ଝିଅର କଷ୍ଟ ବୁଝି ପାରୁଛି ମାଆ । ହେଲେ, ସେ ଅସହାୟ, ଯନ୍ତ୍ରଣାରେ ଛଯପଟ ହେଉଥିବା ଝିଅ ପାଇଁ କିଛି କରିପାରୁନି। କାରଣ, ପାଖରେ ନାହିଁ ଟଙ୍କା। ଯାଜପୁର ଜିଲ୍ଲା ଦଶରଥପୁର ଆଖୁଆ ସାହିର ପ୍ରଲିପ୍ତା ରାଉତଙ୍କ ୩ ବର୍ଷର ଝିଅକୁ ହୋଇଛି ନ୍ୟୁରୋବ୍ଲାସ୍ମା କ୍ୟାନସର । ପ୍ରାଥମିକ ଚିକିତ୍ସା ପାଇଁ ଦରକାର ୩୦ ଲକ୍ଷ। ଅର୍ଥାଭାବରୁ ଗୋଟିଏ କେମୋରେ ଅଟକିଛି ଚିକିତ୍ସା । ଏବେ ସରକାରୀ ସହାୟତାକୁ ଅପେକ୍ଷା । ଆପଣ ବି ଚାହିଁଲେ, ଛୋଟ ଝିଅଟିର ଜୀବନ ବଞ୍ଚାଇବାରେ ସହଯୋଗ କରିପାରିବେ ।
Published By: Pallipuspa Samal
Last updated: 07 August 2021, 10:56 AM IST
ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମସ ପ୍ରତିଷ୍ଠା ପାଇଁ ଦାବି। ଏନେଇ ସୁନ୍ଦରଗଡ଼ ସହରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ନେଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ମୋଟର ଚାଲୁନି। ଏହି ବନ୍ଦ ପାଳନ ଯୋଗୁ ଏମସିଏଲରୁ କୋଇଲା ପରିବହନ ପ୍ରଭାବିତ ହୋଇଛି ।