• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

10th Class Cyber Security Expert
ଦଶମଶ୍ରେଣୀ ଛାତ୍ର ଏବେ ସାଇବର ଏକ୍ସପର୍ଟ

ଦଶମ ଶ୍ରେଣୀର ଛାତ୍ର ଏବେ ସାଇବର ଏକ୍ସପର୍ଟ । ଚର୍ଚ୍ଚାରେ ଫୁଲବାଣୀର ସୌମ୍ୟରଞ୍ଜନ ସାହୁ । ଫୁଲବାଣୀର ଜଗନ୍ନାଥ ସାହିରେ ରହୁଛନ୍ତି ସୌମ୍ୟ । ତେବେ କମ୍ପ୍ୟୁଟର ଓ ଓ୍ୱେବ ଦୁନିଆରେ ହ୍ୟାକରଙ୍କୁ ଧରିବା ଏବଂ ଚୋରି ରୋକିବା ଦିଗରେ ବେଶ୍ ସଫଳତାର ସହ କାମ କରି ଚର୍ଚ୍ଚାରେ ରହିଛନ୍ତି ସୌମ୍ୟ

PM Modi To Chair UNSC
UNSCରେ ଅଧକ୍ଷତା କରିବେ ମୋଦି,ସାମୁଦ୍ରିକ ସୁରକ୍ଷା ଉପରେ ହେବ ଆଲୋଚନା

ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି। ସାମୁଦ୍ରିକ ନିରାପତ୍ତା ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଆଜି ହେବାକୁ ଥିବା ଜାତିସଂଘ ସୁରକ୍ଷା ପରିଷଦର ଏହି ଉଚ୍ଚସ୍ତରୀୟ ବିତର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ପିଏମଓ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିତର୍କରେ ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନେକ ଉଚ୍ଚସ୍ତରୀୟ ଅଧିକାରୀ ଓ ସରକାରଙ୍କ ପ୍ରତିନିଧି ଯୋଗ ଦେବେ।

Technical Institutions  Reopen
ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍‌କୁ ସାନିଟାଇଜ୍‌ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଥିଲେ ବି ଅଗ୍ରାଧିକାର ଭିତ୍ତିରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ହିଁ କ୍ଲାସ୍ ରୁମ୍ ପାଠପଢ଼ା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନୁମତି ଦେଇଛି। ଏଥିପାଇଁ ଏସ୍ଓପି ମଧ୍ୟ ଜାରି ହୋଇଛି

Fake Notes
ଜାଲ୍ ନୋଟ କାରବାରର ପର୍ଦ୍ଦାଫାଶ,୧୩ ଲକ୍ଷ ୮୫ ହଜାର ଟଙ୍କା ଜବତ

ସମ୍ବଲପୁରରେ ଜାଲ୍ ନୋଟ କାରବାର ପର୍ଦ୍ଦାଫାଶ ହୋଇଛି। ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି ପୋଲିସ। ଏଥିରେ ରହିଛି ୬୦୦ଟି ଦୁଇ ହଜାର ଟଙ୍କିଆ ନୋଟ, ୩୬୨ଟି ୫ ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

Unit-4 Fish Market Sealed By BMC
ସିଲ ହେଲା ୪ ନଂ ମାଛ ମାର୍କେଟ,ଅନିର୍ଦ୍ଦିଷ୍ଟ କାଳପାଇଁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରାଗଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ ଏହି ମାର୍କେଟକୁ ସିଲ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ ରବିବାର ସଟ୍ ଡାଉନ ଥିବାବେଳେ ଏହି ମାର୍କେଟ ଖୋଲା ଥିଲା। ଏହାକୁ ଦେଖିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି।

Nuapada CDVO In Vigilance Net; Rs 2.77
ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ। ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା। ତ୍ରିଲୋଚନ ଧଳ ନୂଆପଡ଼ାରୁ ସରକାରୀ ଗାଡ଼ିରେ ନିଜ ଗାଁ କଟକର ନରାଜ ଯାଉଥିବା ବେଳେ ନୂଆପଡ଼ା ତାରିଣୀ ମନ୍ଦିର ପାଖରେ ଭିଜିଲାନ୍ସ ଧରିଥିଲା ।

New delhi airport
ଟାର୍ଗେଟରେ ଦିଲ୍ଲୀ ବିମାନ ବନ୍ଦର,ବୋମା ପକେଇ ଉଡେଇଦେବାକୁ ଧମକ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକେଇ ଉଡେଇଦେବାକୁ ଅଲ୍‌କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍‌କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି

