ଉଦବେଗ ସୃଷ୍ଟି କଲା ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ଚିନ୍ତାଜନକ ତଥ୍ୟ। ଗତ ୧୧ ବର୍ଷ ହେଲା ରାଜ୍ୟରେ କ୍ରମାଗତ ବଢ଼ିଚାଲିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ। ତମାଖୁ ଓ ପାନମସଲାରୁ ବର୍ଷକରେ ଆଦାୟ ୧ ହଜାର ୪୭ କୋଟି । ଟିକସ ବଢ଼ିଛି ମାନେ ବିକ୍ରି ବି...
ଘନେଇଲା ଉତ୍କଳ-କୋଶଳ ବିବାଦ। ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଥମୁନି ରାଜନୀତି। ବିଜେଡିର ପ୍ରବଳ ହଟ୍ଟଗୋଳରୁ ଆଜି ବି ଅଚଳ ବିଧାନସଭା। ମୁଖ୍ୟମନ୍ତ୍ରୀଙ୍କୁ ଗୃହରେ ତୁରନ୍ତ ଉତ୍ତର ରଖିବାକୁ ଦାବି। ବ୍ୟକ୍ତିଗତ ମତକୁ ନେଇ ଗୃହ ଚଳାଇ ନଦେବା ଦୁର୍ଭାଗ୍ୟଜନକ କହିଲା ବିଜେପି।
ନବୀନଙ୍କ ଫରିଦାବାଦସ୍ଥିତ ଫାର୍ମହାଉସ୍ ବିକ୍ରିକୁ ନେଇ ଚର୍ଚ୍ଚା । ୨୨.୭ ଏକରର ମୂଲ୍ୟବାନ ଫାର୍ମ ହାଉସ୍ ବିକ୍ରିକୁ ନେଇ ଚର୍ଚ୍ଚା।ବିଜେପି କହିଲା ଏବେ ପାଣ୍ଡିଆନଙ୍କ କଣ୍ଟ୍ରୋଲରେ ନବୀନ । କିଏ ସେ ସାଉଥ୍ ଇଣ୍ଡିଆନ୍ ସ୍ପଷ୍ଟ ହେବା ଦରକାର ।
ଗତକାଲି ଭୁବନେଶ୍ବର ରେଲୱେ ଷ୍ଟେସନରୁ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ କ୍ରାଇମବ୍ରାଂଚ ଏସଟିଫ ହାତରେ ଧରାପଡ଼ିବା ପରେ ବଢୁଛି ଏଭଳି ଆଶଙ୍କା।
ତମାଖୁ ବଢ଼ାଇଥିଲା କି ପୂର୍ବ ସରକାରଙ୍କ ରାଜସ୍ବ ନିଶା ? ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ । ହୁ ହୁ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ ।
‘୬ଟା ମନ୍ତ୍ରୀ ମଦ ଖାଲି ଅଛି...ସେ ବାଇଆ ବାତୁଲା ହେଉଛନ୍ତି...ଗୋଟେ ମଉକା ଦେଖି ପାର୍ଟି ନେତାଙ୍କୁ ଏମିତି ପାହାରେ ଦେଇଛନ୍ତି ଯେ କେହି ମୁହଁ ଖୋଲୁନାହାନ୍ତି ।’ – ବିଧାୟକ ଅରୁଣ ସାହୁ
ଭୁବନେଶ୍ୱରରେ ଗର୍ଜିଲେ ଅଙ୍ଗନବାଡ଼ି ଆଶାକର୍ମୀ। ମାସିକ ଦରମା ୨୬ ହଜାର ଟଙ୍କା ସହ ୧୮ ଦଫା ଦାବି ନେଇ ହଜାର ହଜାର ଆଶାକର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
‘ବିଜୁ ବାବୁଙ୍କ ଜୀବଦଶାରେ କେବେ ସମ୍ମାନ ଦେଇନଥିଲେ ନବୀନ । ଶେଷ ସମୟରେ ବି ପାଖକୁ ଯାଇନାହାନ୍ତି । ଏପରିକି ହସପିଟାଲ ବିଲ୍ ପେମେଣ୍ଟ କରିବାକୁ ଲୁଚିଥିଲେ । ଦିଲ୍ଲୀପ ରାୟ ଟଙ୍କା ପଇଠ କରିବା ପରେ ମରଶରୀର ହସପିଟାଲରୁ ଆସିଥିଲା ।’ – ବାବୁ ସିଂ, ବିଜେପି...
‘ଓଡ଼ିଶା ମାଟିରେ ଏକ ଆଞ୍ଚଳିକ ଦଳର ମୁଖ୍ୟ ଦାୟିତ୍ୱରେ ଅଛନ୍ତି ତାମିଲ୍ ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ କେବେ ଗୃହରେ ଓଡ଼ିଆରେ ବଜେଟ୍ ପଢ଼ିପାରିଲେନି କି ପ୍ରଶ୍ନର ଉତ୍ତର ଦେଇପାରିଲେନି..ଏହା କଣ ଓଡ଼ିଆ ଅସ୍ମିତା? ’- ବିଧାୟକ ସାରଦା ପ୍ରଧାନ
୧୮ ଦଫା ଦାବି ନେଇ ଆନ୍ଦୋଳନରେ ଆଶା କର୍ମୀ । ଆଶା କର୍ମୀ ଗାଇଲେ ଛିରେ ଛିରେ ଛି....
