• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Bjp leader shot dead
ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୋଟିଏ ସପ୍ତାହରେ ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା।

sp mla amitabh bajpai
‘NHAI ଅଧିକାରୀଙ୍କୁ ଚାପୁଡ଼ା ମାର, ୧ ଲକ୍ଷ ଟଙ୍କା ପୁରସ୍କାର ନିଅ’ ଘୋଷଣା କରିଥିବା ବିଧାୟକଙ୍କ ବିରୋଧରେ FIR

କାନପୁରର ସମାଜବାଦୀ ପାର୍ଟି(SP) ବିଧାୟକ ଅମିତାଭ ବାଜପେୟୀଙ୍କ ବିରୋଧରେ FIR ରୁଜୁ ହୋଇଛି। NHAI(National Highways Authority of India)ର ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ପୁରସ୍କାର ଦିଆଯିବ ବୋଲି ଅମିତାଭ ଘୋଷଣା କରିଥିବା ଅଭିଯୋଗ ହୋଇଛି।

Senior Congress leader and former Kerala Chief Minister Oommen Chandy |
ଯୌନ ନିର୍ଯାତନା ଅଭିଯୋଗରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍‌ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍‌ରେ ଘଟିଥିଲା।

taliban says liberated afghanistan
ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବୁ ନାହିଁ, ସବୁ ଦେଶକୁ ସୁରକ୍ଷା ଦେବୁ-ତାଲିବାନ

ତାଲିବାନଙ୍କ ହାତରେ ଆଫଗାନିସ୍ଥାନ କ୍ଷମତା ଡୋରି ରହିବା ପରେ ସାରା ବିଶ୍ୱରେ ମଧ୍ୟ ଚିନ୍ତା ବଢିଯାଇଛି। ଏପରି ସ୍ଥଳେ ତାଲିବାନ ନିଜ ଛବି ସୁଧାରିବାକୁ ଚାହୁଁଛି। ମଙ୍ଗଳବାର ତାଲିବାନ ପକ୍ଷରୁ କୁହାଯାଇଛି, ଇସ୍‌ଲାମ ନିୟମ ଅନୁସାରେ ମହିଳାମାନଙ୍କୁ  ଅଧିକାର ଦିଆଯିବ, ସବୁ ଦେଶକୁ ସୁରକ୍ଷା ଦିଆଯିବ। ପ୍ରତିଶୋଧ ମନବୃତ୍ତି ରଖି କାମ କରିବୁ ନାହିଁ....

afghan crisis
କାବୁଲ୍‌ରେ ଘର ଘର ବୁଲି ସାମ୍ବାଦିକଙ୍କୁ ଖୋଜୁଛନ୍ତି ତାଲିବାନ

ଆଫଗାନିସ୍ତାନରେ କିଛି ଶିଖ୍ ଓ ହିନ୍ଦୁ ଫସି ରହିଛନ୍ତି  । ଉଦ୍ଧାର କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଫେରିବା ଦ୍ୱାରା ସବୁଠାରୁ ଅଧିକ କେଉଁ ବର୍ଗ ଯଦି ଆତଙ୍କିତ ହୋଇଥାନ୍ତି, ତେବେ ସେମାନେ ହେଉଛନ୍ତି ମହିଳା  ।

meeting of Cabinet Committee
ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଶରଣ ଦେବ ଭାରତ

ତାଲିବାନ୍‌ର କାବୁଲ୍ ଅଧିକାର ପରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ବୈଠକରେ ବିଷଦ୍ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସିଥିବା ହିନ୍ଦୁ ଓ ଶିଖ୍ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ତାଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Joe Biden
ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନେଇ ବାଇଡେନ୍‌ଙ୍କ ବଡ଼ ବୟାନ୍‌

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଠିକ୍ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନ ଉପରେ ଆତଙ୍କବାଦୀ ସଂଗଠନର ତାଲିବାନର କବ୍‌ଜା ଓ କାବୁଲରୁ ଆସୁଥିବା ଭୟଙ୍କର ବିଶୃଙ୍ଖଳା ।