River Embankment In Dilapidated Condition
ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା

ନଦୀ ବନ୍ଧ ଫାଟି ଆଁ କରିଛି । ନଦୀ ଫୁଲିଲେ ଭୟରେ ଜୀବନ ଅତିବାହିତ କରୁଛନ୍ତି ଲୋକେ । ବନ୍ୟା ରୋକିବାକୁ ତଥା ବନ୍ଧ ମଜଭୁତ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ବାଙ୍କି ଓ ଯାଜପୁରରେ ଅସୁରକ୍ଷିତ ନଦୀବନ୍ଧକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Tokyo 2020 Olympics Concludes Today
ଆଜି ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବ

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ । କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ । ଅଲିମ୍ପିକ୍ସ ଇତିହାସରେ ସବୁଠାରୁ ସ୍ମରଣୀୟ ହୋଇ ରହିବ ଟୋକିଓ ଅଲିମ୍ପିକ୍ସ ।

Group Clash At Munda Sahi
ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣା,୨୧ ଜଣ ଗିରଫ

ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି । ସାମାନ୍ୟ ବଚସାକୁ ନେଇ ଶୁକ୍ରବାର ଏହି ଘଟଣା ଘଟିଥିଲା। ପ୍ରାୟ ୫୦ରୁ ଅଧିକ ଦୁର୍ବୃତ୍ତ ସାହିରେ ଅଧଘଣ୍ଟା ଧରି ଚଳାଇଥିଲେ ଆତଙ୍କରାଜ୍ ।

Neeraj Chopra Wins The First Gold Medal
ଇତିହାସ ରଚିଲା ଭାରତ,ନୀରଜ ଦେଲେ ସ୍ୱର୍ଣ୍ଣ ଉପହାର

ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଭାରତକୁ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଦେଲେ ସ୍ୱର୍ଣ୍ଣ ପଦକ । ସାରା ବିଶ୍ୱରେ ଭାରତ ଗର୍ବ ଆଉ ଗୌରବ ସାଜିଲେ ନିରଜ । ପ୍ରଥମ ରାଉଣ୍ଡରେ ନିଜର ୮୭.୦୩ ମିଟର ଥ୍ରୋ କରି ନିରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସେ ଆଗରେ ରହିଥିଲେ । ଦ୍ୱିତୀୟ ରାଉଣ୍ଡରେ ସେ ୮୭.୫୮ ମିଟର ଜାଭେଲିନ୍‌ ଥ୍ରୋ କରି ସମସ୍ତଙ୍କୁ ଚକିତ କରିଥିଲେ । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Parlakhemundi ACF Death Case
ମନ୍ତ୍ରୀଙ୍କ ଅଗୋଚରରେ ପିଏସ୍ ଦୀପ୍ତିରଂଜନଙ୍କ ବଦଳି କରାଯାଇଥିବା ଚର୍ଚ୍ଚା

ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଦୀପ୍ତିରଂଜନ ବେହେରାଙ୍କ ଅଚାନକ୍ ବଦଳିକୁ ନେଇ ପାଓ୍ୱାର କରିଡର୍‌ରେ ଜୋରଦାର୍ ଚର୍ଚ୍ଚା। ପ୍ରଭାବଶାଳୀ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଦୀପ୍ତିରଂଜନଙ୍କୁ କାହିଁକି ଅତର୍କିତ ଭାବେ କୋରାପୁଟ୍‌କୁ ବଦଳି କରାଗଲା ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। କିଛି ଦିନ ତଳେ ପାରଳାଖେମୁଣ୍ଡିର ACF ସୌମ୍ୟରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସଂପର୍କୀୟ ଭାଇ ପରୋକ୍ଷରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବା, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସ୍ମାରକ ପତ୍ର ଦେବା ଏବଂ ଏସବୁ ଭିତରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅତର୍କିତ ବଦଳି, ଏହା ଭିତରେ କୌଣସି ଲିଙ୍କ୍ ନାହିଁ ତ?

