କୋଲକାତା: ନବନିର୍ବାଚିତ ଟିଏମ୍ସି ସାଂସଦଙ୍କୁ ରଥଯାତ୍ରାରେ ଯୋଗଦେବା ପାଇଁ କୋଲକାତା ଇସ୍କନ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନୁସରତ୍ ‘ସାମଜିକ ଏକତା’ ଏବଂ ‘ଅନ୍ତର୍ଭୁକ୍ତିରଣ’କୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ଗ୍ରହଣ କରିଥିବାରୁ ନୁସରତ୍ଙ୍କୁ ଇସ୍କନ୍ ପକ୍ଷରୁ ଧନ୍ୟବାଦ ଦେଇ କୁହାଯାଇଛି, ସେ ଆଗକୁ ଯିବାର ପଥ ପ୍ରଦର୍ଶନ କରିଛନ୍ତି। ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍ସିଅସନେସ୍ (ଇସ୍କନ୍) ପକ୍ଷରୁ ଚଳିତ ବର୍ଷ ୪୮ତମ ରଥଯାତ୍ରା ପାଳିତ ହେଉଛି। ୧୯୭୧ […]
କଟକ : ପୁଣି ଓଡ଼ିଶା ରଣଜୀ ଦଳର କୋଚ୍ ନିଯୁକ୍ତ ହେଲେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ କ୍ରିକେଟର ଦେବାଶିଷ ମହାନ୍ତି। ଏ ନେଇ ଓସିଏ ପକ୍ଷରୁ ଗତକାଲି ବିଧିବଦ୍ଧ ଘୋଷଣା ହୋଇଛି। ଦଳର ଖେଳାଳିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଗତ ସିଜନରେ ଦେବାଶିଷ କୋଚ୍ ଦାୟିତ୍ୱରୁ ଓହରି ଯାଇଥିଲେ। ତେବେ ସେ ସବୁ ବିବାଦର ସମାଧାନ କରି ଓସିଏ ପୁଣି ଦେବାଶିଷଙ୍କୁ କୋଚ ଦାୟିତ୍ୱ ଦେଇଛି। ସେହିଭଳି ୨୩ ବର୍ଷରୁ କମ୍ କ୍ରିକେଟ ଦଳର କୋଚ […]
ନୂଆଦିଲ୍ଲୀ : ଏନଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ନରେନ୍ଦ୍ର ମୋଦିଙ୍କ ଭେଟି। ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ ସହ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ମୋଦି। ୧୪ ଲେନ୍ ବିଶିଷ୍ଟ ନିର୍ମିତ ହୋଇଛି ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ। ଏହି ଏକ୍ସପ୍ରେସ୍ ୱେର ମାତ୍ର ୨୭.୭୪ କିଲୋମିଟର ରାସ୍ତା ନିର୍ମାଣ ସରିଛି। ପର୍ଯ୍ୟାୟ କ୍ରମେ ଏହି ରାସ୍ତା ନିର୍ମାଣ ହେବ। ୪ଟି ପର୍ଯ୍ୟାୟରେ ଏହି ଏକ୍ସପ୍ରେସ୍ ୱେର କାମ ହେବ। ସେହିପରି ୧୩୫ […]
ଭୁବନେଶ୍ୱର : ମହାନଦୀ ଉପରେ କଟକରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦି ଯାହା ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର, ଦ୍ୱନ୍ଦ୍ୱାତ୍ମକ। ତାଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ କନ୍ଫ୍ୟୁଜନ୍ ଥିଲା, କମ୍ପ୍ଲିମେଣ୍ଟ ନଥିଲା। ଟ୍ରିବ୍ୟୁନାଲ ନେଇ ମୋଦିଙ୍କ ମନ୍ତବ୍ୟ ଦୁଃଖଦାୟକ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିବା ସହିତ ବର୍ତ୍ତମାନ ସୁଦ୍ଧା ଏକକ ଟ୍ରିବ୍ୟୁନାଲ ବିଲ୍ ପାସ୍ […]