Taliban Leader Mujahid
ମହିଳାମାନେ ନିର୍ଯାତନାର ଶିକାର ହେବା ସଂଗଠନ ଚାହେଁନି: ତାଲିବାନ୍

ତାଲିବାନର ଅପ୍ରତ୍ୟାଶିତ ଅଗ୍ରଗତିକୁ ଦେଖି ନିଜ ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା ଭାରତ। କାରଣ ଭାରତୀୟ ଦୂତାବାସ କର୍ମଚାରୀ ତାଲିବାନର ରାଡାରରେ ଥିଲେ ।ତେବେ ତାଲିବାନର ଦ୍ରୁତ ଅଗ୍ରଗତି ଯୋଗୁ ଏହି କାର୍ଯ୍ୟ ଅତି ଆହ୍ୱାନପୂର୍ଣ୍ଣ ହୋଇଥିଲା। କାବୁଲ ବିମାନ ବନ୍ଦରରେ ଚରମ ବିଶୃଙ୍ଖଳା ସତ୍ତ୍ୱେ ବାୟୁସେନାର ସି-୧୭ ମାଲବାହୀ ବିମାନ ୧୫ ତାରିଖରେ ଏଠାରେ ଅବତରଣ କରିଥିଲା।

Taliban
ତାଲିବାନ ଆଗରେ କାହିଁକି ତିଷ୍ଠି ପାରିଲା ନାହିଁ ଆଫଗାନିସ୍ତାନ ସେନା

ଆଫଗାନିସ୍ତାନ ଯାହାକୁ ନେଇ ଭୟ କରୁଥିଲା ଶେଷରେ ତାହା ହିଁ ହେଲା। ଏହି ଆଶଙ୍କା ପାଇଁ କୌଣସି ଜ୍ୟୋତିଷଙ୍କର ଆବଶ୍ୟକତା ନ ଥିଲା। ସମସ୍ତେ ଜାଣିଥିଲେ ଯେ ତାଲିବାନ କାବୁଲକୁ ଶୀଘ୍ର କବ୍ଜା କରିବ। କିନ୍ତୁ ଏହା ଏତେ ଶୀଘ୍ର ଘଟିବ, ବୋଧହୁଏ ଖୁବ୍ କମ୍ ଲୋକ ଆଶା କରୁଥିବେ। ତେବେ ଏପରି କାହିଁକି ହେଲା? ତାଲିବାନ ସେନା ଆଗରେ ଆଫଗାନିସ୍ତାନ ସେନା କିପରି ଦୁର୍ବଳ ପ୍ରମାଣିତ ହେଲା? ଆଫଗାନିସ୍ତାନ ସେନା ସେତିକି ଶକ୍ତିଶାଳୀ ନ ଥିଲା କି?

Arvind Kejriwal
ସରଗରମ ଉତ୍ତରାଖଣ୍ଡ ରାଜନୀତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।

Haiti Earthquake
୧୧ ବର୍ଷ ପରେ ହାଇତିରେ ପୁଣି ପ୍ରକୃତିର ତାଣ୍ଡବ

୧୧ ବର୍ଷ ପରେ ହାଇତିରେ ପୁଣି ପ୍ରକୃତିର ତାଣ୍ଡବ । ଭୂ-କମ୍ପରେ ଛାରଖାର ହୋଇଯାଇଛି ଘରଦ୍ୱାର । ଧ୍ୱଂସସ୍ତୁପରେ ପରିଣତ ହୋଇଛି ଅନେକ ଅଟ୍ଟାଳିକା । ଅନେକ ସ୍ଥାନରେ ଗୋଟିଏ ଗୋଟିଏ ଗାଁ ପୁରା ନିଶ୍ଚିନ୍ନ ହୋଇଯାଇଥିବାର ଚିତ୍ର ସବୁ ସାମ୍ନାକୁ ଆସୁଛି ।

Dolphin Metabolism
ମଣିଷ ପରି ଡଲ୍‌ଫିନ୍‌ର ବି ମେଟାବୋଲିଜିମ୍‌ରେ ମନ୍ଥରତା ଦେଖାଯାଏ

ମେଦବହୁଳତାକୁ ଏବେ ସାରା ବିଶ୍ୱ ଚିନ୍ତାରେ। ତେବେ ଏଥିପାଇଁ ମେଟାବୋଲିଜିମ୍‌ର ମନ୍ଥରତା ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ, ଯେଉଁଥିପାଇଁ ଅଧିକାଂଶ ଜୀବନଶୈଳୀ ଦାୟୀ ବୋଲି କୁହାଯାଏ। ଆମେ ଭାବୁ ଯେ ଏହା କେବଳ ମାନବ କ୍ଷେତ୍ରରେ ହୋଇଥାଏ। କିନ୍ତୁ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଡଲଫିନ୍ ସହିତ ମଧ୍ୟ ଏଭଳି ହୋଇଥାଏ। ଡ୍ୟୁକ୍ ୟୁନିଭର୍ସିଟିର ଅନୁସନ୍ଧାନରୁ ଜଣାପଡିଛି ଯେ ବଟଲନୋଜ୍ ଡଲଫିନ୍‌ମାନେ ବୟସ ଅନୁସାରେ କମ୍ ହାରରେ କ୍ୟାଲୋରୀ ବର୍ଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି।

Afghanistan Student
ଓଡ଼ିଶାରେ ଥାଇ ଡରୁଛନ୍ତି ଆଫ୍‌ଗାନ୍‌ ଛାତ୍ର, ପରିବାରକୁ ନେଇ ଚିନ୍ତିତ ! ଶୁଣନ୍ତୁ...

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।

Virat Kohli
IND vs ENG: ଲର୍ଡସ ଟେଷ୍ଟ ବିଜୟ ପରେ ବିରାଟଙ୍କ ନାଁରେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଏବେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ୱରେ ସୁବଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଜିତିଥିବା ଅଧିନାୟକଙ୍କ ତାଲିକାର ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି ।

Ellen to Elliot Page
ଅଭିନେତ୍ରୀ ଭାବେ କମେଇଲେ ନାଁ, ଏବେ ସାର୍ଟଲେସ୍‌ରେ ଦେଖେଇଲେ ଆବ୍ସ

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । କାହାକୁ ତାଙ୍କ ଜୀବନରେ ଖ୍ୟାତି ମିଳୁ ନାହିଁ ତ ପୁଣି କାହାର ଟଙ୍କାର ଅଭାବ ରହିଛି। କିଛି ଏପରି ବି ଲୋକ ଅଛନ୍ତି ଯେଉଁମାନେ ଏସବୁ ପାଇଛନ୍ତି ସତ କିନ୍ତୁ ସେମାନଙ୍କ ଅନ୍ୟ କିଛି ଅଭାବ ରହିଯାଇଛି। ହଲିଉଡ୍ ଅଭିନେତ୍ରୀ ଏଲେନ୍ ପେଜ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ସେ ଜଣେ ଅଭିନେତ୍ରୀ ଭାବରେ ଭଲ ନା କମେଇଛନ୍ତି ଏହା ସହିତ ଅର୍ଥ ବି। କିନ୍ତୁ ଏହା ପାଇବା ପରେ ମଧ୍ୟ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଏବଂ ସେ ମହିଳାରୁ ପୁରୁଷ ହୋଇଯାଇଛନ୍ତି।

Paralympics
୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ, ପଲକ କୋହିଲଙ୍କ ସହ କଥା ହେଲେ ମୋଦି

ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ।

Turkey building wall
ଆଫଗାନୀ ଶରଣାର୍ଥୀଙ୍କୁ ରୋକିବାକୁ ତୁର୍କୀର ପ୍ରାଚୀର ନିର୍ମାଣ

ଆଫଗାନିସ୍ତାନ ଉପରେ ତାଲିବାନର ଦଖଲ ପରେ ହଜାର ହଜାର ଲୋକ ଦେଶ ଛାଡିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ତୁର୍କୀ ଆଫଗାନିସ୍ତାନ ଶରଣାର୍ଥୀଙ୍କ ଆଗମନକୁ ଭୟ କରୁଛି। ତେଣୁ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀଙ୍କୁ ରୋକିବା ପାଇଁ ତୁର୍କୀ ଇରାନ ସୀମାରେ ଏକ ପ୍ରାଚୀର ନିର୍ମାଣ କରୁଛି। ତୁର୍କୀ ଏହାର ଇରାନ ସୀମାରେ ୨୯୫ କିଲୋମିଟର ଲମ୍ବର ପ୍ରାଚୀର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

Super Dancer 4
'ସୁପର ଡାନ୍ସର୍ ୪'କୁ ଫେରିଲେ ଶିଳ୍ପା ଶେଟ୍ଟୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା 'ସୁପର ଡାନ୍ସର୍' ଜଜ୍ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାରଣରୁ ବିବାଦ ଘେରକୁ ଚାଲିଯାଇଛନ୍ତି। ଫଳରେ ତାଙ୍କୁ ଆଜିକାଲି ଶୋ’ରେ ଦେଖିବାକୁ ମିଳୁନି। ଶୋ’ରେ ଶିଳ୍ପାଙ୍କ ଅନୁପସ୍ଥିତି କାରଣରୁ ପ୍ରତି ସପ୍ତାହରେ ଏକ ନୂଆ ଅତିଥିକୁ ଡକାଯାଉଛି। କିନ୍ତୁ ଶିଳ୍ପାଙ୍କ ପ୍ରଶଂସକମାନେ ମନେ ମନେ ଅନେକ କିଛି ଭାବି ନେଇଛନ୍ତି। ସେମାନେ ଭାବି ନେଇଛନ୍ତି ଯେ ବୋଧହୁଏ ଶୋ’ର ନିର୍ମାତା ତାଙ୍କୁ ସବୁଦିନ ପାଇଁ ଛୁଟି ଦେଇଦେଲେ, ତାଙ୍କୁ ଆଉ ଶୋ’ରେ ଦେଖିବାକୁ ମିଳିବ ନାହିଁ। କିନ୍ତୁ, ବର୍ତ୍ତମାନ ଶିଳ୍ପାଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଖୁସି ଖବର ଆସିଛି।

taliban declared general amnesty
ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ଘୋଷଣା କଲା ତାଲିବାନ, କାମକୁ ଫେରିବାକୁ ଆହ୍ୱାନ

ଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ତାଲିବାନ ରାଜଧାନୀ କାବୁଲ୍‌ରେ ସମସ୍ତ ସରକାରୀ କର୍ମଚାରୀଙ୍କୁ କାମକୁ ଫେରିବା ପାଇଁ ଆହ୍ୱାନ ଦେଇଛନ୍ତି।

Divya Agarwal
ବିଗ୍ ବସ୍ ଓଟିଟିରେ ରାଗିଲେ ଦିବ୍ୟା ଅଗ୍ରୱାଲ

ବିଗ୍ ବସ୍ ଓଟିଟିରେ ଦିବ୍ୟା ଅଗ୍ରୱାଲଙ୍କୁ କରଣ ଜୋହରଙ୍କ ଭୟଙ୍କର ରୂପ ସାମ୍ନା କରିବାକୁ ପଡିଥିଲା। କରଣ ଜୋହର ଦିବ୍ୟା ଅଗ୍ରୱାଲଙ୍କ ଉପରେ ଶମିତା ଶେଟ୍ଟୀ ଏବଂ ନେହା ଭାସିନଙ୍କୁ ନେଇ ଆଡୁସାଡୁ କହିଥିବା ଅଭିଯୋଗ କରିଥିଲେ । ଏହା ପରେ ଦିବ୍ୟା ଅଗ୍ରୱାଲ ଓ ଶମିତା ଶେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ଏବଂ ବର୍ତ୍ତମାନ ସେମାନଙ୍କର ବନ୍ଧୁତା ଭାଙ୍ଗିବା ଉପରେ ଅଛି।

