• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତାମିଲନାଡୁର କୁନୁରରେ ଭାରତୀୟ ସେନାର MI17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କୁ ଭାରତୀୟ ସେନାର ଜଣେ ଖୁଁଖାର ଓ ତିକ୍ଷ୍ନ ଅଧିକାରୀ ଭାବରେ ବିବେଚନା କରାଯାଏ ।

ଦୀର୍ଘ ୪ ଦଶନ୍ଧି ଧରି ଭାରତୀୟ ସେନାରେ ସେ ସେବା ଯୋଗାଇ ଆସୁଛନ୍ତି । ଅନେକ ଯୁଦ୍ଧରେ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ସେନା ଅନେକ କଠିନ୍‌ ମିଶନରେ ସଫଳତା ପାଇଛି । ତାଙ୍କର ଗୋଟିଏ ଗୋଟିଏ ବୟାନ୍‌ରେ ଶତ୍ରୁ ଦେଶ ବି ଥରି ଉଠୁଥିଲେ । ଚୀନ୍ ଏବଂ ପାକିସ୍ତାନ, ଉଭୟ ଦେଶ ସିଡିଏସ୍‌ ବିପିନ୍‌ ରାୱତଙ୍କ ବୟାନକୁ ନେଇ ପ୍ରତିକ୍ରିୟାଶୀଳ ମଧ୍ୟ ହେଉଥିଲେ । ତେବେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ଖବର ପାଇବା ପରେ ପାକିସ୍ତାନୀ ସେନାର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ବିବୃତି ଜାରି କରାଯାଇଛି । ଏଥିରୁ ସ୍ପଷ୍ଟ ଯେ, ବିପିନଙ୍କ ଉପସ୍ଥିତି ପାକିସ୍ତାନ ପାଇଁ କେତେ ପ୍ରଭାବ ପକାଉଥିଲା ।

ପାକିସ୍ତାନ ସେନା ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍‌ କରି ସିଡିଏସ୍‌ ବିପିନ୍‌ ରାୱତଙ୍କ ପାଇଁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛି । ପାକିସ୍ତାନ ସେନାର ଜେନାରାଲ ନଦିମ୍ ରାଜା, ଜେନେରାଲ କମର ଜାବେଦ୍‌ ବାଜୱା ଓ ସିଓଏଏସ୍, ସିଡିଏସ୍‌ ବିପିନ୍‌ ରାୱତ ଓ ତାଙ୍କ ପତ୍ନୀଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ପାଇଁ ମଧ୍ୟ ସମବେଦନା ଜଣାଇଛନ୍ତି ।

କେବେଳ ପାକିସ୍ତାନ ସେନା ନୁହେଁ, ସାଧାରଣ ଜନତା ମଧ୍ୟ ବିପିନ ରାୱତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଜଣେ ୟୁଜର୍ ଟୁଇଟ୍‌ରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ବୋଲି ଲେଖିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମଧ୍ୟ ସେ ସମବେଦନା ଜଣାଇଛନ୍ତି ।