Advertisment

ହେଲିକପ୍ଟର ଦୁର୍ଘଟଣାରେ ସୌଭାଗ୍ୟକ୍ରମେ ବଞ୍ଚିଛନ୍ତି ଜଣେ,ସାରା ଦେଶ କରୁଛି ପ୍ରାର୍ଥନା...

ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ସୌଭାଗ୍ୟକ୍ରମେ ହେଲିକପ୍ଟର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ବର୍ତ୍ତମାନ ବରୁଣ ସିଂଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଛି ଓ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଛି।

author-image
Rajalaxmi Sahoo
 Group Captain Varun Singh

Group Captain Varun Singh

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ସୌଭାଗ୍ୟକ୍ରମେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ମୃତକଙ୍କ ମଧ୍ୟରେ CDS ବିପିନ ରାୱତ୍‌ ଓ ତାଙ୍କ ପତ୍ନୀ ଥିଲେ।

Advertisment

‘ବରୁଣ ସିଂ ଗୁରୁତର ‌ଅଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି’। ବର୍ତ୍ତମାନ ବରୁଣ ସିଂଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଛି ଓ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ଏହା କହିଛନ୍ତି। ନିଆଁରେ ପୋଡ଼ି ହୋଇ ଗୁରୁତର ଭାବେ ଆହତ ହୋଇ  ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ୱେଲିଂଟନ୍‌ ସ୍ଥିତ ମିଲିଟାରୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ପରିବାରଠୁ ଆରମ୍ଭ କରି ଦେଶବାସୀ ଭଗବାନଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

CDS ଜେନେରାଲ୍‌ ବିପିନ ରାୱତ୍‌ଙ୍କୁ ଆଣିବା ଲାଗି ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ସୁଲୁର ଯାଇଥିଲେ। ସେଠାରୁ ସେ ବିପିନ ରାୱତଙ୍କୁ ଏସକର୍ଟରେ ନେଇ ୱେଲିଂଟନ୍‌ ସ୍ଥିତ ଡିଫେନ୍ସ ସିର୍ଭସେସ୍‌ ଷ୍ଟାଫ୍‌ କଲେଜ ଯିବାର କାର୍ଯ୍ୟକ୍ରମ ଥିଲା। ଏହାପରେ କଲେଜରେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କୁ ଜେନେରାଲ୍‌ ରାୱତ୍‌ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ତା’ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  

Advertisment

ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂଙ୍କ ପୈତୃକ ଘର ଉତ୍ତରପ୍ରଦେଶର ଦେଓରିଆରେ। ତାଙ୍କ ବାପା ସେନାର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ। ବିମାନ ପରିଚାଳନାରେ ସାହସିକତା ପାଇଁ ବାୟୁ ସେନା ଅଧିକାରୀ ବରୁଣ ସିଂ ଗତ ଅଗଷ୍ଟରେ ସୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଥିଲେ। ଜରୁରୀକାଳୀନ ପରିସ୍ଥିତି ସତ୍ତ୍ୱେ ସେ ତାଙ୍କର ଯୁଦ୍ଧ ବିମାନ ତେଜାସ୍‌କୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ। 

CDS Bipin Rawat Army Helicopter Crash CDS Chopper Crash Group Captain Varun Singh
Advertisment
Advertisment