ନୟାଗଡ଼ : ନୟାଗଡ଼ରେ ପିଲା ଚୋର ଗୁଜବ। ପିଲା ଚୋର ସଂଦେହରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ଯୁବକଙ୍କ ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଏକ ସର୍ଭେ କରିବା ପାଇଁ ଯାଇଥିବା ବେଳେ ପିଲା ଚୋର ଭାବି ଲୋକେ ତାଙ୍କୁ ନିର୍ଧୂମ ପିଟିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଛି। ଏନେଇ ଟାଉନ ଥାନା ପୋଲିସ ନିଜ ଆଡୁ ଏକ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ। ୪ ଦିନ ହେଲାଣି ଗୋଟିଏ ହାତୀ ପଲ ଏହି ଅଞ୍ଚଳରେ ବ୍ୟାପକ କ୍ଷତି କଲେଣି।ତେଲକୋଇ ବ୍ଲକର ସରୁଆଳି ଓ ସିଙ୍କୁଳା ବାହାଲର ଆମ୍ବ ବଗିଚାରେ ବହୁ ଗଛ ଭାଙ୍ଗି ଦେଇଛନ୍ତି। ଏହା ସହିତ ଆମ୍ବ ମଧ୍ୟ ନଷ୍ଟ କରିଛନ୍ତି। ତେଲକୋଇରେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଆମ୍ବ ଚାଷ କରାଯାଇଛି। କିନ୍ତୁ ହାତୀମାନେ ବହୁ ଫଳନ୍ତି ଗଛ ଭାଙ୍ଗି ଦେଇଥିବାରୁ ଚାଷୀମାନେ ଚିନ୍ତାରେ […]
ନୂଆଦିଲ୍ଲୀ/କଟକ: ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମାଜସେବୀ ତଥା କଟକର ଚା’ ବିକାଳି ଡି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଚା ବିକାଳି ହୋଇ ମଧ୍ୟ ସେ କିଭଳି ଭାବରେ ଗରିବ ବସ୍ତି ଛୁଆଙ୍କ ଶିକ୍ଷାର ଭାର ନିଜ ମୁଣ୍ଡକୁ ନେଇଛନ୍ତି ତାହା ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍ରେ କହିଥିଲେ। ପ୍ରକାଶ ରାଓ ଆଶା ଓ ଆଶ୍ୱାସନା ନାଁରେ ଏକ ସ୍କୁଲ ଖୋଲି ବସ୍ତି ପିଲାଙ୍କୁ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଛନ୍ତି। […]
କଟକ: କଟକ ଚୌଦ୍ୱାରରେ କାନ୍ଥ ପଡ଼ି ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବାବେଳେ ଶିଶୁଟିର ବାପା ଓ ମାଆ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଶୋଇଥିବା ବେଳେ ଦୁର୍ବଳ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଅନ୍ୟପକ୍ଷରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ […]
ବ୍ରହ୍ମପୁର: ରାୟଗଡ଼ାରୁ ଗଞ୍ଜାମକୁ ବ୍ୟାପିଲା ପିଲା ଚୋରି ଗୁଜବ। ପିଲା ଚୋରି ସନ୍ଦେହରେ ୭ ଅଣ ଓଡ଼ିଆ ଯୁବକଙ୍କୁ ନିର୍ଧୂମ୍ ପିଟିଲେ ଲୋକେ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନୂଆବଜାର ଥାନା ଗେଟ୍ ବଜାର ଅଞ୍ଚଳରେ ତାମିଲନାଡୁର ୭ ଜଣ ଯୁବକ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଲେ। ତେବେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ସ୍ଥାନୀୟ ଲୋକେ ଅଟକ ରଖି ପଚରାଉଚରା କରିଥିଲେ। ହେଲେ ଓଡ଼ିଆ ଭାଷା ଜାଣିନଥିବାରୁ ସେମାନେ କିଛି ଉତ୍ତର […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଏକ ବଡ଼ ଧରଣର ଏଟିଏମ୍ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନିରାକାରପୁର କଲେଜ ଛକରେ ଥିବା ଏକ୍ସିସ୍ ବ୍ୟାଙ୍କ ATMରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ୍ କଟର୍ରେ ଏଟିଏମ୍ର ଚାମ୍ବର କାଟି ଟଙ୍କା ନେଇ ଯାଇଛନ୍ତି। ଏହା ସହିତ ATMର ସିସିଟିଭି ଭାଙ୍ଗିବା ସହ ହାର୍ଡ଼ଡିସ୍କ ମଧ୍ୟ ନେଇ ଯାଇଛନ୍ତି। ଆଜି ସକାଳେ ଏହା ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଚଳାଇଛି। […]
ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା! ବାତ୍ୟା ମେକୁନୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାସହ ସମୁଦ୍ରରେ ୩ ରୁ ୩.୨ ମିଟର ଉଚ୍ଚରେ ଜୁଆର ଆସିପାରେ ବୋଲି ଆଶଙ୍କା କରାଯାଉଛି। […]
ବଲାଙ୍ଗିର: କୁହାଯାଏ ଯେ ମାଆର ମମତା ଆଗରେ ସବୁକିଛି ଫିକା ପଡ଼ିଯାଏ । କାରଣ ସନ୍ତାନ ପ୍ରତି ମାଆର ଭଲ ପାଇବା, ତ୍ୟାଗ ଓ ସେହ୍ନ ସଂସାରର ସବୁ କିଛିଠୁ ବହୁ ଊର୍ଦ୍ଧ୍ୱରେ। ତେବେ ଏ କେମିତିକା ମାଆ? ଯିଏ କି ତା’ର ସନ୍ତାନକୁ ଏକାକି ଛାଡ଼ି ଛୁ ମାରିଲା। ପଢ଼ନ୍ତୁ ପୂରା ଘଟଣା… ବଲାଙ୍ଗିର ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ଶିଶୁ କନ୍ୟା ବୋଲି ଅନାଦାର କରି ଜଣେ ମାଆ ନିଜର ୨ ମାସର […]
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାଯ୍ୟାଳୟ ଉପରେ ବୋମାମାଡ଼। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଆଜି ସନ୍ଧ୍ୟାରେ ଦୁଇ ଜଣ ଯୁବକ ପାର୍ଟି ଅଫିସକୁ ଆସି ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ ଖାରବେଳନଗର ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ପୋଲିସ ଘଟଣାସ୍ଥଳରୁ ସୁତୁଲି ଓ କିଛି ଲୁହା କଣ୍ଟା ଜବତ କରିଛି। ଅଭିଯୋଗ ଅନୁସାରେ ଏହି ଦୁଇ ଯୁବକ ପାର୍ଟି ଅଫିସକୁ ଲକ୍ଷ୍ୟ କରି ବୋମା […]
ଭୁବନେଶ୍ୱର : ୪ ବର୍ଷ ମୋଦି ଶାସନର ହିସାବ ନିକାଶ। ମୋଦିଙ୍କୁ ଶାହା ଦେଇଛନ୍ତି ଫୁଲ ମାର୍କ। ଆଉ ରାହୁଲ କରିଛନ୍ତି ଫେଲ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ମୋଦିଙ୍କୁ ବିଶ୍ୱାସଘାତକ ସହ ତୁଳନା କରି ସାରା ଦେଶରେ ହଲ୍ଲାବୋଲ କରିଛି କଂଗ୍ରେସ।ଚଣ୍ଡିଗଡରେ ଲଣ୍ଡା ହୋଇ ମୋଦିଙ୍କ ଶାସନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରିଛନ୍ତି କଂଗ୍ରେସ କର୍ମୀ। ଦିଲ୍ଲୀ, ଅମ୍ରିତସର, ବାଙ୍ଗାଲୋରରେ ଭିନ୍ନ ଭିନ୍ନ ଢଙ୍ଗରେ ମୋଦି ଶାସନକୁ ପ୍ରତିବାଦ କରି ରାସ୍ତାକୁ […]