Group Clash in Mancheswar
ଭୁବନେଶ୍ୱର ମୁଣ୍ଡାସାହିର ଗୋଷ୍ଠୀ ସଂଘର୍ଷ ଘଟଣା,୨୦ ଜଣଙ୍କୁ ଅଟକ ରଖିଛି ପୋଲିସ

ଭୁବନେଶ୍ୱର ମୁଣ୍ଡାସାହିର ଗୋଷ୍ଠୀ ସଂଘର୍ଷ ଘଟଣା । ଘଟଣାରେ ୨୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କରି ତଦନ୍ତ ଚଳାଇଛି ପୋଲିସ । ଗତକାଲିର ସାମାନ୍ୟ ଏକ ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୫ରୁ ୬ ଜଣ ଆହତ ହୋଇଥଇଲେ। ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ସହ ଲାଠି ଧରି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

Johnson Single-Dose Covid Vaccine in India
ଜନସନ ଆଣ୍ଡ୍ ଜନସନର ସିଙ୍ଗିଲ୍ ଡୋଜ ଟିକାକୁ ଅନୁମୋଦନ

ଭାରତରେ ଜନସନ୍ ଟିକାକୁ ମିଳିଲା ଅନୁମତି । ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି । ଜନସନର ସିଙ୍ଗଲ ଡୋଜ୍ ଟିକାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । କୋଭିଡର ଗୁରୁତର ସଂକ୍ରମଣ ପ୍ରତିରୋଧ କରିବାରେ ଜନସନ ଟିକା ୮୫ ପ୍ରତିଶତ ଫଳପ୍ରଦ ହେଉଛି ବୋଲି ଜନସନ ଏବଂ ଜନସନ ଦାବି କରିଛି ।

ecmo machine
୧୫ରୁ SCBରେ ଇକମୋ ସେବା

ଅଗଷ୍ଟ ୧୫ରୁ କଟକ SCBରେ ଉପଲବ୍ଧ ହେବ ଇକମୋ ସେବା । ଏହି ସୂଚନ ଦେଇଛନ୍ତି DMET ସିବିକେ ମହାନ୍ତି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ଏସିବିରେ ୯ଟି ଇକମୋ ମେସିନ ଇନଷ୍ଟଲ ହୋଇଛି ,ଆବଶ୍ୟକୀୟ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଇକମୋ ପାଇଁ ଏସିବିରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟନିଟ୍ ରେ ୬ଟି ଓ ଦ୍ୱିତୀୟ ୟୁନିଟରେ ୩ଟି ମେସିନ ରହିବ ।

Golfer Praises Aditi Ashok
ପଦକରୁ ବଞ୍ଚିତ ହେଲେ ଯୁବ ଗଲଫର ଅଦିତି

ଟୋକିଓ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ହେଲେ ଯୁବ ଗଲଫର ଅଦିତି। ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେରେ ଚତୁର୍ଥ ସ୍ଥାନରେ ରହିଲେ ଅଦିତି। ଅଲମ୍ପିକ୍ସରେ ଭାରତୀୟ ଗଲଫରଙ୍କ ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଟୋକିଓରେ ଆରମ୍ଭରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ଅଦିତି । ରିଓ ଅଲିମ୍ପିକ୍ସରେ ୪୧ତମ ସ୍ଥାନରେ ରହିଥିଲେ ଅଦିତି ।

 New Covid-19 Cases
୧୦୯୬ ନୂଆ କରୋନା ସଂକ୍ରମିତ,ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଅଗଷ୍ଟ ୫ର ରିପୋର୍ଟ ଅନୁସାରେ ୧୨୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ୬ର ରିପୋର୍ଟ ଅନୁସାରେ, ୧୦୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୫୯ ରହିଛି। କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ କଟକରେ ୧୦୦ ତଳକୁ ଅର୍ଥାତ୍‌ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Child Suffering From Neuroblastoma Cancer
ଅଟକିଛି କୁନି ଝିଅର ଚିକିତ୍ସା,ସରକାରୀ ସହାୟତାକୁ ଅପେକ୍ଷା

ଝିଅର କଷ୍ଟ ବୁଝି ପାରୁଛି ମାଆ । ହେଲେ, ସେ ଅସହାୟ, ଯନ୍ତ୍ରଣାରେ ଛଯପଟ ହେଉଥିବା ଝିଅ ପାଇଁ କିଛି କରିପାରୁନି । କାରଣ, ପାଖରେ ନାହିଁ ଟଙ୍କା। ଯାଜପୁର ଜିଲ୍ଲା ଦଶରଥପୁର ଆଖୁଆ ସାହିର ପ୍ରଲିପ୍ତା ରାଉତଙ୍କ ୩ ବର୍ଷର ଝିଅକୁ ହୋଇଛି ନ୍ୟୁରୋବ୍ଲାସ୍ମା କ୍ୟାନସର । ପ୍ରାଥମିକ ଚିକିତ୍ସା ପାଇଁ ଦରକାର ୩୦ ଲକ୍ଷ । ଅର୍ଥାଭାବରୁ ଗୋଟିଏ କେମୋରେ ଅଟକିଛି ଚିକିତ୍ସା । ଏବେ ସରକାରୀ ସହାୟତାକୁ ଅପେକ୍ଷା । ଆପଣ ବି ଚାହିଁଲେ, ଛୋଟ ଝିଅଟିର ଜୀବନ ବଞ୍ଚାଇବାରେ ସହଯୋଗ କରିପାରିବେ ।