russia
ତାଲିବାନୀଙ୍କ ହାତରେ ଅଧିକ ସୁରକ୍ଷିତ କାବୁଲ୍‌: ଋଷିଆ

ତାଲିବାନୀଙ୍କ ସପକ୍ଷରେ ମତ ପ୍ରକାଶ କରିଛି ଋଷିଆ। ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ କହିଛନ୍ତି ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ। ଆଫଗାନିସ୍ତାନକୁ ନିଜ କବଜାକୁ ନେବାର ୨୪ ଘଂଟାରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଏବେ ଅଧିକ ସୁରକ୍ଷିତ ରହିବ। ତେବେ ଋଷିଆର ଏପରି ମନ୍ତବ୍ୟକୁ ନେଇ ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି।

Afghanistan's first female mayor
’ଘରେ ଅପେକ୍ଷା କରିଛି, ତାଲିବାନୀ ଆସି ମୋତେ ଓ ପରିବାରକୁ ମାରି ଦିଅନ୍ତୁ’

ମୃତ୍ୟୁ ଆସନ୍ନ । ତଥାପି ନିର୍ଭିକ, ନିଶ୍ଚଳ । ଆଖି ଆଗରେ ସ୍ୱାମୀଙ୍କୁ ହତ୍ୟା କରିପାରନ୍ତି. . .ପିଲାଙ୍କ ଉପରେ ଅତ୍ୟାଚାର କରିପାରନ୍ତି । ତାଲିବାନୀ କୌଣସି ବି ମୁହୂର୍ତ୍ତରେ ପହଞ୍ଚି ପାରନ୍ତି । ତଥାପି ଦମ୍ଭ ଧରି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଜରିଫା ଗଫାରି । କଥା କହିଲା ବେଳେ ଗଳା ଭାରି ହୋଇଯାଉଛି ।

Kangana and KRK
ପଙ୍ଗା କ୍ୱିନ୍‌ଙ୍କ ସହ ପଙ୍ଗା ନେଲେ କେଆର୍‌କେ; କହିଲେ ‘ଲଭ୍ ଜିହାଦ’

ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ରହୁଥିବା କେଆର୍‌କେ, ପ୍ରାୟତଃ ସେଲିବ୍ରିଟିଙ୍କ ବିଷୟରେ ବିବାଦୀୟ ବୟାନ ଦିଅନ୍ତି ଏବଂ ପରେ ଚର୍ଚ୍ଚାର ପରିସରକୁ ଆସନ୍ତି। କମଲ ଆର୍‌ ଖାନ୍‌ ବର୍ତ୍ତମାନ ସେମିତି କିଛି କରିଥିବା ନଜର ଆସିଛି। ପୂର୍ବରୁ କିଛି ସେଲିବ୍ରେଟ୍‌ଙ୍କୁ ନେଇ ବିବାଦୀୟ ଟ୍ୱିଟ୍ କରିଥିବା ଓ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ପଙ୍ଗା ନେଇଥିବା କେଆର୍‌କେ ବର୍ତ୍ତମାନ ବଲିଉଡର 'ପଙ୍ଗା କୁଇନ୍' କଙ୍ଗନା ରାଣାୱତଙ୍କୁ ଟାର୍ଗେଟ୍‌ କରିଛନ୍ତି।

Jhansi Police case
ସାର୍ଟ ପିନ୍ଧିନଥିବାରୁ ପୋଲିସ କନେଷ୍ଟବଳଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଲେ, ମୋବାଇଲ ଭାଙ୍ଗି ଦେଲେ ବିଜେପି ନେତ୍ରୀଙ୍କ ଝିଅ

ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ?

US president Joe Biden
ଅଶରଫ ଘନିଙ୍କୁ ଟାର୍ଗେଟ କଲେ ବାଇଡେନ: କହିଲେ, କଠିନ ସମୟରେ ଦେଶ ଛାଡ଼ି ପଳାଇଗଲେ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରି ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି। ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି।