦକ୍ଷେପ ନିଆଯିବ ? କ’ଣ କରିବା ଏବଂ ନ କରିବା ଉଚିତ୍ ? ସେ ସମ୍ପର୍କରେ ଏହି ଟିମ୍ ଅନୁଧ୍ୟାନ କରୁଛି। ସମସ୍ତ […]
ଭୁବନେଶ୍ୱର: ବାଂଲାଦେଶରୁ ବେଙ୍ଗାଲୁରୁ ଭାୟା ଓଡ଼ିଶା ଦେଇ ଟ୍ରେନରେ ଚାଲାଣ ହେଉଛି ଜାଲ୍ ନୋଟ। ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କମିଶନ ନେଇ ଏଜେଣ୍ଟ ବା କ୍ୟାରିୟରମାନେ ଚାଲାଣକାରୀଙ୍କ ପାଖରୁ ଗ୍ରାହକଙ୍କ ପାଖରେ ଏହି ନୋଟ୍ ପହଞ୍ଚାଉଛନ୍ତି। ଶୁକ୍ରବାର ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଜଣେ ଯୁବକକୁ କାବୁ କରିବା ପରେ ଜାଲ୍ ନୋଟ କାରବାର ସମ୍ପର୍କରେ ସୁରାକ୍ ମିଳିଛି। ବାଂଲାଦେଶ ସୀମା ମାଲଦାରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଜାଲ୍ ନୋଟ […]
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ମୋଦି ସରକାରଙ୍କ ୪ ବର୍ଷର ଉପଲବ୍ଧି ଏବଂ ଓଡ଼ିଶା ପ୍ରତି ମୋଦିଙ୍କ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଦେଇ ସମ୍ବିତ କହିଛନ୍ତି ଯେ, ୨୦୧୪ରେ ମୋଦି ଆସିବା ପୂର୍ବରୁ ଅବିଶ୍ୱାସର ବାତାବରଣ ଥିଲା। ୪ ବର୍ଷ ମଧ୍ୟରେ ଆମେ କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଛୁ। […]
ସମ୍ବଲପୁର: ଆଞ୍ଚଳିକ କୋଇଲା ଖଣି ଭବିଷ୍ୟତ ନିଧି କାର୍ଯ୍ୟାଳୟ(ସିଏମ୍ପିଏଫ୍ଓ)ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଆଞ୍ଚଳିକ କମିଶନର ଉପେନ୍ଦ୍ର ପଣ୍ଡାଙ୍କ ନାଁରେ ଏହି ଅଭିଯୋଗ ଆସିଛି। ଅଫିସରେ କାର୍ଯ୍ୟ କରୁଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଉପେନ୍ଦ୍ରଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁ। ଏପରିକି ଘଟଣା ସମ୍ପର୍କରେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ଫଳ […]
ଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏଗ୍ଜାମିନେସନ ବା ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇଛି।। ଏଥିରେ MBA, MCA, M.TECH ଆଦି ୧୨ଟି ବିଭାଗରେ ମୋଟ ୪୨, ୨୮୮ ଜଣ ପିଲା ପରୀକ୍ଷା ଦେଇଥିଲେ । ପ୍ରକାଶିତ ପରୀକ୍ଷାଫଳରେ ମୋଟ ୪୨,୨୮୩ ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। MBAରେ ଶୁଭ୍ରଜିତ ପଣ୍ଡା ଟପ୍ପର ହୋଇଥିବା ବେଳେ MCA ରେ ବିପ୍ଳବ ସାମନ୍ତରାୟ ଟପ୍ପର ହୋଇଛନ୍ତି। ଶୁଭମ ବି.ଫାର୍ମରେ ଟପ୍ପର ହୋଇଥିବା ବେଳେ ତନୁଶ୍ରୀ ବେହେରା ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଡେରାବିଶ ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଗତ ୨୩ ତାରିଖରେ ନାବାଳିକା ଜଣକ ବାହାରେ ବୁଲୁଥିବା ବେଳେ ଟଙ୍କା ଦେବାକୁ କହି ନାବାଳିକା ସହ ତାର ଛୋଟ ଛୋଟ ଭାଇଭଉଣୀଙ୍କୁ ଅଭିଯୁକ୍ତ ଏକ ଘର ମଧ୍ୟକୁ ନେଇଯାଇଥିଲା ସେହି ଘରେ ଅନ୍ୟମାନଙ୍କୁ ବାହାରକୁ ପଠାଇ ଦେଇ ନାବାଳିକା ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଡେରାବିଶ ଥାନାରେ ମାମଲା ପରେ ଟାଙ୍ଗୀ ହଳଦିଆ ଅଞ୍ଚଳର ଜଣେ […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହ ମେଣ୍ଟ ହେବ ନାହିଁ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଉଭୟ ଦଳଠାରୁ ବିଜେଡି ସମଦୂରତ୍ୱ ରଖିବ ଓ କଂଗ୍ରେସ ସହ ମେଣ୍ଟକୁ ନେଇ ହେଉଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏଥିସହିତ ଆସନ୍ତାକାଲି ମୋଦିଙ୍କ ଗସ୍ତ ଦ୍ୱାରା ଓଡ଼ିଶାରେ ବିଜେପି ଅଧିକ ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଭାବୁ ନାହାନ୍ତି ବୋଲି ସେ କହିଛନ୍ତି।
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛି। କୁମାର ସ୍ୱାମୀଙ୍କୁ ମ୍ୟାଜିକ୍ ନମ୍ବର ୧୧୨ ଆବଶ୍ୟକ ଥିବା ବେଳେ କଂଗ୍ରେସ ମେଣ୍ଟକୁ ମିଶାଇ ତାଙ୍କୁ ୧୧୭ ବିଧାୟକ ସମର୍ଥନ କରିଥିଲେ। ଆସ୍ଥା ଭୋଟ ପୂର୍ବରୁ ବିଜେପି କକ୍ଷ ତ୍ୟାଗ କରିଥିଲା। ୟେଦ୍ୟୁରପ୍ପା କକ୍ଷ ତ୍ୟାଗ ପୂର୍ବରୁ ତାତ୍ସଲ୍ୟ କରି କହିଥିଲେ ଯେ “ ତୁମ ପାଖରେ ବହୁମତ ଅଛି , ଦେଖାଯାଉ କେତେଦିନ ସରକାର ତିଷ୍ଠୁଛି। ସୂଚନାକୁ ଥାଉ କି, ମୁଖ୍ୟମନ୍ତ୍ରୀ ପଦରୁ […]