12 Hour Sundargarh Bandh
କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା:ଦ୍ୱିତୀୟ ଏମସ ପ୍ରତିଷ୍ଠା  ପାଇଁ ଦାବି

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମସ ପ୍ରତିଷ୍ଠା ପାଇଁ ଦାବି। ଏନେଇ ସୁନ୍ଦରଗଡ଼ ସହରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ନେଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ମୋଟର ଚାଲୁନି। ଏହି ବନ୍ଦ ପାଳନ ଯୋଗୁ ଏମସିଏଲରୁ କୋଇଲା ପରିବହନ ପ୍ରଭାବିତ ହୋଇଛି ।

ବଦଳିବ ରାଜୀବ ଗାନ୍ଧୀ ଖେଳ ରତ୍ନ ନାମ:PM ମୋଦିଙ୍କ ବଡ଼ ଘୋଷଣା

ଭାରତରେ ଦିଆଯାଇଥିବା ଖେଳ ରତ୍ନ ପୁରସ୍କାର ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ପରେ ପୁରସ୍କାରକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର କୁହାଯିବ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ‘‘ଦେଶକୁ ଗର୍ବିତ କରିଥିବା ସମୟ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳ ରତ୍ନ ପୁରସ୍କାରର ନାମ ମେଜର ଧ୍ୟାନ ଚାନ୍ଦଙ୍କୁ ଉତ୍ସର୍ଗ କରାଯିବା ଉଚିତ୍ । ଲୋକଙ୍କ ଭାବନାକୁ ବିଚାରକୁ ନେଇ ବର୍ତ୍ତମାନ ଏହାକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଦିଆଯାଉଛି। ଜୟ ହିନ୍ଦ ।’’

  • Friday, 06 August 2021
Khel Ratna Award Renamed
ବଦଳିବ ରାଜୀବ ଗାନ୍ଧୀ ଖେଳ ରତ୍ନ ନାମ:PM ମୋଦିଙ୍କ ବଡ଼ ଘୋଷଣା

ଭାରତରେ ଦିଆଯାଇଥିବା ଖେଳ ରତ୍ନ ପୁରସ୍କାର ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ପରେ ପୁରସ୍କାରକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର କୁହାଯିବ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ‘‘ଦେଶକୁ ଗର୍ବିତ କରିଥିବା ସମୟ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳ ରତ୍ନ ପୁରସ୍କାରର ନାମ ମେଜର ଧ୍ୟାନ ଚାନ୍ଦଙ୍କୁ ଉତ୍ସର୍ଗ କରାଯିବା ଉଚିତ୍ । ଲୋକଙ୍କ ଭାବନାକୁ ବିଚାରକୁ ନେଇ ବର୍ତ୍ତମାନ ଏହାକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଦିଆଯାଉଛି। ଜୟ ହିନ୍ଦ ।’’

OSSTET Aspirants Stage Dharna
’ଶିକ୍ଷକ ହେବାପାଇଁ ଆମେ କାନଧରି ଆଣ୍ଠେଇଛୁ’

ଶିକ୍ଷକ ହେବାପାଇଁ ଆମେ କାନଧରି ଆଣ୍ଠେଇଛୁ’ । ଆମେ ଭାବୁଛୁ ବୋଧେ ପାଠ ପଢ଼ିବା ଭୁଲ ଥିଲା । ଏଭଳି ଏକ ଅଭିନବ ପ୍ରତିବାଦ କରି ରାଜରାସ୍ତାରେ କାନଧରି ଆଣ୍ଠେଇ ବିକ୍ଷୋଭ କରିଛନ୍ତି ବହୁ ଆଶାୟୀ । ଏମାନଙ୍କର ଦାବି ରହିଛି ହାଇସ୍କୁଲରେ ଏମାନଙ୍କୁ କ୍ରୀଡ଼ା,ସଂସ୍କୃତ ଓ ହିନ୍ଦୀ ବିଭାଗରେ ଏମାନଙ୍କୁ ନିଯୁକ୍ତି ଦିଆଯାଉ ।