ଲକ୍ଷ୍ନୌ: ଶିବସେନା ଓ ବିଜେପି ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି I ଚପଲ ଖୋଲି ପିଟିବାକୁ ଇଚ୍ଛା ହେଊଥିବା ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ। ଯୋଗୀ ଅଦିତ୍ୟନାଥ ଉଦ୍ଧବ ଥାକରେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ମୁଁ ଉଦ୍ଧବ ଠାକରେଙ୍କଠାରୁ ଅଧିକ ସଭ୍ୟ ଓ ସଂସ୍କାରୀ। ତେଣୁ ସେ ମୋତେ କିଛି ଶିକ୍ଷା ଦିଅନ୍ତୁ ନାହିଁ। ଶୁକ୍ରବାର ଶିବସେନା ମୁଖପତ୍ର […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି ପାଇଁ ସୋମବାର ଆଗତ କରିଥିବା ବିଲ ରାଜ୍ୟସଭାରେ ପାରିତ ହୋଇଛି। ଏଥିସହିତ ଆସନ୍ତା ୩ ତାରିଖଠାରୁ ଲାଗୁ ହେଲେ ରାଷ୍ଟ୍ରପତି ଶାସନ ଅବଧିରେ ଆଉ ୬ ମାସ ବୃଦ୍ଧି ହେବ। ପୂର୍ବରୁ ଲୋକସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା। ଅନ୍ୟପକ୍ଷରେ ଜମ୍ମୁକଶ୍ମୀର ଆରକ୍ଷଣ (ଆମେଣ୍ଡମେଣ୍ଟ) ବିଲ୍ ମଧ୍ୟ ପାରିତ ହୋଇଯାଇଛି। ଏହି ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କଶ୍ମୀରର ଏଲଓସି […]
ଭୁବନେଶ୍ୱର : ବହୁ ବାଦ ବିବାଦ ଏବଂ ନାନା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ସିବିଏସ୍ଇର ଦ୍ୱାଦଶ ରେଜଲ୍ଟ। ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ବିଳମ୍ବରେ ଆଜି ସିବିଏସ୍ଇର ୱେବସାଇଟ୍ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେପଟେ ରେଜଲ୍ଟ ଆସିବା ପରେ କୃତୀ ଛାତ୍ରଛାତ୍ରୀ କରିଛନ୍ତି ସେଲିବ୍ରେସନ୍। ଏଥର ମୋଟ ପାସ୍ ହାର ୮୩.୦୧ ପ୍ରତିଶତ ରହିଥିବା ବେଳେ ଗତବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର ୧ ପ୍ରତିଶତ ଅଧିକ ରହିଛି। ସର୍ବଭାରତୀୟ ସ୍ତରରେ […]
କଟକ : କିଲ୍ଲା ପଡିଆରୁ ଦେଶବାସୀଙ୍କୁ ନିଜ ସରକାରର ୪ ବର୍ଷର ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିରୋଧୀ ମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି। ହଜାର ହଜାର କୋଟି ଟଙ୍କାର ଦୁର୍ନୀତିରେ ଫସିଥିବା ଲୋକ ଦେଶ ବଞ୍ଚାଇବା ନୁହେଁ, ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ଲାଗି ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ସେ କହିଛନ୍ତି। କିଛି ଲୋକ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରଥିବା ସେ ଅଭିଯୋଗ କରିଛନ୍ତି। ନିଜ […]
ପୁରୀ : ପୁରୀରେ ରଥ ନିର୍ମାଣ କରୁଥିବା ଭୋଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପିଟାପିଟି। ଏଥିରେ ବାଲେଶ୍ୱରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଭୋଇ ସେବାୟତଙ୍କ ନାକ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁରୀ ସିଂହଦ୍ୱାର ଥାନାରେ ଉଭୟ ପକ୍ଷ ଏତଲା ଦେଇଛନ୍ତି। ବାଲେଶ୍ୱର ଅଞ୍ଚଳରୁ ଡାଲଟନ ନାମକ ଯୁବକ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ […]