• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚର୍ଚ୍ଚାରେ ପୱନଦୀପ୍ ରାଜନ

  • ପୱନଦୀପଙ୍କ ବସ୍‌ ଡ୍ରାଇଭିଂର ଭିଡିଓ ଭାଇରାଲ

ଇଣ୍ଡିଆନ୍‌ ଆଇଡଲ ୧୨ ଜିତି ପୱନଦୀପ୍ ରାଜନ ଚର୍ଚ୍ଚାରେ । ଉତ୍ତରାଖଣ୍ଡର ବାସିନ୍ଦା ପୱନଦୀପ୍ ଇଣ୍ଡିଆନ୍‌ ଆଇଡଲ ଜିତିବା ପରେ ସଫଳତାର ନୂଆ ଶିଖରକୁ ଛୁଇଁଛନ୍ତି । ପୱନଦୀପ୍ କେବଳ ସଙ୍ଗୀତରେ ନିଜର ଯାଦୁ ଚଳାଇନାହାନ୍ତି ବରଂ ସେ ପାହାଡିଆ ଘାଟି ରାସ୍ତାରେ ଖୁବ ଭଲରେ ବସ ଚଳାନ୍ତି ।

ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓରେ ପୱନଦୀପପ ପାହାଡ଼ ରାସ୍ତାରେ ବସ୍‌ ଡ୍ରାଇଭିଂ କରୁଥିବା ଦେଖାଯାଇଛି । ଏହି ଭିଡିଓକୁ ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସେୟାର କରିଛନ୍ତି। ପାହାଡ଼ିଆ ଘାଟୀ ରାସ୍ତାରେ ପବନଦୀପଙ୍କ ଡ୍ରାଇଭିଂ ଦେଖି ଦର୍ଶକେ ବି ଖୁବ୍‌ ପ୍ରଶଂସା କରୁଛନ୍ତି । ଭିଡିଓ ଦେଖି ପ୍ରଶଂସକମାନେ କହିଛନ୍ତି, ‘ଆପଣ ଯଦି ସବୁ କାମ କରିବେ, ତେବେ ଆମେ କଣ କରିବୁ?’ ଭିଡିଓର ପୃଷ୍ଠଭୂମିରେ ଗଦର ଚଳଚ୍ଚିତ୍ରର ‘ମେଁ ନିକଲା ଗାଡି ଲେକେ’ ଗୀତ ବାଜୁଛି ।

ବର୍ତ୍ତମାନ ପୱନଦୀପଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ସେ ଜଣେ ପେସାଦାର ବସ୍ ଡ୍ରାଇଭର କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁସାରେ, ପୱନଦୀପଙ୍କ ଏହି ଭାଇରାଲ ଭିଡିଓ ୧୫ ଏପ୍ରିଲ ୨୦୨୧ ରେ ପୋଷ୍ଟ କରାଯାଇଥିଲା । ଭିଡିଓର ବ୍ୟାକ୍‌ ଗ୍ରାଉଣ୍ଡରେ ଗଦର ଫିଲ୍ମର ଗୀତ ‘ମେ ନିକଲା ଗଡି ଲେକେ’ ବାଜୁଛି । ଆଉ ସବୁଠାରୁ ବଡ଼ କଥା ହେଲା ଡ୍ରାଇଭିଂ ସ୍କିଲ୍‌ ଦେଖି ଲାଗୁଛି ଯେ ସେ ଜଣେ ଦକ୍ଷ ଡ୍ରାଇଭର ।