sarala temple
ଖୋଲିଲା ଝଙ୍କଡ଼ବାସୀନି ମାଆ ଶାରଳାଙ୍କ ପୀଠ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯାଇଛି । ଆଜିଠାରୁ ଖୋଲିଛି ଜଗତସିଂହପୁରର ମାଆ ଶାରଳାଙ୍କ ମନ୍ଦିର । ସକାଳ ସାଢେ ୭ଟାରେ ମନ୍ଦିର ଖୋଲାଯାଇ ଏବଂ ଆଳତୀ ପୂର୍ବରୁ ସଂଧ୍ୟା ୬ଟାରେ ବନ୍ଦ ହେବ ନେଇ ପ୍ରଶସାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଗର୍ଭଗୃହ ମଧ୍ୟକୁ କାହାକୁ ଛଡାଯିବ ନାହିଁ ଏବଂ ମନ୍ଦିର ପରିସରରେ ଭୋଗ କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ଏହାଛଡା ଥରକେ ମନ୍ଦିର ଭିତରକୁ ୧୫ ଜଣଙ୍କୁ ଛଡାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

 Cloudburst
କାହିଁକି ହେଉଛି ବାଦଲ ଫଟା ବର୍ଷା?

ଏବେ ଚିନ୍ତା ବଢାଉଛି ବାଦଲ ଫଟା ବର୍ଷା। ସ୍ଥିତି ଏମିତି ହେଲାଣି ଯେ, ବାଦଲ ଫଟା ବର୍।ଆ ଯୋଗୁଁ ଅନେକ ସମୟରେ ବହୁମୂଲ୍ୟ ଜୀବନ ବି ଯାଉଛି। ତେବେ ଆପଣ ଜାଣିଛନ୍ତି କି? କେମିତି ଓ କାହିଁକି ହୁଏ ବାଦଲ ଫଟା ବର୍ଷା? ଯଦି ଆକାଶରେ ହଠାତ୍ ମେଘ ଘୋଟି ଆସେ ଏବଂ ତାହା ମାତ୍ର କେହି ମିନିଟ୍‌ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷିଥାଏ ତାହାକୁ ବାଦଲ ଫଟା ବର୍ଷା କୁହାଯ।ଏ। ଆଉ ଏହି ବର୍ଷା ସାଧାରଣ ବର୍ଷାଠାରୁ ବେଶ୍ ଭିନ୍ନ ମଧ୍ୟ। ସୂଚନା ଅନୁସାରେ ଏହି ବର୍ଷା ମାତ୍ର ୧୦ ସେକେଣ୍ଡ ମଧ୍ୟରେ ପାଖାପାଖି ୧ ସେଣ୍ଟିମିଟର୍‌ ପର୍ଯ୍ୟନ୍ତ ବର୍ଷିଥାଏ। ଏହି ବର୍ଷା ପ୍ରାୟତଃ ୧୦ କିମି ବ୍ୟବଧାନ ପର୍ଯ୍ୟନ୍ତ ହୋଇଥାଏ। ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ।

Tainted PS Biranchi Sahoo
କାହା ନାଁ ଉଗାଳିଲେ ବିରଞ୍ଚି?

ଭିଜିଲାନ୍ସ ରିମାଣ୍ଡରେ ଆଉ କାହା ନାଁ ଉଗାଳିଲେ ପିଏସ୍ ବିରଞ୍ଚି ସାହୁ? ଆଜି ସରୁଛି ବିରଞ୍ଚିଙ୍କ ୪ ଦିନିଆ ରିମାଣ୍ଡ ଅବଧି । ବିରଞ୍ଚିଙ୍କୁ ଆଜି କୋର୍ଟରେ ହାଜର କରିବ ଭିଜିଲାନ୍ସ ।ତେବେ ଏହି ରିମାଣ୍ଡ ଅବିଧି ବେଳେ ପଚରାଉଚୁରାରୁ ତଦନ୍ତକାରୀ ସଂସ୍ଥା ନିଯୁକ୍ତି ରାକେଟ୍ ର ଆଉ କି ଲିଙ୍କ୍ ପାଇଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଗତ କିଛିଦିନ ତଳେ ବିରଞ୍ଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଇଥିଲା। ରେଡ୍‌ ବେଳେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା।