Advertisment

‘ବେଲ୍ ବଟମ୍’ ରିଲିଜ୍ ପୂର୍ବରୁ ଲଣ୍ଡନରେ ଅକ୍ଷୟ କୁମାର

'ବେଲ୍ ବଟମ୍' ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି। କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ଅକ୍ଷୟ କୁମାର ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଏକ ବଗିଚାରେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ତେବେ ଏହି ଫଟୋରେ ତାଙ୍କ ପଛ ପାଖ ଦୃଶ୍ୟମାନ ହେଉଛି। ସେ ଏକ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ତାଙ୍କ ଜ୍ୟାକେଟ୍‌ରେ ପୋଲିସ ଲେଖାଯାଇଛି। ଏହାକୁ ସେୟାର କରି ସେ ସତେଜ ପବନ ନେଉଥିବା କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
‘ବେଲ୍ ବଟମ୍’ ରିଲିଜ୍ ପୂର୍ବରୁ ଲଣ୍ଡନରେ ଅକ୍ଷୟ କୁମାର

Bell Bottom

ମୁମ୍ବାଇ : ଆଜିକାଲି ବଲିଉଡ 'ଖିଲାଡି' ଅକ୍ଷୟ କୁମାରଙ୍କ ଚର୍ଚ୍ଚା ଚାରିଆଡେ। ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବେଲ୍ ବଟମ୍' ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୯ରେ ରିଲିଜ୍ ହେବ। ଗତ ବର୍ଷ କରୋନା ସମୟରୁ ଚର୍ଚ୍ଚାକୁ ଆସିଥିବା ଏହି ଚଳଚ୍ଚିତ୍ରଟି ହେଉଛି ପ୍ରଥମ ଫିଲ୍ମ, ଯାହା ଲକ୍‌ଡାଉନ୍ ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଫିଲ୍ମକୁ ନେଇ ଏକ ବଡ଼ ଧରଣର ଗୁଜବ ସୃଷ୍ଟି ହୋଇଛି। ତିନି ଦିନ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି।

Advertisment
ଲଣ୍ଡନରେ ଅକ୍ଷୟ କୁମାର

ଅନ୍ୟପକ୍ଷରେ 'ବେଲ୍ ବଟମ୍' ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି। କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ଅକ୍ଷୟ କୁମାର ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଏକ ବଗିଚାରେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ତେବେ ଏହି ଫଟୋରେ ତାଙ୍କ ପଛ ପାଖ ଦୃଶ୍ୟମାନ ହେଉଛି। ସେ ଏକ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ତାଙ୍କ ଜ୍ୟାକେଟ୍‌ରେ ପୋଲିସ ଲେଖାଯାଇଛି। ଏହାକୁ ସେୟାର କରି ସେ ସତେଜ ପବନ ନେଉଥିବା କହିଛନ୍ତି।

Advertisment

ଯଦିଓ ସାରା ଦେଶରେ ସିନେମା ହଲ୍ ଖୋଲି ନାହିଁ କିନ୍ତୁ 'ବେଲ୍ ବଟମ୍' କୁ ନେଇ ଲୋକଙ୍କ କ୍ରେଜ୍ ବହୁତ ଦେଖାଯାଉଛି। ତେବେ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଅହମ୍ମଦାବାଦ ଭଳି ସହରରେ ଅକ୍ଷୟ କୁମାରଙ୍କ ଫିଲ୍ମର ଅଗ୍ରୀମ ବୁକିଂ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ଅଧିକାଂଶ ସହରରେ ସିନେମାଗୁଡିକ କେବଳ ୫୦% କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜରେ ମଧ୍ୟ କ୍ଷତି ହେବାର ଆଶଙ୍କା ରହିଛି।

ଅକ୍ଷୟ କୁମାର ଏବଂ ଫିଲ୍ମର ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖକୁ ନେଇ ଏକ ସ୍ମାର୍ଟ ପଦକ୍ଷେପ ନେଇଛନ୍ତି। ଅକ୍ଷୟଙ୍କ ଏହି ଚଳଚ୍ଚିତ୍ର ଦେଶଭକ୍ତି ଉପରେ ଆଧାରିତ। ନିର୍ମାତା ଚାହିଁଥିଲେ ଅଗଷ୍ଟ ୧୫ ରେ ଫିଲ୍ମ ରିଲିଜ୍ କରିପାରିଥାନ୍ତେ, କିନ୍ତୁ ସେମାନେ 'ଶେର୍ ଶାହା' ଏବଂ 'ଭୁଜ୍ : ପ୍ରାଇଡ୍ ଅଫ୍ ଇଣ୍ଡିଆ' ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନ ଥିଲେ।

କରୋନା ପରିସ୍ଥିତିକୁ ନଜରରେ ରଖି ନିର୍ମାତା ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଉଛନ୍ତି କିମ୍ବା ଓଟିଟିରେ ରିଲିଜ୍ କରୁଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜରେ ମଧ୍ୟ କ୍ଷତି ହେବାର ଆଶଙ୍କା ରହିଛି। ସିଧାସଳଖ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଲ୍ ବଟମ୍ ହେଉଛି ପ୍ରଥମ ଚଳଚ୍ଚିତ୍ର। ଏହି ପ୍ରସଙ୍ଗରେ ଅକ୍ଷୟ କୁମାର ନିଜେ କହିଥିଲେ, “ସମସ୍ତଙ୍କ ଉପରେ ବହୁତ ଚାପ ରହିଛି କିନ୍ତୁ ମୋର ବିଶ୍ୱାସ ଯେ ସବୁକିଛି ଠିକ ହୋଇଯିବ। ଚ୍ୟାଲେଞ୍ଜ୍‌ ହେଉଛି ଗୋଟିଏ ରିସ୍କ। ଯଦି ଆପଣ ଜୀବନରେ ରିସ୍କ ନେଇ ନାହାଁନ୍ତି ତେବେ ଆପଣ କ’ଣ? ତେଣୁ ଆମେ ଏହାକୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛୁ।

ଅକ୍ଷୟ କୁମାର ଅଗଷ୍ଟ ୧୫ ସମୟ ଫିଲ୍ମ ରିଲିଜ ନ କରି ରାଖୀ ସମୟରେ ରିଲିଜ୍ କରି ମୋଟା ଅଙ୍କର କମେଇବା ନେଇ ଚେଷ୍ଟା କରିଛନ୍ତି। ସୂଚନା ମୁତାବକ ଆଡଭାନ୍ସ ବୁକିଂକୁ ଦେଖିଲେ 'ବେଲ୍ ବଟମ୍' ୬-୭ କୋଟିର ଏକ ପ୍ରାରମ୍ଭିକ ସଂଗ୍ରହ ଦେଇପାରେ ବୋଲି ଆଶା କରାଯାଉଛି।

Akshay Kumar Bell Bottom
Advertisment
Advertisment