• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

PM Modi
ଦେଶକୁ ମିଳିଲା ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ : ମୋଦି କହିଲେ, ବଢ଼ିବ ଚାଷୀଙ୍କ ଆୟ

ଚାଷୀଙ୍କ ପାଇଁ ଖୁସି ଖବର । ଲୋକାର୍ପିତ ହୋଇଛି ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ । ଏହି କିସମ ଗୁଡିକରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦେଖାଦେଉଥିବା ପ୍ରଭାବକୁ ରୋକି ପାରୁଥିବା କ୍ଷମତା ସହ ଉଚ୍ଚ ପୋଷକ ତତ୍ତ୍ୱ ରହିଛି

Phased school reopening prioritises
‘ସ୍କୁଲ୍‌ ବନ୍ଦ ରହିବା କାରଣରୁ ୩୨୦ ନିୟୁତ ପିଲା ପ୍ରଭାବିତ’

କରୋନା କାରଣରୁ ବିଦ୍ୟାଳୟଗୁଡିକ ବନ୍ଦହୋଇ ରହିଛି। କେଉଁଠି ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲିଛି ତ ପୁଣି କେଉଁଠି ନିଇ ଇଛାରେ ପିଲାଙ୍କୁ ଆସିବା ନେଇ ଅନୁମତି ଦିଆଯାଇଛି। ତେବେ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍‌) ର ବିଶେଷଜ୍ଞଙ୍କ କହିବାନୁସାରେ, ବିଦ୍ୟାଳୟଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବାକୁ ଅନୁମତି ଦେବା ଉଚିତ। ଭାରତରେ ଦୀର୍ଘ ୫୦୦ ଦିନରୁ ଅଧିକ ସମୟ ଧରି ସ୍କୁଲ୍‌ ବନ୍ଦ ରହିବା କାରଣରୁ ପ୍ରାୟ ୩୨୦ ନିୟୁତ ପିଲା ପ୍ରଭାବିତ ହୋଇଛନ୍ତି ବୋଲି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଏକ ମତରେ ବିଶେଷଜ୍ଞମାନେ ୟୁନେସ୍କୋର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

cm amarinder singh
ବିଜେପିରେ ସାମିଲ ହେବେ କି କ୍ୟାପଟେନ୍‌ !

ଦିଲ୍ଲୀ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ। କ୍ୟାପଟେନ ଅମରିନ୍ଦର ସିଂ ଆଜି ଦିଲ୍ଲୀରେ ପହଞ୍ଚିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି

 Zojila tunnel
ଏସିଆର ସବୁଠାରୁ ଲମ୍ବା ଟନେଲ୍ ଜୋଜିଲା : ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ

ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ନୀତିନ ଗଡ଼କରୀ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ ଲଦାଖ ପହଞ୍ଚିବେ । ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି

covaxine
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO

କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ ନ ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ।

zozilla tunnel
ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା

ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା। ଜୋଜିଲା ଟନେଲକୁ ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀI ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଜୋଜିଲା ଟନେଲ୍।

covaxin
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO

କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO।  ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

big-success-for-security-forces
LoCରେ ସେନାକୁ ବଡ଼ ସଫଳତା : ପାକିସ୍ତାନୀ ଆତଙ୍କୀଙ୍କୁ ଜୀବନ୍ତ ଧରିଲେ ସୁରକ୍ଷାକର୍ମୀ

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଭାରତରେ ଆତଙ୍କୀ ଷଡଯନ୍ତ୍ର ପଣ୍ଡ କରିବା ସହ ଜୀବନ୍ତ ପ୍ରମାଣ ସେନା ହାତରେ ଲାଗିଛି । କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି । ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛି ।

medicine tree
ମୋଦିଙ୍କ ମନ୍ କି ବାତରେ କଳାହାଣ୍ଡି ଔଷଧ ବଗିଚା

କଳାହାଣ୍ଡିର ପଟାୟତ ସାହୁ ଏବେ ଦେଶ ବିଦେଶରେ ଏକ ପରିଚିତ ନାଁ। କାରଣ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ତାଙ୍କ ଔଷଧୀୟ ଉଦ୍ୟାନର ଭୁରୀ ଭୁରୀ ପ୍ରଶଂସା। ପ୍ରାୟ ୧ ଏକର ୨୦ ଡିସିମିଲର ଜାଗାରେ କରିଛନ୍ତି ଔଷଧୀୟ ବଗିଚା।

electronic car
ବଡ଼ ରିହାତି, ଇ-କାର୍ ଓ ଇ-ସାଇକେଲ୍ କିଣିଲେ ମିଳିବ ସବସିଡି !

ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଇ-ଯାନ ଆଡକୁ ଆକର୍ଷିତ ହେଉଛନ୍ତି ଲୋକେ। ତେବେ ଦାମ ଅଧିକ ହୋଇଥିବାରୁ କିଛି ଲୋକ ଏହା କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏସବୁ ସମସ୍ୟାକୁ ଦେଖି ସରକାର ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଇଲେକ୍ଟ୍ରିକ୍ ଯାନ କିଣିଲେ ସବସିଡି ମିଳିବ ବୋଲି ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

delhi riots is not sudden
ଦିଲ୍ଲୀ ଦଙ୍ଗା ଏକ ସୁଚିନ୍ତିତ ଷଡଯନ୍ତ୍ର-ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଫେବ୍ରୁଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ପ୍ରାୟୋଜିତ ବୋଲି କହିଛନ୍ତି। ଏକ ସୁଚିନ୍ତିତ ଉପାୟରେ ଏହାକୁ ଦଙ୍ଗା ରୂପ ଦିଆଯାଇଛି। କୌଣସି ଘଟଣାର ପ୍ରତିକ୍ରିୟା ସ୍ୱରୂପ ଏହି ଦଙ୍ଗା ହୋଇନାହିଁ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି। 

Akash Prime Missile
ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଡମି ଏୟାରକ୍ରାଫ୍ଟକୁ ଧ୍ୱଂସ କଲା

ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍‌ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି ।

Dillip Ghosh
ପ୍ରଚାର ବେଳେ BJP ନେତାଙ୍କୁ ଦୁର୍ବ୍ୟବହାର, TMC କହିଲା ବିଜେପି ଆହୁରି ତଳକୁ ଖସୁଛି

ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍‌ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍‌ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।

Shivsena attack on AIMIM chief Asaduddin Owaisi
ଅସଦୁଦ୍ଦୀନ ଓୱେସୀ ବିଜେପିର ଅଣ୍ଡରଗାର୍ମେଣ୍ଟ : ଶିବସେନା

ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଥିବା ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦୁଦ୍ଦୀନ୍ ଓୱେସୀଙ୍କୁ ଟାର୍ଗେଟ୍ କରିଛି ଶିବସେନା। ମହାରାଷ୍ଟ୍ର ସରକାରର ମୁଖ୍ୟ ପାର୍ଟୀ ଓୱେସୀଙ୍କ ଉପରେ ଆକ୍ରମଣ କରି ବିଜେପିର ଅଣ୍ଡରଗାର୍ମେଣ୍ଟ ବୋଲି କହିଛି। ଅସଦୁଦ୍ଦୀନ ଓୱେସୀ ପରଦା ପଛରେ ରହି ବିଜେପିକୁ ସାହାଯ୍ୟ କରୁଛି ବୋଲି ଶିବସେନା କହିଛି।

Digital Health Card
ଏଣିକି ଡିଜିଟାଲ୍ ମୋଡ୍‌ରେ ସ୍ୱାସ୍ଥ୍ୟ ସେବା

ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ୍ ୱେବସାଇଟ୍‌ରୁ ଓ ସ୍ପେଶାଲ୍ ଆପ୍‌କୁ ଯାଇ ହେଲ୍ଥ ଆଇଡି ଖୋଲାଯାଇପାରିବ। ନିଜର ଆଧାର କାର୍ଡ, ମୋବାଇଲ୍ ଲମ୍ବର ଓ ଠିକଣା ଦେଇ ଏହି ଆଇଡି ଖୋଲାଯିବାର ବ୍ୟବସ୍ଥା ରହିଛି। ତେବେ ବାରମ୍ବାର କେନ୍ଦ୍ର ସରକାରଙ୍କ ଅନୁରୋଧ ସତ୍ତ୍ୱେ ଓଡ଼ିଶା ଏଯାଏଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନାହିଁ।

Bharat Bandh
ଯୁଆଡେ ଦେଖିଲେ ଖାଲି କାର୍ ଆଉ କାର୍ । ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍..

