ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଭାରତକୁ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଦେଲେ ସ୍ୱର୍ଣ୍ଣ ପଦକ । ସାରା ବିଶ୍ୱରେ ଭାରତ ଗର୍ବ ଆଉ ଗୌରବ ସାଜିଲେ ନିରଜ ।
ପ୍ରଥମ ରାଉଣ୍ଡରେ ନିଜର ୮୭.୦୩ ମିଟର ଥ୍ରୋ କରି ନିରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସେ ଆଗରେ ରହିଥିଲେ । ଦ୍ୱିତୀୟ ରାଉଣ୍ଡରେ ସେ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ କରି ସମସ୍ତଙ୍କୁ ଚକିତ କରିଥିଲେ । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
Published By: Pallipuspa Samal
Last updated: 07 August 2021, 06:02 PM IST
ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଦୀପ୍ତିରଂଜନ ବେହେରାଙ୍କ ଅଚାନକ୍ ବଦଳିକୁ ନେଇ ପାଓ୍ୱାର କରିଡର୍ରେ ଜୋରଦାର୍ ଚର୍ଚ୍ଚା। ପ୍ରଭାବଶାଳୀ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଦୀପ୍ତିରଂଜନଙ୍କୁ କାହିଁକି ଅତର୍କିତ ଭାବେ କୋରାପୁଟ୍କୁ ବଦଳି କରାଗଲା ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। କିଛି ଦିନ ତଳେ ପାରଳାଖେମୁଣ୍ଡିର ACF ସୌମ୍ୟରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସଂପର୍କୀୟ ଭାଇ ପରୋକ୍ଷରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବା, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସ୍ମାରକ ପତ୍ର ଦେବା ଏବଂ ଏସବୁ ଭିତରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅତର୍କିତ ବଦଳି, ଏହା ଭିତରେ କୌଣସି ଲିଙ୍କ୍ ନାହିଁ ତ?