କିଟ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ନେତା ଅରୁଣ ସାହୁ। କହିଲେ, ନିର୍ବାଚନ ସରିବାର ୫ ଦିନ ପରେ ସନ୍ୟାସୀ ନେଇ ଯାଇଥିଲେ ଅଚ୍ୟୁତ ସାମନ୍ତ । ସେ ଏବେ ବିଜେଡିରେ ନାହାନ୍ତି। ଏ ପ୍ରସଙ୍ଗରେ ସିଆଡ଼େ ପ୍ରଶ୍ନ ପଚାର ବୋଲି କହିଛନ୍ତି ଅରୁଣ ସାହୁ ।
ଯାହା ବିଜେପି କରିପାରୁନି କହୁଛି ବିଜେଡି ଯୋଗୁ କରି ପାରୁନୁ। ଯାହା କରିପାରୁଛନ୍ତି ତାହା ଡବଲ ଇଞ୍ଜିନ ଯୋଗୁ କଲୁ ବୋଲି କହୁଛନ୍ତି ବିଜେପି ନେତା। ଏପରି ଆକ୍ଷେପ କରିଛନ୍ତି ବିଜେଡି ନେତା ଅରୁଣ ସାହୁ ।
‘କିଟ୍’ ପ୍ରସଙ୍ଗରେ ଯିଏ ବି ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଟିଭି ଫୋରସାଇଟରେ ଯୋଗ ଦେଇଥିବା ଜଣେ ଦର୍ଶକଙ୍କ ପ୍ରଶ୍ନରେ ଏକଥା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
କେତେ ଜଣ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ ହୋଇଛନ୍ତି ? ସିଏମ୍ କିଷାନ ଯୋଜନାରେ କେତେ ଜଣ ଉପକୃତ ହୋଇଛନ୍ତି ? ଏସବୁ ପ୍ରଶ୍ନର ଉତ୍ତର ବିଧାନସଭାରେ ଲିଖିତ ଆକାରରେ ରଖିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ।
ଡବଲ ଇଞ୍ଜିନ ଅର୍ଥ ଏକ ସଙ୍ଗେ ଦୁଇଟି ଇଞ୍ଜିନ କାମ କରିବା ଦରକାର। କିନ୍ତୁ ଗତ ୯ ମାସ ଭିତରେ ଉଭୟ ମଧ୍ୟରେ ପାର୍ଥକ୍ୟ ଦେଖାବାକୁ ମିଳିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ।
ନିଜକୁ ସମାସଜେବୀ, ଶିକ୍ଷାବିତ ବୋଲାଉଥିବା ଅଚ୍ୟୁତ ବର୍ଷ ବର୍ଷ ଧରି ଅନ୍ୟ ଜମିକୁ ହଡ଼ପ କରି ମାଡ଼ି ବସିଛନ୍ତି। କେହି ମୁହଁ ଖୋଲିଲେ ନାଲି ଆଖି ଦେଖାଇ କଥାକୁ ଚାପି ଦିଆଯାଏ।
କେବେ ଛାତ୍ର ତ କେବେ ଛାତ୍ରୀ...ଜୀବନ ହାରିଛନ୍ତି ନାନା କାରଣ ପାଇଁ...କିଏ ହୁଏତ ପ୍ରେମ କିମ୍ବା ଶୈକ୍ଷିକ ବିବାଦରୁ...ଆଉ କିଏ ଆର୍ଥିକ ନଚେତ ଅନ୍ୟାନ୍ୟ ସାମାଜିକ କାରଣରୁ...ଅସମୟରେ ଝଡ଼ିଯାଇଛନ୍ତି ଦେଶର ଭବିଷ୍ୟତ, ଧୂଳିସାତ ହୋଇଛି ପାଣି ଭଳି ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ନେଇ ବାପା, ମା’ ଦେଖୁଥିବା...
IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କକୁ ନେଇ ଖୋଳତାଡ଼ । ସକାଳ ପ୍ରାୟ ୬ଟା। ଭୁବନେଶ୍ବରସ୍ଥିତ ବିଷ୍ଣୁପଦଙ୍କ ସରକାରୀ ବାସଭବନ। IASଙ୍କ ଆଖି ନଖୋଲୁଣୁ ଘରେ ପଶିଥିଲେ ଦିଲ୍ଲୀ ସିବିଆଇର ୮ ଜଣିଆ ଟିମ୍।
ବୟଫ୍ରେଣ୍ଡର ବ୍ଳାକମେଲ୍ ପରେ ଗୁମୁରି ଗୁମୁରି କାନ୍ଦୁଥିଲା...ଭିତରେ ଭିତରେ ଜଳୁଥିଲା...ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲା...। ବାରମ୍ବାର କାକୁତିମୀନତି ପରେ ବି, କର୍ଣ୍ଣପାତ କରିନଥିଲା କିଟ୍। ଯେଉଁ ନାମୀ କଲେଜରେ ନାଁ ଲେଖାଇବାକୁ, ଆଖିରେ ଆଖିଏ ସ୍ବପ୍ନ ନେଇ ନିଜ ଦେଶ ଛାଡ଼ିଥିଲା...ସେଇ କଲେଜର ଉଦାସୀନତା ପାଇଁ ତାକୁ ଚିରଦିନ...
କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ ହେଲେ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ ହୋଇଛନ୍ତି ।
କିଟ୍ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହେଲା । କମିଟିରେ ସ୍ଥାନ ପାଇଲେ ୩ଟି ବିଭାଗର ସଚିବ ।
କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନେପାଳରେ ପ୍ରତିବାଦ ଦେଖିବାକୁ ମିଳିଲାଣି। କାଠମାଣ୍ଡୁରେ ନେପାଳି କଂଗ୍ରେସ ଛାତ୍ର ସଂଘ ପକ୍ଷରୁ ପ୍ରତିବାଦ କରାଯାଉଛି।
'ୱାର୍ଡେନ୍ ଓ ଯିଏ ବି ଦେଖିଛନ୍ତି ସେମାନେ କହୁଥିଲେ ତା ଶରୀରରେ ଜୀବନ ଥିଲା.. ତାକୁ ବଞ୍ଚେଇ ପାରିଥାନ୍ତେ । ତାକୁ ତୁରନ୍ତ ଚିକତ୍ସା କଲେନି ।’
‘ଠେଲାପେଲା ସମୟରେ ତଳେ ପଡ଼ିଗଲେ କିଟ୍ ଫାଉଣ୍ଡର ଅଚ୍ୟୁତ ସାମନ୍ତ । ଏହାପରେ ମୁଁ ତୁମକୁ ଦେଖାଉଛି, ମୁଁ କଣ କରିପାରେ ବୋଲି ଧମକ ଦେଇଥିଲେ। କିଛି ସମୟ ପରେ ହଷ୍ଟେଲରେ ଲାଠିଚାର୍ଜ ହେଲା। ପରେ ଲୋକାଲ ଗୁଣ୍ଡା ଆସି ପିଟାପିଟି କରିଥିଲେ।’ କିଟର ଜଣେ ଛାତ୍ର ନିଜ...
'ଅଚ୍ୟୁତ ସାମନ୍ତ ଜଣେ ଶିକ୍ଷାବିତ୍ ନୁହଁନ୍ତି ସେ ଜଣେ ଶିକ୍ଷା ମାଫିଆ । ଛାତ୍ର କଂଗ୍ରେସ ତରଫରୁ ଆମେ ଚେତାବନୀ ଦେଉଛୁ ଅଚ୍ୟୁତ ବାବୁ ଆପଣ ସୁଧୁରି ଯାଆନ୍ତୁ ନହଲେ ଆପଣଙ୍କ ଝରକା ଭାଙ୍ଗି ଘରେ ପଶିଯିବୁ।'
'କିଟ୍ କର୍ତ୍ତୃପକ୍ଷ ଛାତ୍ରୀ ମୃତ୍ୟୁ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି । ଖାଲି ସେତିକି ନୁହେଁ ୧୫ଶହ ପିଲାଙ୍କୁ ବସରେ କଟକ ରେଲୱେ ଷ୍ଟେସନରେ ଛାଡ଼ିଦେଲେ। ଏହାର ଶୀଘ୍ର ତଦନ୍ତ କରାଯାଉ ।’
ଆଜି ବିଶ୍ବବିଦ୍ୟାଳୟ ବାହାରେ ପ୍ରଚଣ୍ଡ ଖରାରେ ବସି ଛାତ୍ରଛାତ୍ରୀମାନେ ନୀରବ ପ୍ରତିବାଦ କରିଛନ୍ତି। ଏହି ଅବସରରେ ହଷ୍ଟେଲ ଛାଡ଼ିବା ପାଇଁ ସେମାନଙ୍କୁ କିପରି ବାଧ୍ୟ କରାଯାଇଥିଲା, ଗଣମାଧ୍ୟମ ଆଗରେ କହିଛନ୍ତି ଛାତ୍ରଛାତ୍ରୀ।
ଛାତ୍ରଛାତ୍ରୀଙ୍କ କାମରେ ଆସୁନି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଗୁଆଳସିଂରେ ନିର୍ମିତ OBC ହଷ୍ଟେଲ । ୮କୋଟି ବ୍ୟୟରେ ନିର୍ମିତ କୋଠା ଏବେ ପାଲଟିଛି ଭୂତକୋଠି ।
ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ ଛେପ ଢୋକିଛନ୍ତି କିଟ୍ କର୍ତ୍ତୃପକ୍ଷ। ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି। ଯେଉଁମାନେ ଯାଇଛନ୍ତି ବା ଯିବାକୁ ବସିଛନ୍ତି ଫେରିବାକୁ ନୋଟିସ୍ କରି କର୍ତ୍ତୃପକ୍ଷ ଅପିଲ୍ କରିଛନ୍ତି।
ବିଧାନସଭାରେ ମହିଳା ବିରୋଧୀ ଅପରାଧକୁ ନେଇ ଆସିଛି ଚଞ୍ଚଲ୍ୟକର ତଥ୍ୟ। ଗତ ୪ ବର୍ଷରେ ୩୬ ହଜାର ୪୨୦ ଜଣ ମହିଳା ଓ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏହା ତୁଳନାରେ ଉଦ୍ଧାର ସଂଖ୍ୟା ଖୁବ୍ କମ୍।