ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ରହୁଥିବା କେଆର୍କେ, ପ୍ରାୟତଃ ସେଲିବ୍ରିଟିଙ୍କ ବିଷୟରେ ବିବାଦୀୟ ବୟାନ ଦିଅନ୍ତି ଏବଂ ପରେ ଚର୍ଚ୍ଚାର ପରିସରକୁ ଆସନ୍ତି। କମଲ ଆର୍ ଖାନ୍ ବର୍ତ୍ତମାନ ସେମିତି କିଛି କରିଥିବା ନଜର ଆସିଛି। ପୂର୍ବରୁ କିଛି ସେଲିବ୍ରେଟ୍ଙ୍କୁ ନେଇ ବିବାଦୀୟ ଟ୍ୱିଟ୍ କରିଥିବା ଓ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ପଙ୍ଗା ନେଇଥିବା କେଆର୍କେ ବର୍ତ୍ତମାନ ବଲିଉଡର 'ପଙ୍ଗା କୁଇନ୍' କଙ୍ଗନା ରାଣାୱତଙ୍କୁ ଟାର୍ଗେଟ୍ କରିଛନ୍ତି।
ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ?
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରି ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି। ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି।
ରାଜସ୍ଥାନର ଅଜ୍ମେର୍ରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜୀବନ୍ତ ଜଳିଗଲେ ୪ ଜଣ। ଆଜି ସକାଳୁ ହିଁ ରାଜସ୍ଥାନର ଅଜମେର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସହରର ଆଦର୍ଶ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ୨ ଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏହେ ତୀବ୍ର ଥିଲା ଯେ, ଉଭୟ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଟ୍ରେଲରରେ ଥିବା ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି
ବୁଲ୍ରୁ ଉଡ଼ାଣ ଭରିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଏୟାରକ୍ରାଫ୍ଟ ଗୁଜରାଟ ଜାମନଗରରେ ପହଞ୍ଚିଛି ଥିବା ନେଇ ସୂଚନା ମିଳିଛି। ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା
ଏଣିକି ଚାଷୀମାନଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର ଟଙ୍କା। ମୋଟ୍ ଉପରେ PM kisan Samman Nidhi ଯୋଜନାରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ତେବେ ବର୍ଦ୍ଧିତ ଟଙ୍କା ଖୁବ୍ଶୀଘ୍ର ମିଳିବ ବୋଲି ସୂଚନା ରହିଛି। ଜାତୀୟ ଗଣାମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ହେଉଛି କି PM kisan Samman Nidhi ଯୋଜନାରେ ମିଳୁଥିବା ଟଙ୍କାକୁ ଦ୍ୱିଗୁଣିତ କରାଯିବ।
ତେବେ ମୋଟ୍ ଉପରେ କହିବାକୁ ଗଲେ, RRC ରେଳ ନିଯୁକ୍ତି ୨୦୨୧ ପ୍ରକାଶ ପାଇଛି। ପଶ୍ଚିମ ରେଳବାଇର ରେଳ ନିଯୁକ୍ତି ସେଲ୍ (RRC) ଗ୍ରୁପ୍ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ କ୍ରୀଡା କୋଟା ମାଧ୍ୟମରେ ଗ୍ରୁପ୍ ସି ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିବା ପାଇଁ କୁହାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୦୩ ସେପ୍ଟେମ୍ବର ମଧ୍ୟରେ rrc-wr.com ରେ ପଶ୍ଚିମ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ।
