ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୧ଶୀ ରାତ୍ରୀ ୦୯.୦୩ ଗତେ ୧୨ଶୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୦୩ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ।
ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଆତଙ୍କୀ-ସେନା ମୁହାଁମୁହିଁ। ଗୁଳି ବିନିମୟରେ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରେ ଜଣେ ସେନା ଅଧିକାରୀ ରହିଛନ୍ତି।
କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।
ଆଜି ଭୋର୍ ପ୍ରାୟ ୪ଟା ବେଳେ ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍ରୁ ହଠାତ୍ ଧୂଆଁ ବାହାରିଥିଲା। ସେତେବେଳେ ଡ୍ୟୁଟି ରୁମ୍ରେ ଜଣେ ଷ୍ଟାଫ୍ ଥିଲେ । ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ସେ ଦମକଳବାହିନୀକୁ ଖବର ଦେଇଥିଲେ।
ଏଫବିଆଇ ଏହି ଆକ୍ରମଣକାରୀଙ୍କୁ ସ୍ଥାନୀୟ ବଟଲର କାଉଣ୍ଟି ଅଞ୍ଚଳର ୨୦ବର୍ଷୀୟ ଥୋମାସ୍ ମାଥ୍ୟୁ କୁକ୍ ବୋଲି ଚିହ୍ନଟ କରିଛି। ତଦନ୍ତ ପରେ ଏହା ଜଣାପଡିଛି ଯେ ଆକ୍ରମଣକାରୀ ଟ୍ରମ୍ପଙ୍କ ପାର୍ଟି 'ରିପବ୍ଲିକାନ୍'ର ଜଣେ ସଦସ୍ୟ।
ସରିଲା ଜନ୍ମବେଦିରେ ଲୀଳାଖେଳା । ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ଜନ ସମୁଦ୍ର ବଡ଼ଦାଣ୍ଡ ।
ବୈଦିକ ରୀତି ନିତିରେ ଶେଷ ହୋଇଛି ବାହାଘର। ପରସ୍ପରକୁ ଵରଣମାଳା ପିନ୍ଧାଇ ସାତ ଜନମର ସାଥି ହୋଇଛନ୍ତି ଶକୁନ୍ତଳା ଓ ବାବୁଲା। ସେମାନେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଇ ନୂତନ ଆରମ୍ଭରେ ପରସ୍ପରକୁ ସାହାରା ହେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।
ବସ୍ର ଚକା ମରାମତି ବେଳେ ଟ୍ରକଟି ହଠାତ୍ ମାଡିଯାଇଥିଲା। ଖବର ପାଇ ଫାୟାର ବ୍ରିଗେଡ୍, ଏକ୍ସପ୍ରେସ୍ ୱେ ପାଟ୍ରୋଲିଂ ଟିମ୍ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଚର୍ଚ୍ଚା ଜୋର୍ ଧରିଛି। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମଧ୍ୟ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ତେବେ ଟ୍ରମ୍ପଙ୍କୁ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ସୋନପୁର ଜିଲ୍ଲା ବୀରମହାରାଜପୁରର କୁଶ ଭାଇନା। ଜନ୍ମହେବା ପରେ ବାପା ମା’ଙ୍କୁ ହରାଇଛନ୍ତି। ୧୯ବର୍ଷ ବୟସରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆବଶ୍ୟକୀୟ ଚିକିତ୍ସା କରାଇ ନପାରି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି।
ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ। ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା। ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି।
ଅଳ୍ପ ସମୟ ବ୍ୟବଧାନରେ ଅଧିକ ସୁଧ ଆଶା ଦେଖାଇ ଲଗାଉଥିଲା ଚୂନା। ସେୟାର୍ ବଜାରରେ ଟ୍ରେଡିଂ କରାଇ ବାର୍ଷିକ ୨୪ ପ୍ରତିଶତରୁ ଅଧିକ ସୁଧ ଦେବାର ଲୋଭ ଦେଖାଇଥିଲା। ବେଶ୍ କିଛି ଦିନ ବାଲାଂଦେଶ ଓ ଦୁବାଇରେ ଆତ୍ମଗୋପନ କରିବା ପରେ ଶେଷରେ କୋଲକାତାରୁ ଧରାପଡିଛି ଏହି ଠକ।
ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭର ପ୍ରଜ୍ଞାନକୁ ବାହାର କରାଯାଇଥିଲା। ଯାହା ଚନ୍ଦ୍ର ପୃଷ୍ଠର ଅନୁସନ୍ଧାନ ଆରମ୍ଭ କରିଥିଲା ।
ବୈଠକ ପରେ ପ୍ରତିକ୍ରିୟା ରଖିଲେ ଜଷ୍ଟିସ ବିଶ୍ୱନାଥ ରଥ। ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯିବେ। ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେତିକିବେଳେ ରତ୍ନଭଣ୍ଡାର ଚାବି ଖୋଲାଯିବ।
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ ।
ଜନ୍ମବେଦିରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା। ବାହୁଡା ଯାତ୍ରା ପାଇଁ ପୁରୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ତିନି ରଥର ଦକ୍ଷିଣ ମୋଡ଼ ସରିଛି।
ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ନିଆଯିବା ସହ ବିମଳଙ୍କ ପାଖରେ ଗୁଆଟେକା ହେବ । ତାସହ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ ।
ନୃସିଂହଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ସୁଧୀର ସାମଲ। ସେ କହିଛନ୍ତି, ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ବ୍ୟକ୍ତିଗତ। ଗଛ ଅଛି, ପତ୍ର ଝଡ଼ିଛି। ପାଣି ଦେଲେ ପୁଣି କଅଁଳିବ।
କିଛିମାସ ତଳେ ଅପନ୍ନା ଓ ଶ୍ୟାମପଦଙ୍କର ବିବାହ ହୋଇଥିଲା। ତେବେ ଅପନ୍ନା ଓ ଡ୍ରାଇଭରଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏଯାଏ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି।
ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି ଅନନ୍ତ-ରାଧିକାଙ୍କ ଗ୍ରାଣ୍ଡ ମ୍ୟାରେଜ୍। ଅତିଥିମାନଙ୍କ ପାଇଁ ପାରମ୍ପରିକ ଭାରତୀୟ ମିଠା ସହିତ କ୍ରିମି ରାବଡି ଏବଂ ସତେଜ ଲସିର ବ୍ୟବସ୍ଥା କରାଯାଇଥିଲା। କେବଳ ସେତିକି ନୁହେଁ, ତିରାମିସୁର ସହ କ୍ୟାଭିୟର ମଧ୍ୟ ପରସାଯାଇଥିଲା।