• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାନପୁର : ’ମୁଁ ମୁସଲମାନ ଭାବରେ ବଞ୍ଚିବାକୁ ଚାହେଁ ନାହିଁ, ମୁଁ ଜିହାଦି ଭାବରେ ବଞ୍ଚି ପାରିବି ନାହିଁ ’ । ସେଥିପାଇଁ ମୁଁ ଜଣେ ହିନ୍ଦୁ ହେବାକୁ ଚାହୁଁଛି, କିନ୍ତୁ ଲୋକମାନେ ମୋତେ ମୁସଲମାନ ରହିବାକୁ ବାଧ୍ୟ କରୁଛନ୍ତି । ଚାପୁଡ଼ା, ବିଧା , ଗୋଇଠା ମାରୁଛନ୍ତି ।

ଧର୍ମ ପରିବର୍ତ୍ତନ କରିବାକୁ ଇଚ୍ଛା ପ୍ରକାଶ କରିବାକୁ ନିର୍ଘାତିଆ ମାଡ଼ ଖାଇଲେ ଅସଲମ୍ । କାନପୁରର କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ରହୁଥିବା ଜଣେ ଯୁବକ ମୁସଲମାନ ଯୁବକ ନିଜ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ହେଲେ ତାଙ୍କ ନିଷ୍ପତ୍ତିକୁ ବିରୋଧ କରି ସେହି ଅଞ୍ଚଳର  ଜଣେ ଯୁବକ ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରିଛନ୍ତି । ଏହା ପରେ ପୀଡିତ ଜଣକ ବେକରେ ଏକ ଗେରୁଆ ରଙ୍ଗର ଗାମୁଛା ପକାଇ କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ।

ମୁସଲମାନ ଧର୍ମରେ ସୁରକ୍ଷିତ ମନେ କରନ୍ତି ନାହିଁ ବୋଲି କହିଛନ୍ତି ପୀଡିତ ଅସଲମ । ସ୍ଥାନୀୟ ଲୋକମାନେ ତାଙ୍କୁ ହଇରାଣ କରୁଛନ୍ତି । ସେ କର୍ଣ୍ଣେଲଗଞ୍ଜର ବାସିନ୍ଦା । ହିନ୍ଦୁ ଧର୍ମ ଗ୍ରହଣ କରିବା ବିଷୟରେ ଅସଲମ କହିବା ମାତ୍ରେ ତାଙ୍କୁ ଅତି ନିର୍ମମ ଭାବରେ ମାଡ ମରାଯାଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ମୁସଲମାନ ଧର୍ମରେ ହିଁ ରହିବାକୁ କହୁଛନ୍ତି, କିନ୍ତୁ ସେ ବର୍ତ୍ତମାନ ହିନ୍ଦୁ ହେବାକୁ ଚାହୁଁଛନ୍ତି ।

 ଜଣେ ଉଦ୍ଧତ ଯୁବକ ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରିଛନ୍ତି ଏବଂ ତାଙ୍କୁ ହଇରାଣ କରୁଛନ୍ତି ବୋଲି କହୁଛନ୍ତି । ସେ ହିନ୍ଦୁ ହୋଇ ନିଜର ବ୍ୟବସାୟ ବଢ଼ାଇବାକୁ ଚାହୁଁଛନ୍ତି । ସେ ହିନ୍ଦୁ ଧର୍ମକୁ ନିଜର ଧର୍ମ ପରିବର୍ତ୍ତନ କରିବେ କିମ୍ବା ସ୍ଥାନ ଛାଡି ଅନ୍ୟତ୍ର ଯିବେ ବୋଲି କହିଛନ୍ତି । ତେବେ ଏହି ମାମଲାରେ ପୋଲିସ ଯୁବକଙ୍କୁ ମାନସିକ ରୋଗୀ ବୋଲି କହୁଛି । ଅନ୍ୟପଟେ ଘଟଣା ସମ୍ପର୍କରେ ମଧ୍ୟ ଛାନଭିନ୍ ଚାଲିଛି ।