ଯୁଆଡେ ଅନାଇଲେ କାର୍ ଆଉ କାର୍ । ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍ । ଭାରତ ବନ୍ଦ ଯୋଗୁଁ ଯାତାୟତରେ ଗୁରୁତର ବାଧା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀ-ଗୁରୁଗ୍ରାମ ରାଜକୋରି ବର୍ଡରରେ ।

Traffic Jam At Delhi
ଭାରତ ବନ୍ଦ ପ୍ରଭାବ: ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ

ଭାରତ ବନ୍ଦକୁ ଦେଖି ରାଜଧାନୀ ଦିଲ୍ଲୀରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି। 

PM Modi
ପ୍ରଧାନମନ୍ତ୍ରୀଙ୍କ ଉପହାର, ଦେଶକୁଦେଲେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଦ୍ୱାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ ଏହାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲ୍‌ଥ ଆଇଡି ପ୍ରସ୍ତୁତ କରାଯିବ ।

Cyclone Effect In Andhra Pradesh
ଆନ୍ଧ୍ରରେ ଗୁଲାବର ପ୍ରଭାବ: ପ୍ରବଳ ବର୍ଷାରେ ୩ ଜିଲ୍ଲା ଉବୁଟୁବୁ

ଅଧିକାଂଶ ଘରେ ପାଣି ପଶି ବହୁ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ପାଇ ବିଶାଖାପାଟଣା ଜିଲ୍ଲାପାଳ, ମେୟର ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି।

govt office
ଏଣିକି ସକାଳ ୧୦ ନୁହେଁ ବରଂ ୯ଟା ସୁଦ୍ଧା ଅଫିସ୍‌ରେ ପହଞ୍ଚିବେ ସରକାରୀ କର୍ମଚାରୀ: ନଚେତ୍‌..

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍‌ରେ ପହଞ୍ଚିବେ କର୍ମଚାରୀ। ଯଦି ଏହି ନିୟମକୁ କର୍ମଚାରୀମାନେ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

excise rule
ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ୬୩ ହଜାର ଫାଇନ୍‌

ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍‌ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ

Bharat Bandh
ଆଜି ଭାରତ ବନ୍ଦ, ଅତ୍ୟାବଶ୍ୟକୀୟ ସେବାକୁ ବାଦ୍

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।

bluetooth Chappals
ଚପଲର ଦାମ ୬ ଲକ୍ଷ ! ୨୫ ଜଣ କିଣି ପୋଲିସ ହାତରେ ଧରାପଡ଼ିଲେ

ଚପଲର ଦାମ ୬ ଲକ୍ଷ ! ଏତେ ଦାମି ଚପଲ କେବେ ଦେଖିଛନ୍ତି ? ବଜାରରେ ଏମିତି ଦାମୀ ଚପଲ ମିଳୁଥିବା କେବେ ଶୁଣିଛନ୍ତି ? ବୋଧହୁଏ ନା । ହେଲେ ଏମିତି ଚପଲ ବଜାରରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଲୋକ ଏହି ଚପଲକୁ କିଣିଥିବା ପୋଲିସ କହିଛି।

Railway Station
୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର୍, ହୋଟେଲ୍, ଅଫିସ୍, ରିଟେଲ୍ ସପ୍ ! ବିଶ୍ୱସ୍ତରୀୟ ହେବ ରାଜଧାନୀର ରେଳ ଷ୍ଟେସନ୍

ବିଶ୍ୱସ୍ତରୀୟ ହେବ ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନ୍ । ଭାରତୀୟ ରେଳ (Indian Railways) ପକ୍ଷରୁ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ପୁନଃବିକାଶ କାମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ସମସ୍ତ ସୁବିଧା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଚାଲିଛି ।

Farmers Protest
ଭାରତ ବନ୍ଦ: ସିଂଘୁ ବର୍ଡରରେ ଜଣେ କୃଷକଙ୍କ ମୃତ୍ୟୁ, ଚେନ୍ନାଇରେ ବ୍ୟାରିକେଡ୍‌ ଭାଙ୍ଗିଲେ ଆନ୍ଦୋଳନକାରୀ

କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଏହି ଭାରତ ବନ୍ଦ ଡାକରା ସମୟରେ ତାମିଲନାଡୁର ଚେନ୍ନାଇରେ ହଙ୍ଗାମା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ୍‌ ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।