ଜିଲ୍ଲା ପଞ୍ଚାୟତ ବୈଠକରେ ଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ସର୍ବସମ୍ମତି କ୍ରମେ ପାସ୍ ହୋଇଛି । ଏହା ସହିତ ମେନପୁରୀ ଜିଲ୍ଲା ପଞ୍ଚାୟତ ମଧ୍ୟ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଦେଇଥିବା ପ୍ରସ୍ତାବକୁ ପାସ୍ କରିଛି । ଲିଗଡରେ ଜିଲ୍ଲା ପଞ୍ଚାୟତ ବୋର୍ଡର ବୈଠକରେ କେହେରୀ ସିଂ ଏବଂ ଉମେଶ ଯାଦବ ଲିଗଡର ନାମକୁ 'ହରିଗଡ'ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ ହୋଇଛି ।
ଆଫଗାନିସ୍ତାନରେ ତାଲିବାନୀ ରାଜ୍। ଭୟରେ ଦେଶ ଛାଡ଼ି ପଳାଇ ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଆଉ ଏହାରି ସମୟରେ କାବୁଲରୁ ଭାରତୀୟ ଦୂତବାସ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିବା ଜାତୀୟ ଗଣମାଧ୍ୟମ ପିଟିଆଇ ପକ୍ଷରୁ ସୂଚନା ମିଳିଛି
କରୋନା ମହାମାରୀର ତୃତୀୟ ଲହରୀ ପ୍ରସଙ୍ଗରେ ବିଶେଷଜ୍ଞଙ୍କ ଚେତାବନୀ ମଧ୍ୟରେ ସରକାର ସୋମବାର ଦିନ COVID-19 ଆଣ୍ଟିଜେନ୍ ଟେଷ୍ଟିଂ କିଟର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତତ୍କାଳ ପ୍ରଭାବ ପାଇଁ COVID-19 ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ରପ୍ତାନିକୁ ସୀମିତ ବର୍ଗରେ ରଖାଯାଇଛି ବୋଲି ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ।
ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ୨୫ ହଜାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୭ ଜଣ ଆକ୍ରାନ୍ତଙ୍କ ଯାଇଛି ଜୀବନ। ଗତ ୧୫୪ ଦିନ ପରେ ଆଜି ସବୁଠୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୨ ହଜାର ୭୯କୁ ବୃଦ୍ଧି ପାଇଛି। ସେହିପରି ଭାବରେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ର ସଂଖ୍ୟା ୩,୬୯,୮୪୬ ରହିଛନ୍ତି। ଏହାସହ କରୋନାରୁ ମୋଟ୍ ୩,୧୪,୪୮,୭୫୪ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।
ଧନୀ ଆତଙ୍କୀ ସଂଗଠନରେ ତାଲିବାନୀ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବାର୍ଷିକ ପାଖାପାଖି ୧୨ ହଜାର କୋଟିର ଟର୍ଣ୍ଣଓଭର । ତେବେ ଏଇଠି ପ୍ରଶ୍ନ ଉଠୁଛି, ଅସ୍ତ୍ରଶସ୍ତ୍ର କିଣିବା ପାଇଁ ତାଲିବାନ ପାଖକୁ ଟଙ୍କା କେଉଁଠୁ ଆସେ ? କିଏ ଏତେ ଟଙ୍କା ଦେଉଛି ? ବେଆଇନ୍ କାରବାର ପାଇଁ ପାଣ୍ଠି କେଉଁଠୁ ଆସୁଛି ? ୨୦୧୬ରେ ଫୋର୍ବସ୍ ପତ୍ରିକା ତାଲିବାନକୁ ବିଶ୍ୱର ପଞ୍ଚମ ଧନୀ ଆତଙ୍କବାଦୀ ସଂଗଠନ ଭାବରେ ନାମିତ କରିଥିଲା । ସେତେବେଳେ ତାଲିବାନର ବାର୍ଷିକ କାରବାର ପ୍ରାୟ ୪୦୦ ମିଲିୟନ୍ ଡଲାର ଥିଲା ।
ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ । ୨୦ ବର୍ଷ ପରେ ତାଲିବାନକୁ ପୁଣି କବଜାକୁ ନେଲା ତାଲିବାନୀ ସଂଗଠନ । ରବିବାର ଦିନ ରାଜଧାନୀ କାବୁଲକୁ ଅକ୍ତିଆର କରିଥିଲା କରିବା ପରେ ତା’ ପରଦିନ ତାଲିବାନୀ ମାନେ ଏକ ମନୋରଞ୍ଜନ ପାର୍କରେ ମଜା କରୁଥିବା ଦେଖିବାକୁ ମିଳିଥିଛି । ଆମ୍ୟୁଜମେଣ୍ଟ୍ ପାର୍କରେ ଛୁଆଙ୍କ ପରି ମଜାମସ୍ତି କରିବାର ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ତାଲିବାନବାସୀ ହାତରେ ବନ୍ଧୁକ ଧରି ଏକ ବୈଦ୍ୟୁତିକ କାର ଚଳାଉଥିବା ଦେଖାଯାଇଛି
ଭୀତତ୍ରସ୍ତ ଚେହେରା, ଭଙ୍ଗା ମନ ଆଉ ଜୀବନ ଜିଇଁବାର ଆଶା ବାଟ କଢ଼ାଇ ନେଉଛି । ବିମାନ ଭିତରର ଫଟୋ ବଖାଣୁଛି ଯନ୍ତ୍ରଣାର କାହାଣୀ । ତାଲିବାନୀ ଆତଙ୍କୀଙ୍କ ଶାସନରେ ରହିବା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା ଶ୍ରେୟସ୍କର ମଣୁଛନ୍ତି ଲୋକେ । ପ୍ରତ୍ୟେକ ମୁହୂର୍ତ୍ତରେ ବଦଳିଯାଉଛି ଆଫଗାନିସ୍ତାନର ସ୍ଥିତି ।
ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ସେ ଏବେ ବି ଅଛନ୍ତି ବୋଲି କହିଛନ୍ତି।
ମହାରାଷ୍ଟ୍ରରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଭୟ ମଧ୍ୟ ବଢ଼ି ବଢ଼ି ଚାଲିଛି । ସୋମବାର ଦିନ ଡେଲଟା ଭାରିଏଣ୍ଟର ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ନୂତନ ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଡେଲଟା ପ୍ଲସ୍ ଭାରିଏଣ୍ଟ ରୋଗୀଙ୍କ ସଂଖ୍ୟା ୭୬କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ମିରାଜ କୋହ୍ଲାପୁରରୁ ୬ଟି, ରତ୍ନାଗିରିରୁ ୩ଟି ଏବଂ ସିନ୍ଧୁଦର୍ଗରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି ।
ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ଏଭଳି ସମୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି । ନୂଆଦିଲ୍ଲୀ ଭାରତୀୟଙ୍କ ସୁରକ୍ଷା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛଇ ।
ଆଫଗାନିସ୍ତାନକୁ ଗଢିବା କିମ୍ବା ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ନୁହେଁ ବରଂ ଆମେରିକାରେ ଯେଭଳି ପୁଣି ଆତଙ୍କବାଦୀ ଆକ୍ରମଣ ନହେବ, ତାହା ଆମର ଫୋକସ୍ ବୋଲି ସେ କହିଥିଲେ । ଏହାଛଡ଼ା ଆଫଗାନ ରାଜନୈତିକ ନେତା ମାନେ ଦେଶର ଭବିଷ୍ୟତ ନେଇ ଏକାଠି ହୋଇପାରୁନାହାନ୍ତି । ଅତୀତରେ ଆଫଗାନିସ୍ତାନରେ ହୋଇଥିବା ଭୁଲକୁ ମୁଁ ଆ ଦୋହରାଇବାକୁ ଚାହୁଁନାହୁଁ ବୋଲି ଦେଶକୁ ସମ୍ବୋଧନ କରି କହିଛନ୍ତି ବାଇଡେନ୍ ।
ପଞ୍ଚମ ଦିନରେ ଦ୍ୱିତୀୟ ପାଳିରେ ଘରୋଇ ଦଳ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଟିମ୍ ଇଣ୍ଡିଆ ଲଞ୍ଚ ବ୍ରେକ୍ ସୁଦ୍ଧା ୮ ଓ୍ୱିକେଟ ବିନିମୟରେ ୨୯୮ ରନ୍ କରି ପାଳି ସମାପ୍ତ ଘୋଷଣା କରିଥିଲା। ଜବାବରେ ବ୍ରିଟିଶ ବାହିନୀ ଦ୍ୱିତୀୟ ପାଳି ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା।
ମହିଳାଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି। ଆଫଗାନିସ୍ତାନ ଛାଡିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ଦେଶରେ ସ୍ଥାନ ଦେବାକୁ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବ।
ତାଲିବାନ ସରକାରରେ ରାଷ୍ଟ୍ରପତି ହେବାକୁ ଥିବା ମୁଲ୍ଲା ଅବଦୁଲ ଘନି ବରାଦର କିଏ? ଏହି ସଂଗଠନରେ ଅଛନ୍ତି ଆଉ କେଉଁ କେଉଁ ଟପ୍ ନେତା? ନଜର ପକାନ୍ତୁ ତାଲିବାନର ପ୍ରମୁଖ ଦାୟିତ୍ୱ ସମ୍ଭାଳୁଥିବା ଟପ୍ ୫ ନେତାଙ୍କ ଉପରେ।
ଆଫଗାନିସ୍ତାନ ସରକାର ତାଲିବାନ ନିକଟରେ ଯେପରି ଢଙ୍ଗରେ ମୁଣ୍ଡ ନୁଆଁଇଲେ ଏବଂ ଅନ୍ୟ ସବୁ ଦେଶ ଚୁପଚାପ୍ ସେଠାକାର ବିଭିଷୀକା ଦେଖିଲା, ତାକୁ ନେଇ ବହୁ ଆଫଗାନ ନାଗରିକ ଓ ଆଫଗାନିସ୍ତାନ ଫେରନ୍ତା ପ୍ରଶ୍ନ ଉଠାଇଛନ୍ତି। ଜୀବନରେ କେବେ ସେମାନେ ନିଜକୁ ଏତେ ଅସହାୟ, ନିରାଶ, ଶୋଚନୀୟ ଓ ଦୟନୀୟ ସ୍ଥିତି ଅନୁଭବ କରି ନଥିଲେ ବୋଲି କହିଛନ୍ତି
୨୦୦୧ରେ ଓ୍ୱାଲ୍ଡ ଟ୍ରେଡ୍ ସେଣ୍ଟର ଆକ୍ରମଣ ପରେ ତାଲିବାନକୁ ନିପାତ କରିବା ପାଇଁ ଆଫଗାନିସ୍ତାନରେ ଆମେରିକା ସେନା ପ୍ରବେଶ କରିଥିଲା। ସେତେବେଳକୁ ଦେଶର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଦଖଲରେ ରଖିଥିବା ତାଲିବାନ, ଆମେରିକାର ଆକ୍ରମଣ ପରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଲା।
କେବଳ ଏତିକି ନୁହେଁ ବରଂ ନିର୍ମଳା ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଲୋକମାନେ ଚିନ୍ତିତ ହେବା ସ୍ୱାଭାବିକ କଥା। କିନ୍ତୁ କେନ୍ଦ୍ର ଏବଂ ରାଜ୍ୟ ଆଲୋଚନା କରିବା ପରେ ଅର୍ଥାତ୍ ଯେ ପର୍ଯ୍ୟନ୍ତ ତୈଳ ଦର ଉପରେ ରାଜ୍ୟମାନଙ୍କ ସହ କେନ୍ଦ୍ର ଆଲୋଚନା କରିନାହିଁ ସେ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇନପାରେ ବୋଲି ନିର୍ମଳ ପରୋକ୍ଷରେ କହିଛନ୍ତି।
ନିଜ ଦେଶର ନାଗରିକଙ୍କୁ ନେଇ ୟୁଏସ୍ ଏୟାରଫୋର୍ସର ଫ୍ଲାଇଟ୍ ଉଡ଼ାଣ ଭରିବା ବେଳର ସେହି ଭୟାବହ ଚିତ୍ର ଯିଏ ଦେଖୁଛି ସେ ବି ଘଂଟାଏ ପାଇଁ ସ୍ତବ୍ଧ ହୋଇ ରହିଛି। ଏମିତିକି ଏଭଳି ବିକଳ ପ୍ରୟାସରେ ଉଡ଼ନ୍ତା ବିମାନରୁ ଲୋକେ ଖସିପଡୁଥିବାର ଭାଇରାଲ୍ ଭିଡିଓ ମଧ୍ୟ ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି କରିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏୟାରପୋର୍ଟରେ ଗୁଳିମାଡ଼ ସାଙ୍ଗକୁ ଦଳାଚକଟା ଓ ଉଡ଼ନ୍ତା ବିମାନରୁ ଖସି ଅନେକ ଲୋକଙ୍କ ମୃତ୍ୟୁର ବି ସୂଚନା ମିଳୁଛି।