/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638963050.jpg)
Bipin Rawat helicoptor Crash
କନ୍ନୁର: ସିଡିଏସ୍ ବିପିନ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ । ୧୪ ଜଣ ଯାତ୍ରା କରୁଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ସିଡିଏସ୍ ରାୱତ୍ଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣା କେମିତି ହେଲା ? ଦୁର୍ଘଟଣା ପଛର ପକୃତ କାରଣ କ’ଣ ? ପାଗ ଖରାପ ଥିଲା ନା ଯାନ୍ତ୍ରିକ ତ୍ରୁଟି ? ଏନେଇ ତଦନ୍ତ ଆରମ୍ଭ ହୋଇସାରିଛି । ତଦନ୍ତ ପରେ ଜଣାପଡ଼ିବ ଘଟଣାର ପୁରା କାହାଣୀ । ତେବେ ସବୁ କିଛି ଜଣାପଡ଼ିବ ବ୍ଲାକ୍ ବକ୍ସ ମିଳିବା ପରେ । ତେବେ ଏବେ ସେନା ପକ୍ଷରୁ ବ୍ଲାକ୍ ବକ୍ସ ଖୋଜା ଚାଲିଛି । ଏହି ବ୍ଲାକ୍ ବକ୍ସ କହିବ ଦୁର୍ଘଟଣାର ପୁରା କାହାଣୀ ।
ତେବେ ମିଳଥିବା ଖବର ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ Mi-17V5 ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ ।୨୦୧୨ ମସିହା ଫେବୃଆରୀ ୧୭ ପରଠାରୁ ଏହା ବାୟୁସେନାରେ ସେବା ଯୋଗାଇ ଆସୁଛି । ରୁଷ ଦ୍ୱାରା ନିର୍ମିତ ଏହି ହେଲିକପ୍ଟର କେବେ ବି ଆଜି ଯାଏ ଦୁର୍ଘଟଣାଗ୍ରସ୍ତ ହୋଇ ନଥିଲା । ୨୦୧୯ ଭାରତର ଏୟାରଷ୍ଟ୍ରାଇକ ପରେ Mi ସିରିଜ୍ର ଏହି ହେଲିକପ୍ଟର କେବଳ ମିସାଇଲ ମାଡ଼ରେ ଖସି ପଡ଼ିଥିଲା ।
ଏହାକୁ ଛାଡ଼ି ଦେଲେ ଏହି ହେଲିକପ୍ଟରରେ କେବେ ହେଲେ ଅଘଟଣ ଘଟିନଥିଲା । କିନ୍ତୁ ଆଜି ସିଡିଏସ୍ଙ୍କୁ ନେଇ କୋଏମ୍ବାଟୁରର ୱେଲିଂଟନ ଏୟାରବେସ୍କୁ ଯାଉଥିବା ବେଳେ ଏହା କ୍ରାଶ ହୋଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)