କାନ୍ଦୁଥା...ଯାହା ମିଳିବ ବାନ୍ଧୁଥା...ଯାହା ମିଳୁଛି ଯଥେଷ୍ଟ ନୁହଁ...ଆମେ 10ଟାରୁ ଯିବୁ 4ଟାରେ ଆସିବୁ...ହେଲେ ଦରମା ନାହିଁ । ମହିଳାମାନେ ଖରାରେ ତରାରେ ଆସି ପଡ଼ିଛୁ... ମହିଳା ସଶକ୍ତିକରଣ ପାଇଁ ସେମାନେ ଗାଁକୁ ଯାଇଛନ୍ତି । ଏ କଣ ଉଚିତ୍ ହୋଇଛି?
ଭାରତ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ୍ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । କିୱି ଟିମକୁ ୪ ୱିକେଟରେ ହରାଇଲା ଭାରତ ।
ସମ୍ବଲପୁର ସୁଭଦ୍ରା ସଭାରେ ବିଜେପି ବିଧାୟକ ଜୟନାରାୟଣଙ୍କ ଉତ୍କଳ-କୋଶଳ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବୟାନବାଜି । ବିରୋଧୀ ବିଜେଡି ଓ କଂଗ୍ରେସ, ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲା ବେଳେ, ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଏହା ଜୟନାରାୟଣଙ୍କ ବ୍ୟକ୍ତିଗତ...
ଆଗାମୀ ଦିନରେ ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍ । ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ଆଇଟି କ୍ଷେତ୍ରରେ ଅଧିକ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାକୁ ବଡ଼...
ଘୋଷଯାତ୍ରାର ବଢ଼ିବ ବୈଶ୍ୱିକ ଗରିମା । ରଥଯାତ୍ରାକୁ ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେବାକୁ ଜୋର୍ ଧରିଛି କସରତ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାମାଙ୍କନପତ୍ର ପ୍ରସ୍ତୁତ ଚାଲିଥିବା ବେଳେ, ଖୁବଶୀଘ୍ର ଏହାକୁ ଦାଖଲ କରାଯିବ ବୋଲି ସୂଚନା ମିଳିଛି ।
କୋରାପୁଟରେ ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଆଗେଇ ଚାଲିଛି ପାନ୍ ଇଣ୍ଡିଆ ଡିରେକ୍ଟର ରାଜାମୌଲିଙ୍କ ଅପ୍ କମିଂ ଫିଲ୍ମର ସୁଟିଂ। ଏହି ବିଗ୍ ବଜେଟ୍ ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଥିବା ବେଳେ ଗୁରୁବାରରୁ ଫିଲ୍ମର ଏକ ଆକ୍ସନ ସିନର ସୁଟିଂ ଆରମ୍ଭ ହୋଇଛି ।...
କର୍ଣ୍ଣାଟକ ହାମ୍ପିରେ ଦୁଇ ଜଣଙ୍କୁ ଗଣଦୁଷ୍କର୍ମ ଏବଂ ଓଡ଼ିଆ ଯୁବକ ବିଭାସ ନାୟକଙ୍କ ହତ୍ୟା ଘଟଣାରେ ଜୋରଦାର ହୋଇଛି ତଦନ୍ତ । ସେପଟେ ବିଭାସଙ୍କ ମରଶରୀର ଆଜି ପୈତୃକ ଗାଁରେ ପହଁଚିବା ପରେ ଖ୍ରୀଷ୍ଟୀୟ ରୀତିନୀତିରେ ସଂପନ୍ନ ହୋଇଛି ଶେଷକୃତ୍ୟ । ପୁଅ ତ ଚାଲିଗଲା ଅଭିଯୁକ୍ତକୁ ଗିରଫ...
ଖରାଦିନ ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ । ମୟୂରଭଞ୍ଜରୁ ସୁନ୍ଦରଗଡ଼, ନୂଆପଡ଼ାରୁ ଅନୁଗୁଳ । ସବୁଠି ଜଳୁଛି ଜଙ୍ଗଲ । ନଷ୍ଟ ହେଲାଣି ହେକ୍ଟର ହେକ୍ଟର ଜଙ୍ଗଲ । ଆଜି ଗୋଟିଏ ଦିନରେ ରାଜ୍ୟର ୨୭୫ ପଏଣ୍ଟରେ ନିଆଁ ଲାଗିଛି । ପିସିସିଏଫ୍ କହିଛନ୍ତି, ଅଧିକାଂଶ ନିଆଁ...
କ୍ୟାମେରାରେ ସାଉଥ୍ ସୁପରଷ୍ଟାର। ମାସି ଲୁକ୍ରେ ମହେଶ ବାବୁ। ଚାଲିଛି ହାଇ ଆକ୍ସନ ପ୍ୟାକଡ୍ ଫିଲ୍ମର ସୁଟିଂ। ପଛରୁ ଧକ୍କା ଦେବା ପରେ ଆଣ୍ଠେଇ ପଡୁଛନ୍ତି ହିରୋ, ସାମ୍ନାରେ ମେନ୍ ଭିଲେନ୍। ପାନ୍ ଇଣ୍ଡିଆ ଡିରେକ୍ଟର ଏସ.ଏସ୍. ରାଜାମୌଲିଙ୍କ ଏହି ବହୁ ପ୍ରତୀକ୍ଷିତ ସିନେମାର ସୁଟିଂ ଆଗେଇ ଚାଲିଛି...
"ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍"। ସରକାରୀ କାର୍ଯ୍ୟକ୍ରମ ମଂଚରେ, ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଚେହେରା, ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼।