ତାଲିବାନୀ ଶାସନ 2.0ରେ, କଣ ହେବ ମହିଳାଙ୍କ ଭବିଷ୍ୟତ ? ପୁଣି ଅନ୍ଧାର ଭିତରେ ମିଳେଇ ଯିବନି ତ ହସ, ଖୁସି ଏବଂ ଗତ ୨୦ ବର୍ଷରେ ହାସଲ କରିଥିବା ଶିକ୍ଷାଗତ ଓ ପେଶାଗତ ସଫଳତା ?
ପାକିସ୍ତାନର ଜଣେ ମହିଳାଙ୍କ ଉପରେ ନିର୍ମମ ଆକ୍ରମଣର ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଟିକ୍ଟକ୍ରେ ଭିଡିଓ ପ୍ରସ୍ତୁତ କରି ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଭିଡିଓରେ ଏକ ପୁରୁଷ ଗୋଷ୍ଠୀ ମହିଳାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରି ତାଙ୍କ ପୋଷାକ ଚିରି ଦଉଥିବା ନଜର ଆସିଛି। ଅଗଷ୍ଟ ୧୪ ରେ, ଯେତେବେଳେ ପାକିସ୍ତାନ ଏହାର ସ୍ୱାଧୀନତା ପାଳନ କରୁଥିଲା, ଲାହୋରରେ ଏହି ମହିଳାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଏହାର ଭିଡିଓ ଭାଇରାଲ ହୋଇଥିଲା।
ଭୟ, ଆତଙ୍କ, ଅନିଶ୍ଚିତତା । ତାଲିବାନର କବ୍ଜା ପରେ ରାଜଧାନୀ କାବୁଲ ସମେତ ସମଗ୍ର ଆଫ୍ଗାନିସ୍ତାନରେ ଅବିଶ୍ୱାସର ବାତାବରଣ । କଟ୍ଟର ପ୍ରବୃତ୍ତି ଛାଡି ମାନବୀୟ ଢଙ୍ଗରେ ଶାସନ କରିବାକୁ ତାଲିବାନର ପ୍ରତିଶ୍ରୁତିକୁ ଗ୍ରହଣ କରିପାରୁନାହାନ୍ତି ଦେଶବାସୀ ।
ବେଳେବେଳେ କିଛି ଅଲଗା କରିବାକୁ ଇଚ୍ଛା ନେଇ ଅନେକ ଲୋକ ଏପରି ଅସୁବିଧାରେ ପଡ଼ିଯାଆନ୍ତି ଯେଉଁଠାରୁ ବାହାରିବା ବହୁତ କଷ୍ଟକର ହୋଇପଡେ। ବ୍ରିଟେନର ଜଣେ ଛାତ୍ରଙ୍କ ସହ ଏଭଳି କିଛି ଘଟଣା ଘଟିଛି। ୨୪ ବର୍ଷୀୟ ମାଇଲ୍ସ ରୁଟ୍ଲେଜ୍ ଗୁଗୁଲରେ ଟାଇପ୍ କରିଥିଲେ ଯେ ପର୍ଯ୍ୟଟକଙ୍କ ପାଇଁ ଦୁନିଆର ସବୁଠାରୁ ବିପଜ୍ଜନକ ସହର କେଉଁଠି ଅଛି। ଏହା ପରେ ସେ ଆଫଗାନିସ୍ତାନକୁ ବାହାରିଗଲେ। କିନ୍ତୁ ସେ ସେଠାରେ ତାଲିବାନକୁ ସାମ୍ନା କରିବେ ବୋଲି ତାଙ୍କର ଧାରଣା ନ ଥିଲା।
ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଅସଲ ଚେହେରା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ଆଜି ତାଲିବାନ ସଂଗଠନର ସଦସ୍ୟମାନେ ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ଆଖି ବୁଜା ଗୁଳିମାଡ଼ କରିଛନ୍ତି ।
ବଲିଉଡ ବାଦଶାହା ଶାହରୁଖ ଖାନ୍ ଲଳନା ସୁହାନା ଖାନ୍ ଆଜିଯାଏ ବଲିଉଡରେ ପ୍ରବେଶ କରି ନ ଥିଲେ ବି ତାଙ୍କର ଫ୍ୟାନ ଫଲୋର୍ସ କମ ନୁହନ୍ତି। ସୁହାନାଙ୍କ ପ୍ରଶଂସକମାନେ ଚାହୁଛନ୍ତି ଯେ ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରନ୍ତୁ। ତେବେ ବର୍ତ୍ତମାନ ଏହା ଲାଗୁଛି ଯେ ସୁହାନାଙ୍କ ପ୍ରଶଂସକଙ୍କ ଏହି ଇଛା ମଧ୍ୟ ପୂରଣ ହେବାକୁ ଯାଉଛି। ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ଜୋୟା ଅଖତର ଖୁବ୍ ଶୀଘ୍ର ସୁହାନାଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି।
ଚାରିଆଡ଼େ ଭୟ, ଦୁଃଖ, ନିରାଶ ଆଉ ଅନିଶ୍ଚିତ ମୃତ୍ୟୁ ଆଶଙ୍କା । ମିଛ ପ୍ରତିଶ୍ରୁତି ଦେଇ ବିଶ୍ୱକୁ ଠକୁଛନ୍ତି ତାଲିବାନୀ ଆତଙ୍କବାଦୀ । ଆରମ୍ଭ ହୋଇଗଲା ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିବା ପରେ ଦେଶବାସୀ ଆତଙ୍କରେ ଥରୁଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ବିଶ୍ୱ ସାମ୍ନାରେ ମହିଳାଙ୍କ ସୁରକ୍ଷା ନେଇ ପ୍ରତିଶୃତି ଦେଇଛି
'ବେଲ୍ ବଟମ୍' ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି। କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ଅକ୍ଷୟ କୁମାର ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଏକ ବଗିଚାରେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ତେବେ ଏହି ଫଟୋରେ ତାଙ୍କ ପଛ ପାଖ ଦୃଶ୍ୟମାନ ହେଉଛି। ସେ ଏକ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ତାଙ୍କ ଜ୍ୟାକେଟ୍ରେ ପୋଲିସ ଲେଖାଯାଇଛି। ଏହାକୁ ସେୟାର କରି ସେ ସତେଜ ପବନ ନେଉଥିବା କହିଛନ୍ତି।
ଦର୍ଶକଙ୍କ ପାଇଁ ଖୁସି ଖବର। ସବୁ ପ୍ରତିକ୍ଷାର ଅନ୍ତ ଘଟେଇ ଫିଲ୍ମ “ଲଭ୍ ଷ୍ଟୋରୀ” ରିଲିଜ ହେବାକୁ ଯାଉଛି। ଏ କଥା ସ୍ପଷ୍ଟ କରିଛନ୍ତି ଫିଲ୍ମର ନିର୍ମାତା ସେଖର କମ୍ମୁଲା । ନାଗ୍ ଚୈତନ୍ୟ ଓ ସାଇ ପଲ୍ଲବୀଙ୍କର “ଲଭ୍ ଷ୍ଟୋରୀ”ର ନୂଆ ରିଲିଜ ତାରିଖ ଘୋଷଣା କରାଯାଇଛି। ତେବେ ସିନେମାଟି ପୂର୍ବରୁ ଅପ୍ରିଲ୍୧୬ରେ ରିଲିଜ୍ ହେବାକୁ ସ୍ଥିର ହୋଇଥିଲା। କୋରୋନା ଭାଇରସ ମହାମାରୀ କାରଣରୁ ରିଲିଜ ହେବାରେ ବିଳମ୍ୱ ହୋଇଥିଲା। ବର୍ତ୍ତମାନ ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ।
କାବୁଲ ରାଜରାସ୍ତାରେ ମହିଳାଙ୍କ ପ୍ରତିବାଦ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମହିଳା ଅଧିକାର ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କିଛି ମହିଳା । ବୁର୍ଖା ପିନ୍ଧି ମହିଳାଙ୍କ ଅଧିକାର ପାଇଁ ହାତରେ ପ୍ଲାକାର୍ଡ ଧରି ଏମାନେ ଦାବି କରିଛନ୍ତି ।
ଇଣ୍ଡିଆନ୍ ଆଇଡଲ ୧୨ ଜିତି ପବନଦୀପ ରାଜନ ବର୍ତ୍ତମାନ ଚର୍ଚ୍ଚାରେ । ଉତ୍ତରାଖଣ୍ଡର ବାସିନ୍ଦା ପବନଦୀପ ଇଣ୍ଡିଆନ୍ ଆଇଡଲ ଜିତିବା ପରେ ସଫଳତାର ନୂଆ ଶିଖରକୁ ଛୁଇଁଛନ୍ତି। ପବନଦୀପ ରାଜନ କେବଳ ସଙ୍ଗୀତରେ ନିଜର ଯାଦୁ ଚଳାଇନାହାନ୍ତି ବରଂ ସେ ପାହାଡିଆ ଘାଟି ରାସ୍ତାରେ ଖୁବ ଭଲରେ ବସ ଚଳାନ୍ତି ।
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ।
ପୁଣି ଲପିଜି ଗ୍ୟାସ ଦର ବୃଦ୍ଧି ପାଇଛି। ଦେଢ ବର୍ଷ ମଧ୍ୟରେ ୧୧ ଥର ରୋଷେଇ ଗ୍ୟାସ ବୃଦ୍ଧି ପାଇଲାଣି । ଏଲପିଜି ଗ୍ୟାସ ବୃଦ୍ଧି ପାଇବାରୁ ରୋଷେଇ ଘର ବଜେଟ ଉପରେ ଚାପ ବଢି ଯାଇଛି।
ଧନୀ ହେଉ କି ଗରିବ ଯିଏ ଯେଉଁ ବାଟ ଯାଉଛି, ସେ ଆଫଗାନିସ୍ତାନର ସୀମା ପାର କରିବାକୁ ଚେଷ୍ଟା କରୁଛି । କିଛି ଲୋକ ପଡୋଶୀ ଦେଶ ଉଜବେକିସ୍ତାନକୁ ପଳାୟନ କରିଥିଲେ । ହେଲେ ସୀମାରେ ଥିବା ଫ୍ରେଣ୍ଡସିପ୍ ବ୍ରିଜ୍ ମଧ୍ୟ ଏହି ଲୋକମାନଙ୍କୁ ପାର କରିବାକୁ ଦିଆଯାଇନଥିଲା । ତାଲିବାନ ପାଇଁ ଉଜବେକିସ୍ତାନର ସମର୍ଥନ ହେଉ କିମ୍ବା ଭୟ ହେଉ କିମ୍ବା କିଛି, ଉଜବେକିସ୍ତାନ ଏହି ପ୍ରସଙ୍ଗରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ଦେଉଛି । ଆଫଗାନୀ ଲୋକଙ୍କୁ ଦେଶରେ ଶରଣ ଦିଆଯାଉନାହିଁ ।
ତାଲିବାନ ଶାସନରେ ମହିଳାଙ୍କୁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ । ଫଳରେ ବର୍ତ୍ତମାନ ତାଲିବାନ ଶାସନ ଫେରିବା ପରେ ମହିଳାମାନେ ବୁର୍ଖା କିଣିବା ପାଇଁ ଦୋକାନକୁ ଦଉଡ଼ୁଛନ୍ତି । ଆଫଗାନିସ୍ତାନରେ ବୁର୍ଖାର ମୂଲ୍ୟ ୧୦ ଗୁଣ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ତାଲିବାନ୍ ଶାନ୍ତି ଓ ବିକାଶର ନାରା ଦେଉଥିଲେ ବି ଏହାକୁ ବିଶ୍ୱାସ କରିପାରୁନାହାନ୍ତି ଆଫଗାନିସ୍ତାନ ବାସୀ
ତାଲିବାନଙ୍କ କବ୍ଜାକୁ ଚାଲି ଯାଇଛି ଆଫଗାନିସ୍ତାନ। ଭୟ ଓ ଆତଙ୍କରେ ଥରି ଉଠୁଛି ସାରା ରାଜ୍ୟ। ଆଫଗାନିସ୍ତାନର ଅନେକ ହୃଦୟ ବିଦାରକ ଦୃଶ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି। ତାଲିବାନୀ ଶାସନକୁ ନେଇ ସବୁଠାରୁ ବେଶି ଆତଙ୍କିତ ହୋଇ ପଡ଼ିଥିବା ଆଫଗାନ ମହିଳାମାନେ ଏବେ ଭୟ ଛାଡ଼ି ରାସ୍ତାକୁ ଓହ୍ଲାଇଛନ୍ତି।
ଆମେରିକାର ଅସ୍ତ୍ରଶସ୍ତ୍ର ଓ ଗୁପ୍ତ ଖଜାନାରେ ବଳୀୟାନ୍ ତାଲିବାନୀ । ଆଫଗାନିସ୍ତାନ ସୈନ୍ୟବାହିନୀ ପାଇଁ ଗଚ୍ଛିତ ଅସ୍ତ୍ରଶସ୍ତ୍ର ଖଜାନା ଏବେ ତାଲିବାନୀ ଆତାଙ୍କବାଦୀଙ୍କ ଶକ୍ତି କୁ ଆହୁରି ବଢ଼ାଇ ଦେଇଛି । ଆମେରିକା ସେନା ଆଫଗାନ ଛାଡ଼ିଯିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏବେ ବିଦ୍ରୋଦୀଙ୍କ ହାତରେ ।
କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।
ଭାଙ୍ଗିଗଲା ଶେଷ ଆଶା । ମଉଳିଗଲା ସ୍ୱାଧୀନତାର ସ୍ୱପ୍ନ । ବିଦ୍ରୋହୀଙ୍କ ବିରୋଧରେ ସ୍ୱର ଉଠାଇ ବନ୍ଦୀ ହେଲେ । ନିଜେ ଫଉଜ ତିଆରି କରି ତାଲିବାନୀଙ୍କୁ ନାକେଦମ୍ କରିଥିବା ଲେଡି ଗଭର୍ଣ୍ଣର ସଲିମା ଶେଷରେ ବନ୍ଦୀ ହୋଇଛନ୍ତି । ଆଫଗାନିସ୍ତାନର ଅନ୍ୟ ନେତା ଯେତେବେଳେ ଦେଶ ଛାଡ଼ି ପଳାୟନ କରୁଥିଲେ, ସେତେବେଳେ ପ୍ରାଣଭୟରେ ପଛଘୁଞ୍ଚା ଦେଇନଥିଲେ ସଲିମା ମଜାରୀ । ସମର୍ଥକଙ୍କ ସହ ମିଶି ତାଲିବାନ ବିରୋଧରେ ଏକୁଟିଆ ଛିଡ଼ା ହୋଇଥିଲେ ।
ତାଲିବାନୀଙ୍କୁ ସମର୍ଥନ କରି ବୟାନ ଦେଇଥିବା ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ଡା.ଶଫିଫୁର ରହମାନ ବର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ଝିଅ । ସୁପ୍ରିମକୋର୍ଟ ଆଜି ଝିଅମାନଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେଇପାରିବେ ଝିଅ । ସୈନିକ ସ୍କୁଲ ଏବଂ ରାଷ୍ଟ୍ରିୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଲିଙ୍ଗଗତ ବାଛ ବିଚାରକୁ ସେନାକୁ ଭର୍ତ୍ସନା କରିଛନ୍ତି ।
ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଭୟଭୀତ ଅବସ୍ଥାରେ ଅଛନ୍ତି ତ ଆଉ କିଏ ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଛନ୍ତି।
ଆଗାମୀ ଦିନରେ ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି। ଏହି ସୂଚନା ବୁଧବାର ସାମ୍ନାକୁ ଆସିଛି।
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ କହିଛନ୍ତି 7.5 ବର୍ଷ ଧରି ଏହି ନିର୍ଯାତନା ତଥା ଯନ୍ତ୍ରଣା ଭୋଗୁଥିଲି । ଆଜି ନ୍ୟାୟ ମିଳିଛି ।
ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବେ ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନୀ ଶାସକ । ହେଲେ ଏହି ପ୍ରତିଶ୍ରୁତି କେତେ ସତ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ପୁଣିଥରେ ସାମ୍ନାକୁ ଆସିଛି ତାଲିବାନୀ ବର୍ବରତା ।